କାଳିଆ ଉପରେ ଜିଲ୍ଲାପାଳଙ୍କ ଅନୁଧ୍ୟାନ : ଠିକ କାର୍ଯ୍ୟକାରୀ ନ ହେଲେ ହେବ କାର୍ଯ୍ୟନୁଷ୍ଠାନ …

ଛତ୍ରପୁର (ସମୃଦ୍ଧ ଓଡିଶା) କାଳିଆ ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ୱାରୋପ କହିଲେ ଠିକ ଭାବେ କାର୍ଯ୍ୟକାରୀ ନ ହେଲେ ହେବ କାର୍ଯ୍ୟନୁଷ୍ଠାନ। କାଳିଆକୁ ନେଇ ଗରିବ ଚାଷୀ, ଭାଗଚାଷୀ, ଭୁମିହୀନ କୃଷି  ଶ୍ରମିକମାନଙ୍କୁ ଆର୍ଥିକ ସହାୟତା ମାଧ୍ୟମରେ ସମୃଦ୍ଧି କରିବା ହେଉଛି ରାଜ୍ୟ ସରକାରଙ୍କ ଲକ୍ଷ । ଏଥିପାଇଁ ଜିଲ୍ଲାରେ ଏହାର ସୁବିନିଯୋଗ କରିବା ହେଉଛି ସମସ୍ତଙ୍କ କର୍ତ୍ତବ୍ୟ । ଏଥିରେ ଖିଲାପହେଲେ ଦୃଢ କାର୍ଯ୍ୟନୁଷ୍ଠାନ ହେବ। ଏହି ଲାଭପ୍ରଦ ଯୋଜନାକୁ ସଫଳ ରୂପାୟନ କରିବା ପାଇଁ ଜିଲ୍ଲାପାଳଙ୍କ କଡା ନିର୍ଦେଶ ଯୋଗୁଁ ଗଂଜାମ ଜିଲ୍ଲାରେ ଫର୍ମ ଆବେଦନ ଆରମ୍ଭ ହୋଇଛି । ଏହାର ସମୀକ୍ଷା କରିଛନ୍ତି ଆଜି ଜିଲ୍ଲାପାଳ । ତେବେ କିଛି ସ୍ଥାନରେ ଫର୍ମ ପାଇଁ ଅପ୍ରୀତିକର ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଛି । ଆଜି ସକାରେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଭିଡିଓ କନଫରେନ୍ସିଂ ଜରିଆରେ ୨୨ଟି ବ୍ଲକର ଅଧିକାରୀଙ୍କୁ ନେଇ ସମୀକ୍ଷା କରିଥିବାବେଳେ କାଳିଆ ପାଇଁ ଚାଲିଥିବା ଆବେଦନ ଶାନ୍ତି ଶୃଙ୍ଖଳାର ସହ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ଜିଲ୍ଲାର ୫୦୩ ପଂଚାୟତରେ ହୋଇଥିବା ପୀଠା କାର୍ଯ୍ୟକ୍ରମରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ୨୨ଟି ପଂଚାୟତକୁ ପୁରସ୍କୃତ କରାଯିବ ବୋଲି ପ୍ରୋତ୍ସାହନ ଘୋଷଣା ମଧ୍ୟ ଘୋଷଣା କରିଛନ୍ତି । ଚଳିତ ମାସ ୧୪ ତାରିଖରୁ ମୋ ଗେହ୍ଲା ଝିଅ କାର୍ଯ୍ୟକ୍ରମ ଆରମ୍ଭ ହେବା ନେଇ ମଧ୍ୟ ସୂଚନା ଦେଇଛନ୍ତି । କାର୍ଯ୍ୟକ୍ରମରେ ଡିଆରଡିଏ ପିଡି ସିଦ୍ଧାର୍ଥ ଶଙ୍କର ସ୍ୱାଥଁ, ଏପିଡି ପ୍ରିୟରଂଜନ ପୃଷ୍ଟି, ଛତ୍ରପୁର ଉପଜିଲ୍ଲାପାଳ ଦେବବ୍ରତ ସାହୁ, ସିଡିଏମଓ ଡା.ସଦାନନ୍ଦ ମିଶ୍ର, କୃଷି ଉପନିର୍ଦ୍ଦେଶକ ମନୋଜ କୁମାର ବେହେରା, ଜିଲ୍ଲା ଶ୍ରମ ଅଧକାରୀ ଶିବ ସାହୁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିରଂଚି ନାରାୟଣ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ : ଜିଲ୍ଳା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା