କରୋନା ରୋଗୀ କାହିଁକି ଶୁଙ୍ଘିବାର କ୍ଷମତା ହରାଇଥାନ୍ତି ?…

ଗବେଷଣା କରୁଥିବା ବୈଜ୍ଞାନିକମାନେ ନାକ ପଛ ପଟରୁ ୨୩ ରୋଗୀଙ୍କ ନମୁନା ନେଇଛନ୍ତି । ଏହି ନମୁନା ମୁଖ୍ୟତ ନାକର ସେହି ଅଂଶରୁ ନିଆଯାଇଥାଏ ଯାହା ଏଣ୍ଡୋସ୍କୋପିକ୍ ସର୍ଜରୀ ସମୟରେ ହଟାଇ ଦିଆଯାଇଥାଏ । କରୋନା ଭାଇରସ୍ ସମଗ୍ର ବିଶ୍ୱରେ ହଇଚଇ ସୃଷ୍ଟି କରିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭାଇରସ ଯୋଗୁଁ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି । କୋଭିଡ-୧୯ ଏବଂ ସାଧାରଣ ଫ୍ଲୁ ମଧ୍ୟରେ ପାର୍ଥକ୍ୟ କରିବା ସାଧାରଣତ କଷ୍ଟକର ହୋଇଥାଏ । କରୋନା ଭାଇରସର ଲକ୍ଷଣରେ ମଧ୍ୟ ଜ୍ୱର ଏବଂ ଶୁଖିଲା କାଶ ପରି ସାଧାରଣ ଫ୍ଲୁ ଦେଖା ଯାଇଥାଏ । କିନ୍ତୁ ସମଗ୍ର ବିଶ୍ୱରେ ଦେଖାଯାଉଛି ଯେ କରୋନା ରୋଗୀଙ୍କର ଶୁଙ୍ଘିବାର କ୍ଷମତା ମଧ୍ୟ ଶେଷ ହୋଇଯାଉଛି । ଏହିପରି ରୋଗୀ ମାନଙ୍କର ଅନ୍ୟ କୌଣସି ଲକ୍ଷଣ ଦେଖାଯାଏ ନାହିଁ । ସର୍ବଶେଷରେ ବିଶ୍ୱର ବିଭିନ୍ନ ସ୍ଥାନରୁ ବୈଜ୍ଞାନିକ ଏବଂ ଡାକ୍ତରମାନେ ଏପରି କାହିଁକି ହଉଛି ସେ ବିଷୟରେ ଅନୁସନ୍ଧାନ କରୁଛନ୍ତି । ଏହି ସମୟ ମଧ୍ୟରେ ଆମେରିକାର ଜନ୍ ହପ୍କିନ୍ସ ୟୁନିଭର୍ସିଟିର କେତେକ ବୈଜ୍ଞାନିକ ମାନେ ଦାବି କରିଛନ୍ତି ଯେ ସେମାନେ ଜାଣିବାକୁ ପାଇଛନ୍ତି ଯେ ଲୋକମାନେ କାହିଁକି ଶୁଙ୍ଘିବାର କ୍ଷମତାକୁ ହରାଉଛନ୍ତି । ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଛନ୍ତି ଯେ ନାକର ଯେଉଁ ଅଂଶ ଶୁଂଘିବାରେ ସାହଯ୍ୟ କରିଥାଏ ସେହି ଅଂଶରେ ଆଞ୍ଜିଓଟେନସିନ୍-ରୂପାନ୍ତରକାରୀ ଏନଜାଇମ୍(ACE-2)ର ସ୍ତର ଯଥେଷ୍ଟ ବୃଦ୍ଧି ପାଇଯାଇଥାଏ । ଏହି ଏନଜାଇମ୍ ସାଧାରଣତଃ କରୋନା ସଂକ୍ରମଣର ପ୍ରବେଶ ପଏଣ୍ଟ ଭାବରେ ବିବେଚନା କରାଯାଏ । ଏହିଠାରୁ କରୋନୋ ଜୀବାଣୁ ଶରୀରର କୋଷରେ ସଂକ୍ରମଣ ବିସ୍ତାର କରିଥାନ୍ତି । ବୈଜ୍ଞାନିକ ମାନେ ବିଶ୍ୱାସ କରନ୍ତି ଯେ ବାକି ସ୍ଥାନ ଅପେକ୍ଷା ଏଠାରେ ଆଞ୍ଜିଓଟେନସିନ୍ ସ୍ତର ୨୦୦ ରୁ ୭୦୦ ଗୁଣକୁ ବଢି ଯାଇଥାଏ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧ ନିମାଇଁ ଚରଣ ପଣ୍ଡା