କଳିଙ୍ଗ ସାହିତ୍ୟ ସମାଜର ପୂର୍ବତନ ସାଧାରଣ ସଂପାଦକ ତଥା ବିଶିଷ୍ଟ ସାହିତ୍ୟିକ ଗାଳ୍ପିକ ସ୍ୱର୍ଗତ ଦେବରାଜ ସାହୁଙ୍କ ଦେହାନ୍ତରେ ଶୋକ ଶ୍ରଦ୍ଧାଞ୍ଜଳି ସଭା…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସ୍ଥାନୀୟ ଉତ୍କଳ ଆଶ୍ରମ ସମ୍ମିଳନୀ କକ୍ଷରେ କଳିଙ୍ଗ ସାହିତ୍ୟ ସମାଜର ପୂର୍ବତନ ସାଧାରଣ ସଂପାଦକ ବିଶିଷ୍ଟ ସାହିତ୍ୟିକ ଗାଳ୍ପିକ ଦେବରାଜ ସାହୁଙ୍କ ୮୪ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । ତାଙ୍କ ସ୍ମୃତିରେ ଏକ ଶୋକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠାନର ସମ୍ପାଦକ ଡ. ସିଦ୍ଧାର୍ଥ ଶଙ୍କର ପାଢ଼ୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଥିଲା । ସ୍ୱର୍ଗତ ଦେବରାଜ ସାହୁ ଜଣେ ସୁପରିଚିତ ସାହିତ୍ୟିକ ଶିକ୍ଷାବିତ ଭାବରେ ବେଶ ସୁପରିଚିତ ଥିଲେ । ସେ କଳିଙ୍ଗ ସାହିତ୍ୟ ସମାଜ ଉତ୍କଳ ସମ୍ମିଳନୀ ସମେତ ଅନ୍ୟାନ୍ୟ ଅନୁଷ୍ଠାନର କର୍ମକର୍ତ୍ତା ମାର୍ଗଦର୍ଶକ ଥିଲେ ଜହ୍ନରାତି, ତଥାପି ଅନ୍ଧକାର, ସୁଖ ସହିତ ସାକ୍ଷାତକାର, କେତେ ହସ କେତେ ରହସ୍ୟ, ଅନ୍ଧକାର ସ୍ପର୍ଶ, ପ୍ରଭୃତି ରଚନା ସମୁହ ଅତି ଉଚ୍ଚକୋଟୀର ବହୁ ଜନାଦୃତ ବୋଲି ଆଲୋଚକ ମାନେ ମତବ୍ୟକ୍ତ କରିଥିଲେ । ଏହି ଶୋକ ସଭାରେ ଉତ୍କଳ ସମ୍ମିଳନୀ ଗଞ୍ଜାମ ଜିଲ୍ଲା ସଭାପତି ସୁବ୍ରତ କୁମାର ସାହୁ, ଗଞ୍ଜାମ ଜିଲ୍ଲା ଲେଖକ ସାମ୍ମୁଖ୍ୟ ସଭାପତି ହାଡିବନ୍ଧୁ ମାଳି, ବାରୁଆ ମହାବିଦ୍ୟାଳୟର ଅଧ୍ୟକ୍ଷ କବି ସୁଶାନ୍ତ କୁମାର ଜେନା, କବୟିତ୍ରୀ ଶ୍ରୀମତୀ ପଦ୍ମିନୀ ମିଶ୍ର, କବି ଅନୁପ କୁମାର ମିଶ୍ର ପ୍ରମୁଖଙ୍କ ସମେତ ଅନ୍ୟାନ୍ୟ ଅନୁଷ୍ଠାନର କର୍ମକର୍ତ୍ତାମାନେ ସ୍ମୃତି ଚାରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଶେଷରେ ଉତ୍କଳ ସମ୍ମିଳନୀ ସମ୍ପାଦକ ଦୀନବନ୍ଧୁ ଶ୍ରୀପଲ୍ଲବ ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା