କରୋନା କଟକଣାକୁ ଅମାନ୍ୟ କରିଥିବା ୨ଟି ସଫିଙ୍ଗ ମଲ୍ ସିଲ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) କରୋନା କଟକଣାକୁ ଅମାନ୍ୟ କରିଥିବା ଦୁଇଟି ସଫିଙ୍ଗ ମଲ୍ କୁ ପ୍ରଶାସନ ପକ୍ଷରୁ ସିଲ କରାଯାଇଥିବା ଜଣାପଡିଛି l ସୂଚନା ଯୋଗ୍ୟ ଯେ, ବ୍ରହ୍ମପୁର ସହରରେ କରୋନା କଟକଣା ଯୋଗୁଁ ଜିଲ୍ଲା ପ୍ରଶାସନର ୫ ସୂତ୍ରୀ ନିୟମ ଉଲଂଘନ କରିଥିବା ଦୁଇଟି ପୁରାତନ ସଫିଙ୍ଗ ମଲକୁ ପ୍ରଶାସନ ବାରମ୍ବାର ତାଗିଦ କରିବା ସହ ଜରିମାନା ଆଦାୟ କରିବା ସ୍ୱତେ ସାମାଜିକ ଦୂରତା ରକ୍ଷା ନ କରିବା ସହ ଗ୍ରାହକମାନଙ୍କୁ ବିନା ମାସ୍କରେ କୌଣସି କଟକଣା ନ ରଖି ଲୋକଙ୍କୁ ଅନୁମତି ଦେଇଥିବା ଯୋଗୁଁ ଵିଶାଲ ମେଗା ମାର୍ଟ, ଭି-୨, ସମେତ ୨୨ଟି ଛୋଟବଡ଼ ଦୋକାନୀ ସିଲ କରାଯାଇଥିବା ଜଣାଯାଇଛି l ଦଶହରା ପୂଜା ପାଇଁ ଲୋକ ମାନେ ବିଭିନ୍ନ ଆବଶ୍ୟକ ସାମଗ୍ରୀ କିଣିବା ନିମନ୍ତେ ଆସିଥିବା ବେଳେ ସହରର ବିଭିନ୍ନ ସପିଙ୍ଗ ମଲ୍ ଗୁଡିକରେ ଜନଗହଳି ଅତ୍ୟଧିକ ରହିଥିବା ଯୋଗୁଁ ବ୍ରହ୍ମପୁର ଉପଜିଲ୍ଲାପାଳ ତଦନ୍ତ କରିବା ସହ ୫୦ହଜାରରୁ ଉର୍ଦ୍ଧ ଟଙ୍କା ଜରିମାନା ଆଦାୟକୁ ସ୍ଥିର କରିଥିଲେ l କିନ୍ତୁ ପୁରୁଣା ବସଷ୍ଟାଣ୍ଡ ରୋଡରେ ଥିବା ଵିଶାଲ ମାର୍ଟ ଏବଂ ଭି୨ କମ୍ପ୍ଲେକ୍ସ କର୍ତ୍ତୃପକ୍ଷ କୋଭିଡ଼ ନିୟମ ଉଲଂଘନ କରି ଜନସମାଗମ ଦେଖି ଉପଜିଲ୍ଲାପାଳ କିର୍ତ୍ତୀଭାଶନ ଅସନ୍ତୋଷ ଜାହିର କରି ତହସିଲଦାର ସୀପକ୍ ପାତ୍ରଙ୍କୁ ଜରିମାନା ଆଦାୟ କରିବା ପାଇଁ ପରାମର୍ଶ ଦେଇଥିଲେ l କିନ୍ତୁ ଜରିମାନା ନ ଦେବାରୁ ଉକ୍ତ ସଫିଙ୍ଗ ମଲକୁ ଶୁକ୍ରବାର ଦିନ ସିଲ କରିଥିଲେ ଏବଂ ଅନ୍ୟ ଲୋହିଆ ବ୍ରଦର ଠାରୁ ଜରିମାନା ଆଦାୟ କରାଯାଇଥିବା ସୂଚନା ମିଳିଛି l

ରିପୋର୍ଟ : ନିମାଇଁ ଚରଣ ପଣ୍ଡା