କରୋନା ସଂକ୍ରମିତ ଦୃଷ୍ଟିରୁ ଚୋରମରା ଗ୍ରାମ ପଞ୍ଚାୟତକୁ ସିଲ କଲା ପ୍ରଶାସନ…

ଜଳେଶ୍ଵର (ସମୃଦ୍ଧ ଓଡିଶା) ଜଳେଶ୍ଵର ନିର୍ବାଚନ ମଣ୍ଡଳୀର ବସ୍ତା ବ୍ଲକ ଅଧୀନ ଚୋରମରା ଗ୍ରାମ ପଞ୍ଚାୟତରୁ ୬ ଜଣ କରୋନାରେ ସଂକ୍ରମିତ ହୋଇ ଥିବାରୁ ଜନସାଧାରଣ ତଥା ପ୍ରଶାସନର ନିଦ ହଜେଇ ଦେଇଛି ଏବଂ ଏ ଅଞ୍ଚଳରେ ଏକ ପ୍ରକାର କୁକୁଆ ଭୟ ସୃଷ୍ଟି ହୋଇ ଥିବା ଦେଖିବାକୁ ମିଳିଛି । ଚୋରମରା ଆସ୍ଥାଇ ସଙ୍ଗରୋଦ୍ଧ କେନ୍ଦ୍ରରୁ ଜଣେ ସଂକ୍ରମିତ ହୋଇ ଥିବା ବେଳେ ବାହାରୁ ୫ ଜଣ ସଂକ୍ରମିତ ହୋଇଛନ୍ତି । ସେଥି ମଧ୍ୟରୁ ଜଣେ ୧୨ ବର୍ଷର ପିଲା ଅଛି । ସେମାନଙ୍କୁ ଅଧିକ ଚିକିତ୍ସା ନିମନ୍ତେ ବାଲେଶ୍ଵର ସ୍ଥାନାନ୍ତରିତ କରାଯାଇଛି । ଗତକାଲି ଓ ଆଜି ଜଳେଶ୍ଵର ତହସିଲଦାର କ୍ଷୀରୋଦ କୁମାର ପଣ୍ଡା ଚୋରମରା ରେ ପହଞ୍ଚି ତୀକ୍ଷ୍ଣ ଦୃଷ୍ଟି ରଖିବା ସହିତ ସମସ୍ୟାର ଅନୁଧ୍ୟାନ ତଥା ଚୋରମରାକୁ ସିଲ କରିଛନ୍ତି ଓ ୯ଟି ଗେଟ ମଧ୍ୟ କରାଇଛନ୍ତି । ତାଙ୍କ ସହିତ ଚୋରମରା ସରପଞ୍ଚ ପରିତୋଷ କାମିଳା, ଓଲମରା ଆର.ଆଇ ଦିଲ୍ଲୀପ କୁମାର ଚାନ୍ଦ, ନାମ୍ପୋ ଆର.ଆଇ ଏସ.କେ.ମଙ୍ଗଲ, ଜମାଳପୁର ଆର.ଆଇ ପ୍ରଭୁରାମ କାସ୍ତ ଉପସ୍ଥିତ ରହି ସମସ୍ତ ଗେଟକୁ ସିଲ କରା ଯାଇଛି । ଆଜି ବାଲେଶ୍ଵର ସିଡିଏମଓ ଦୁଲାଲସେନ ଜଗଦେଓ ଡିପିଏମ ଅମିତ କୁମାର ମହାନ୍ତି, ବସ୍ତା ବିଡିଓ କୁକୁମିନା ଦାସ, ବସ୍ତା ଏସଡିପିଓ ଜଳଧର ଜାଲ୍ଲି, ସିଙ୍ଗଲା ଥାନା ଅଧିକାରୀ ପ୍ରଶାନ୍ତ କୁମାର ଜେନା ଓ ବସ୍ତାର ମେଡିକାଲ ଅଫିସାର ଦେବବ୍ରତ ଜେନା ଉପସ୍ଥିତ ହୋଇ ସମସ୍ୟା ବିଷୟରେ ଅନୁଧ୍ୟାନ କରି ଯାଇ ଛନ୍ତି ଏବଂ ଆଜି ଚୋରମରାରେ ବାଲେଶ୍ଵରର ଡାକ୍ତରୀ ଦଳ ଚୋରମରା ରେ ପହଞ୍ଚି ୧୫୦ ଜଣଙ୍କର ସ୍ଵାବ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି । ଆସନ୍ତାକାଲି ଠାରୁ ପ୍ରତ୍ୟେକ ଗେଟରେ ପୋଲିସ ମୁତୟନ ହେବ ବୋଲି ଜଳେଶ୍ଵର ତହସିଲଦାର ଜଣାଇଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡା