କିଟରେ ୯ମ ଜାତୀୟ ମାର୍କେଟିଂ କନକ୍ଲେଭ

ଭୁବନେଶ୍ୱର – କିଟ ସ୍କୁଲ ଅଫ ମ୍ୟାନେଜମେଂଟରେ ଶନିବାର ୯ମ ଜାତୀୟ ମାର୍କେଟିଂ କନକ୍ଲେଭ ଅନୁଷ୍ଠିତ ହୋଇଯାଇଛି । ଏହି କନକ୍ଲେଭକୁ ରେଡିଫୁ୍ୟଜନ ଯୁଗ୍ମ ସଭାପତି ନବନୀଳ ଚାଟାର୍ଜୀ ଓ ୱ ମୋମୋର ପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସାଗର ଦରିଆନି ଉଦଘାଟନ କରିଥିଲେ । ଶ୍ରୀ ଚାଟାର୍ଜୀ ମାର୍କେଟିଂର ଭବିଷ୍ୟତ ଉପରେ କେତେକ ଉପାଦେୟ ତଥ୍ୟ ପ୍ରଦାନ କରି ବିଭିନ୍ନ ପ୍ରକାର ଆପର ଉପଯୋଗିତା, ଗୁରୁତ୍ୱ, ଉପôାଦର ବିଭିନ୍ନ ଦିଗ ଆଦି ଉପରେ ଆଲୋକପାତ କରିଥିଲେ । ଶ୍ରୀ ଦରିଆନି ଭାରତରେ ପିଜା ବ୍ୟବସାୟର ସଫଳତାରେ ଉଦବୁଦ୍ଧ ହୋଇ କିପରି ୱ ମୋମୋଜ ବ୍ୟବସାୟ ଆରମ୍ଭ କରିଥିଲେ ତା ଉପରେ ଆଲୋକପାତ କରିଥିଲେ । ସେ ବ୍ୟବସାୟ କ୍ଷେତ୍ରରେ ଆସୁଥିବା ବିଭିନ୍ନ ବାଧା ବନ୍ଧନକୁ କିପରି ସୁଯୋଗରେ ପରିଣତ କରିବାକୁ ହୁଏ, ସେ ସଂପର୍କରେ କହିଥିଲେ । କିଟ ମ୍ୟାନେଜମେଂଟ ସ୍କୁଲ ପ୍ରତିବର୍ଷ ୪ଟି ଜାତୀୟସ୍ତରର କନକ୍ଲେଭ ଅନୁଷ୍ଠିତ ହୋଇଥାଏ । ସେଗୁଡ଼ିକ ହେଲା ମାର୍କେଟିଂ, ମାନବସମ୍ବଳ, ଫାଇନାନସ ଏବଂ ଅପରେସନାଲ ମ୍ୟାନେଜମେଂଟ । ଏହିସବୁ କନକ୍ଲେଭରେ ମ୍ୟାନେଜମେଂଟ ଛାତ୍ରଛାତ୍ରୀମାନେ ଦେଶର ବଡ଼ବଡ଼ ସଫଳ ବ୍ୟବସାୟୀ ଏବଂ ନୀତି ନିର୍ଦ୍ଧାରକଙ୍କ ସହ ମିଶିବାର ସୁଯୋଗ ପାଇଥାନ୍ତି । ଏହା ଛଡ଼ା ଏହି ସବୁ କନକ୍ଲେଭ ଶିଳ୍ପ ଏବଂ ଶିକ୍ଷା କ୍ଷେତ୍ରରେ ଏକ ସେତୁବନ୍ଧ ଭଳି କାର୍ଯ୍ୟ କରିଥାଏ । ଏହି ଅବସରରେ ମାର୍କେଟିଂ ଟୁ ଜେନ ଜେଡ ଉପରେ ଅନୁଷ୍ଠିତ ଆଲୋଚନାଚକ୍ରରେ   ଭାଗନେଇ ହୋମଟାଉନର ସିଇଓ ମହେଶ ଶାହା, ଡେଲ ଇଏମସି ଆଲାଏନସର ବରିଷ୍ଠ ନିର୍ଦ୍ଧେଶକ ଏ ଏଲ ଜଗନ୍ନାଥ, ହାଭେଲସ ଇଲେକ୍ଟ୍ରୋନିକସ ଓ କନଜୁ୍ୟମର