କଳାକାର ହିତୈଷୀ ସଙ୍ଘଠନ ଗଠନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗତକାଲି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ମେଘଝୋଳି ଗ୍ରାମ କଳା କେନ୍ଦ୍ର ଠାରେ ଗ୍ରାମର ସମସ୍ତ ବରିଷ୍ଠ କଳାକାରଙ୍କୁ ନେଇ ଏକ ବୈଠକ ବରିଷ୍ଟ କଳାକାର ବିନୟ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗ୍ରାମ କଳାର ବିକାଶ ଏବଂ ଏହାର ଉନ୍ନତି ନିମନ୍ତେ ଆଲୋଚନା କରାଯାଇଥିଲା । ପ୍ରାୟ ୩୦ଜଣ କଳାକାରଙ୍କୁ ନେଇ କଳାକାର ହିତୈଷୀ ସଂଗଠନ ଗଠନ କରାଯାଇଥିବା ବେଳେ ସଂଗଠନରେ ସଭାପତି ଭାବେ ବରିଷ୍ଠ କଳାକାର ଦେବରାଜ ପାଇକ, ଉପ ସଭାପତି ଭାବେ ଡାକ୍ତର ଗୌଡ଼, କୋଷାଧକ୍ଷ ଭାବେ ରମେଶ ବେହେରା, ସମ୍ପାଦକ ଭାବେ ଗୁରୁ ପ୍ରସାଦ ଦିକ୍ଷିତ, ସଞ୍ଚାଳକ ଭାବେ କୁନା ଗୌଡ଼, ସଂଯୋଜକ ଭାବେ ବିନୟ ପ୍ରଧାନଙ୍କୁ ସର୍ବ ସମ୍ମତି କ୍ରମେ ମନୋନୀତ କରାଗଲା ଏବଂ ଗ୍ରାମ କଳା ସଂସ୍କୃତି ବିକାଶ (ମେଘ ଝୋଳି) ପକ୍ଷରୁ ଆଗାମୀ ଦିନରେ ସଂଗଠନକୁ ଆଗେଇ ନେବା ପାଇଁ ସମସ୍ତ ଚେଷ୍ଟା କରାଯିବ ବୋଲି ଗ୍ରାମ କମିଟି ସମ୍ପାଦକ ଗୁରୁପ୍ରସାଦ ଦିକ୍ଷିତ ଜଣାଇଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା