କବି ନଟବର ସିଂହ ସାହିତ୍ୟ ସଂସଦର ଏକାଦଶ ତମ ଆଲୋଚନା ଚକ୍ର ଏବଂ ସାହିତ୍ୟ ଆସର ଅନୁଷ୍ଠିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗତକାଲି କବି ନଟବର ସିଂହ ସାହିତ୍ୟ ସଂସଦର ଏକାଦଶ ତମ ଆଲୋଚନା ଚକ୍ର ଏବଂ ସାହିତ୍ୟ ଆସର ବ୍ରହ୍ମପୁର ସ୍ଥିତ ବ୍ରହ୍ମା ନଗର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କବି ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଭାପତି ଡା. ପ୍ରଦୀପ୍ତ ଚନ୍ଦ୍ର ସିଂହ ଉଦଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ମେଜର୍ ରମା ରମଣ ପାଢୀ, ସମ୍ମାନିତ ଅତିଥି ଭାବେ ଡକ୍ଟର ପ୍ରକାଶ ଚନ୍ଦ୍ର ଦାଶ, ମୁଖ୍ୟ ବକ୍ତା ଭାବେ ଡକ୍ଟର ମନୋରମା ଦାଶ ଯୋଗଦେଇ “ଗଙ୍ଗାଧର ମେହେର ଓ ତପସ୍ଵିନୀ” ସମ୍ବନ୍ଧୀୟ ବିସ୍ତୃତ ଆଲୋଚନା କରିଥିଲେ । କବି ନୃସିଂହାନନ୍ଦ ମହାପାତ୍ରଙ୍କ ଲିଖିତ ପୁସ୍ତକ “ଉପନିଷଦୀୟ ଦିବ୍ୟ ଚରିତ୍ର” ଅତିଥିମାନଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା । ଦ୍ବିତୀୟ ପର୍ଯ୍ୟାୟ କବିତା ପାଠୋତ୍ସବ କବି ସୁଧିର କୁମାର ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା ବେଳେ ଅତିଥି ରୂପେ ଡକ୍ଟର ଶ୍ୟାମ ପ୍ରସାଦ ମିଶ୍ର, କବି ପ୍ରମୋଦ କୁମାର ପଣ୍ଡା, କବି ଅଜିତ କୁମାର ତ୍ରିପାଠୀ ଯୋଗ ଦେଇଥିଲେ । କବି ଭାସ୍କର ରାଉତ, ପ୍ରଶାନ୍ତ କୁମାର ଆଚାରୀ, କପିଳ ଚନ୍ଦ୍ର ମହାନ୍ତି, ଚନ୍ଦ୍ର ଶେଖର ମହାପାତ୍ର, ନୃସିଂହାନନ୍ଦ ମହାପାତ୍ର, ବୀରେନ୍ଦ୍ର କୁମାର ଜେନା, ପ୍ରସନ୍ନ କୁମାର ସାହୁ, ରଜନୀକାନ୍ତ ପାଢୀ, ବୃନ୍ଦାବନ ସାହୁ, ସ୍ୱର୍ଣ୍ଣମୟୀ ପାଢୀ, ସୁଜାତା ଶତପଥୀ, ଜ୍ୟୋସ୍ନା ମହାନ୍ତି, ଅମିତା ମିଶ୍ର, ଡାକ୍ତର ପ୍ରଦୀପ୍ତ ଡାକୁଆଙ୍କ ସମେତ ୪୦ଜଣ କବି ସ୍ୱ ରଚିତ କବିତା ପାଠ କରିଥିଲେ । ଅନୁଷ୍ଠାନର କାର୍ଯ୍ୟକାରୀ ସମ୍ପାଦକ ଚିନ୍ମୟ ରଞ୍ଜନ ମିଶ୍ର ଓ ବନ୍ଦନା ମିଶ୍ର କବିତା ଗୁଡିକର ସଂଯୋଜନା କରିଥିଲେ । ସମ୍ପାଦକ ଜିତେନ୍ଦ୍ର କୁମାର ଗନ୍ତାୟତ ମଞ୍ଚ ପରିଚାଳନା ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶେଷରେ ଆଇନଜୀବୀ ରଞ୍ଜନ କୁମାର ନାହାକ ଧନ୍ୟବାଦ ପ୍ରଦାନ କରି କାର୍ଯ୍ୟକ୍ରମକୁ ସମାପ୍ତ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା