କରୋନା ସଚେତନତା ପଦଯାତ୍ରା ସହ ଉନ୍ନୟନ ମୂଳକ କାର୍ଯ୍ୟର ଉଦଘାଟନ କଲେ ମନ୍ତ୍ରୀ…

ଭଞ୍ଜନଗର/ଜଗନ୍ନାଥପ୍ରସାଦ (ସମୃଦ୍ଧ ଓଡିଶା) ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜଗନ୍ନାଥ ପ୍ରସାଦ ବ୍ଲକର ବିଭିନ୍ନ ପଞ୍ଚାୟତରେ ଉନ୍ନତି ନିମନ୍ତେ ରାଜ୍ୟ ସରକାରଙ୍କ ଜଙ୍ଗଲ ପରିବେଶ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ବିକ୍ରମ କେଶରୀ ଆରୁଖ କରୋନା ସଚେତନତା ପଦଯାତ୍ରା ଓ ପଥପ୍ରାନ୍ତ ସଭାରେ ଯୋଗଦେଇ ମାସ୍କ ବଣ୍ଟନ କରିଥିଲେ l ଏଥିସହ ସେ ଗାୟ।ଗଣ୍ଡା, ପଟାଙ୍ଗି, ବୁରପଲି, କଳିଙ୍ଗପଦର, ଜାଡ଼ଧର ଠାରେ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାରେ ନିର୍ମିତ କାର୍ଯ୍ୟ ତଥା ପାନୀୟ ଜଳ ଯୋଗାଣ ପ୍ରକଳ୍ପ, ଯାତ୍ରୀ ବିଶ୍ରାମାଗାର, ଅଙ୍ଗନବାଡ଼ି କେନ୍ଦ୍ର, ବିଜୁ ଯୁବ ବିକାଶ କେନ୍ଦ୍ର ଆଦିର ଶୁଭ ଉଦଘାଟନ କରିଥିଲେ l ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜଗନ୍ନାଥ ପ୍ରଶାଦ ବ୍ଲକର ସମସ୍ତ ସରପଞ୍ଚ, ଜଗନ୍ନାଥ ପ୍ରସାଦ ବ୍ଲକ ଅଧକ୍ଷା ଶ୍ରୀମତୀ ଗୀତାଞ୍ଜଳି ବେହେରା, ଉପାଧ୍ୟକ୍ଷ ହିମାଂଶୁ ଶେଖର ବାରିକ, ସମସ୍ତ ବିଜେଡି କର୍ମୀ, ସାଂସଦ ପ୍ରତିନିଧି ବିପ୍ର ଚରଣ ବାରିକ, ସାମାଜିକ କର୍ମୀ ଶୂଳପାଣି ଶତପଥୀଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ମାନେ ସାମିଲ ହୋଇଥିଲେ l