କାଳିଆ ଯୋଜନାରେ ନାମ ଅନ୍ତର୍ଭକ୍ତ ଥାଇବି ମିଳୁନି ଆର୍ଥିକ ସହାୟତା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସରକାର ଗରିବ ଓ ନାମମାତ୍ର ଚାଷୀଙ୍କ ଲାଗି ଆର୍ଥିକ ସହାୟତା ବ୍ୟବସ୍ଥା ରଖିଥିବା ବେଳେ ବିଭିନ୍ନ କାରଣରୁ ହୀତାଧିକାରୀଙ୍କୁ ତାହା ମିଳିପାରୁନାହିଁ । ଏପରି ଘଟଣା ବାଲେଶ୍ୱର ଜିଲାର ଜଳେଶ୍ୱରରେ ବହୁ ବ୍ୟକ୍ତିଙ୍କଠାରେ ଦେଖିବାକୁ ମିଳୁଥିବା ବେଳେ ନେତୁଆ ଗାଁର ସୁଖଦେବ ଦତ୍ତ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ସୁଖ ଦେବ ଜଣେ ଜଣେ ଗରିବ ଚାଷୀ ହୋଇଥିବା ବେଳେ ୨୦୧୮ ମସିହାରେ କାଳିଆ ଯୋଜନାରେ ଆବେଦନ କରିଥିଲା । ଫଳରେ ୨୦୧୯ ଜାନୁଆରୀ ୨୫ ଓ ନଭେମ୍ବର ୨୨ ତାରିଖରେ କାଳିଆ ଯୋଜନାରେ ୨ହଜାର ଟଙ୍କା ଲେଖାଏଁ ଭାରତୀୟ ଷ୍ଟେଟ ବ୍ୟାଙ୍କରୁ ପାଇପାରିଥିଲା । କିନ୍ତୁ ଅଦ୍ୟାବଧି ୩ବର୍ଷ ଧରି କାଳିଆ ଯୋଜାରେ ଆର୍ଥିକ ସହାୟତା ପାଉନଥିବାରୁ ସ୍ଥାନୀୟ କୃଷି ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ଏକ ତଥ୍ୟରୁ ପ୍ରକାଶ ସୁଖଦେବ ଦତ୍ତଙ୍କ ଆର୍ଥିକ ସହାୟତା ଜଳେଶ୍ୱର ଶାଖର ଷ୍ଟେଟ ବ୍ୟାଙ୍କକୁ ନ ଆସି ଝାଡଖଣ୍ଡର ଆଇଡିବିଆଇ ବ୍ୟାଙ୍କକୁ ଯାଉଛି । ୨୦୨୧ ଫେବୃଆରୀ ୧୫, ଏପିଲ ୮, ମେ ୧୫, ସେପ୍ଟେମ୍ବର ୨୨ ଓ ୨୦୨୨ ମେ ୪ ତାରିଖରେ ତା ନାମରେ କାଳିଆ ଯୋଜନାରେ ଅର୍ଥ ଆସୁଥିଲେ ମଧ୍ୟ ସେ ପାଇପାରି ନାହିଁ । ଏ ସମ୍ପର୍କରେ ସ୍ଥାନୀୟ କୃଷି ଅଧିକାରୀ ଅକ୍ଷମତା ପ୍ରକାଶ କରିବାରୁ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ରିପୋର୍ଟ : ଭୂପତି ପରିଡା