ଡୁ୍ୟରେବଲସର ମୁଖ୍ୟ ଜୟ ତିଳକ ମଜୁମଦାର, ପବ୍ଲିସିସ ଇଏମଆଇଏଲ ଭାରତ ମୁଖ୍ୟ ଆଦିତ୍ୟନ କାୟଲାକାଲ, ସିଗ୍ନେଟକ ମାର୍କେଟିଂ ମୁଖ୍ୟ ନୀଳାଞ୍ଜନ ରାୟ, ଏଫବିବି ସିଏମଓ ପ୍ରାଚୀ ମହାପାତ୍ର ପ୍ରମୁଖ କହିଲେ, ଜେନ ଜେଡ଼ର ଧ୍ୟାନ ଆକର୍ଷଣ ସମୟ ମାତ୍ର ଅଳ୍ପ ସେକେଣ୍ଡ ହୋଇଥିବା ବେଳେ ଏହା ଗ୍ରାହକଙ୍କୁ ଆକର୍ଷିତ କରିବା କ୍ଷେତ୍ରରେ ବ୍ୟବସାୟୀଙ୍କ ପାଇଁ ଏକ ଚ୍ୟାଲେଞ୍ଜ ହୋଇଛି । ବର୍ତମାନର ମାର୍କେଟିଂ କ୍ଷେତ୍ରରେ ସେଲିବି୍ରଟିଙ୍କ ଅପେକ୍ଷା ପ୍ରଭାବ ସୃଷ୍ଟିକାରୀମାନେ ଅଧିକ ଗ୍ରହଣୀୟ ହୋଇଛନ୍ତି । ଗ୍ରାହକଙ୍କୁ ଧରି ରଖିବା ଶେଷ କିମ୍ବା ଗ୍ରାହକଙ୍କ ସଶକ୍ତିକରଣ ଉପରେ ଅନୁଷ୍ଠିତ ଦ୍ୱିତୀୟ ପାନେଲ ଆଲୋଚନାଚକ୍ରରେ ମାକେନସେ ନଲେଜ ସେଂଟରର ନିର୍ଦ୍ଧେଶକ ଅନିରୁଦ୍ଧ ପାଟିଲ, ମେଡିଆକମର ଦକ୍ଷିଣ ଏସିଆ ପରିଚାଳନା ନିର୍ଦ୍ଧେଶକ ଦେବରାଜ ତି୍ରପାଠୀ, ଜେଙ୍ଗଟିଭି ଓ ୱାନ ଡିଜିଟାଲର ପ୍ରତିଷ୍ଠାତା ପରିଚାଳନା ନିର୍ଦ୍ଧେଶକ ସବିର ମୋମିନ, ଡେଭିଡୋଫର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମାନବେନ୍ଦ୍ର ସିଂହ, ଲିଓ ବର୍ଣ୍ଣେଟର ସହକାରୀ ଉପସଭାପତି ସୋହିନୀ ଦାସ ପ୍ରମୁଖ ଯୋଗଦେଇ ସାମାଜିକ ଗଣମାଧ୍ୟମର ବହୁଳ ଆଦୃତ ଯୋଗୁଁ ଭବିଷ୍ୟତର ମାର୍କେଟିଂ ଗ୍ରାହକ ଶକ୍ତିଶାଳୀ ହେବାକୁ ଯାଉଛନ୍ତି ବୋଲି ମତ ପ୍ରକାଶ କରିଥିଲେ । କିଟ ମ୍ୟାନେଜମେଂଟ ସ୍କୁଲର ନିର୍ଦ୍ଧେଶକ ପ୍ରଫେସର ଦେବାଶିଷ ଦାସ ସ୍ୱାଗତ ଭାଷଣ ପ୍ରଦାନ କରି କିପରି ପ୍ରଯୁକ୍ତି ବିଦ୍ୟାର ବହୁଳ ବ୍ୟବହାର ଯୋଗୁଁ ମାର୍କେଟିଂର ବିଭିନ୍ନ ତରିକାରେ ପରିବର୍ତନ ଆସୁଛି ତା ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ବିଭିନ୍ନ ବିଷୟବସ୍ତୁ ଉପରେ ୧୨ଟି କର୍ମଶାଳା ଆୟୋଜିତ ହୋଇଥିଲା ।