କଳା, ସଂସ୍କୃତି ସମ୍ପନ୍ନ ଶତାୟୁ ପୁରୁଷ ଭଜହରି ଘୋଷଙ୍କ ପରଲୋକ ଓ ଶୋକସଭା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବିଶିଷ୍ଟ ପାଲା ଗାୟକ, କଳା ସଂସ୍କୃତିର ପୂଜାରୀ ତଥା ଶତାୟୁ ପୁରୁଷ ଭଜହରି ଘୋଷଙ୍କ ଗତ ୨୨ ତାରିଖରେ ପରଲୋକ ଘଟିଛି । ମୃତ୍ୟୁ ବେଳେ ପୁଅ ପ୍ରାଧ୍ୟାପକ ବିଜୟ କୁମାର ଘୋଷ, ଅଜୟ କୁମାର ଘୋଷ, ସଂଜୟ କୁମାର ଘୋଷ, ପୁତ୍ରବଧୂ, କନ୍ୟା ରେବତୀ, ମାହେଶ୍ୱରୀ, ରାସେଶ୍ୱରୀ, ନିଳିମା ଓ ନାତିନାତୁଣୀ ପରିବାରବର୍ଗ ଉପସ୍ଥିତ ଥିଲେ । ସେ ଜଣେ ଲୋକକଳାର ବରିଷ୍ଠ କଳାକାର ଥିବାରୁ ବସ୍ତାସ୍ଥିତ କଳା, ସଂସ୍କୃତି ସଂଘ ପକ୍ଷରୁ ପାଲାଗାୟକ ପିତାମ୍ବର ଦାସଙ୍କ ଅଧ୍ୟକ୍ଷତାରେ ଏକ ଶୋକ ସଭା ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ବିଜୟ ଘୋଷ, ଚନ୍ଦ୍ରମୋହନ ରାଉଳ, ଜଗଦିଶ୍ୱର ଜେନା, ହରିଶ୍ଚନ୍ଦ୍ର ବେହେରା, ଅଶୋକ ସାହୁ, ପ୍ରଫୁଲ୍ ଘୋଷ, ବିଜୟ ଜେନା, ଭଜହରି ଦାସ, ଅଦୈତ୍ୟ ଦାସ, ପର୍ଶୁରାମ ପରିଡା, ସୁରେନ୍ଦ୍ର ରାଉତ, ପିତାମ୍ବର ଦାସ, ପୂର୍ଣ୍ଣଚନ୍ଦ ଜ୍ୟୋତି, ଚନ୍ଦ୍ରକାନ୍ତ ପରିଡା, ପଞ୍ଚାନନ ପରିଡା, ପର୍ଶୁରାମ ପରିଡା, ଅଞ୍ଜଳି ବିଶ୍ୱାଳ, ରାଧାକୃଷ୍ଣ ରାଉତ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଓ ସ୍ମୃତିଚାରଣ କରିଥିଲେ ।

ରିପୋର୍ଟ : ଭୂପତି ପରିଡା