କାର୍ ଧକାରେ ହିଞ୍ଜିଳି କଲେଜ୍ ଛାତ୍ର ଗୁରୁତର : କ୍ଷତିପୂରଣ ଦାବିରେ କଲେଜ ଛାତ୍ରଛାତ୍ରୀ

ହିଞ୍ଜିଳିକାଟୁ(ସମୃଦ୍ଧ ଓଡିଶା) ଗତ ଗୁରୁବାର ଅପରାହ୍ନରେ ୫୯ନମ୍ବର ଜାତୀୟ ରାଜପଥ ତଥା ହିଞ୍ଜିଳିକାଟୁ ବିଜ୍ଞାନ ସ୍ଵଂୟଶାସିତ ମହାବିଦ୍ୟାଳୟ ସମ୍ମୁଖରେ ଏକ କାର ଧକା ରେ ଜଣେ ସ୍କୁଟି ଚାଳକ ଗୁରୁତର ଆହତ ହୋଇଛନ୍ତି l ଆହାତ ଜଣଙ୍କ ସଂପୃକ୍ତ ମହାବିଦ୍ୟାଳୟ ର+୩ଦ୍ୱିତୀୟ ବର୍ଷ ଛାତ୍ର ତଥା ସ୍ଥାନୀୟ ପୌରାଞ୍ଚଳ ଥାନା ତୋଟାସାହି ର ସୁମନ ସାହୁ ବୟସ ୧୯ ପିତା ବାବୁ ସାହୁ ବୋଲି ଜଣାପଡିଛି l ଉପସ୍ଥିତ ସହପାଠୀ ଆହାତ ଙ୍କୁ ଉଦ୍ଧାର କରି ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତିକରିଥିଲେ l ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଥିଲା l ପୁଣି ବ୍ରହ୍ମପୁର ଡାକ୍ତର ତାଙ୍କୁ ରାତ୍ର ୧୨ ଘଣ୍ଟ ସମୟରେ କଟକ ବଡ ଡାକ୍ତରଖାନାକୁ ପଠାଇଛନ୍ତି l ବର୍ତମାନ ଏବେ ସେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି l ଦୁର୍ଘଟଣା ଘଟାଇ କାର ଟି କ୍ଷୀପ୍ର ଗତିରେ ବ୍ରହ୍ମପୁର ଅଭିମୁଖେ ଚାଲିଯାଇଛି l ଘଟଣା ପରେ କଲେଜ୍ ପରିସରରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥଲା l ଖବର ପାଇ ହିଞ୍ଜିଳି ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଛାତ୍ର ମାନଙ୍କ ସହିତ ବୁଝାମଣା ହୋଇଥଲା l ଛାତ୍ରମାନେ କହିଥିଲେ ସେହି ପିଲା ବହୁତ ଗରିବ ଶ୍ରେଣୀର ପିଲା ତାଙ୍କୁ ପ୍ରଶାସନ ତରଫରୁ ଚିକିତ୍ସା ପାଇଁ କିଛି ଆର୍ଥିକ ସାହାଯ୍ୟ ଯୋଗାଇ ଦେବା ସହିତ ତୁରନ୍ତ ସେହି କାର ଟିକୁ ଧରାଜାଉ l ପୋଲିସ୍ ଏବଂ ଛାତ୍ର ମାନଙ୍କ ବୁଝା ସୁଝା କରିବା ପରେ ଉତ୍ତେଜନା ଥମିଥିଲା l

ରିପୋର୍ଟ୍ -ରଜତ ପଟ୍ଟନାୟକ