କଟକର ଐତିହାସିକ ପୀଠ ଇଦଗା ପଡ଼ିଆକୁ ମାତୃ ପୂଜା ମଣ୍ଡପ ରୂପେ ନାମିତ କରିବାକୁ ଦାବୀ

ଭୁବନେଶ୍ୱର(ସମୃଦ୍ଧ ଓଡିଶା)ଉତ୍କଳ ଗୌରବ କୁଳବୃଦ୍ଧ ମଧୁସୂଦନ ଦାସ ଙ୍କ ନେତୃତ୍ଵ ରେ ଉତ୍କଳ ସମ୍ମିଳନୀର ପ୍ରଥମ ଓ ଦ୍ବିତୀୟ ଅଧିବେଶନ କଟକ ସେଲ୍ଟର ଛକ ସ୍ଥିତ ଇଦଗl ପଡ଼ିଆରେ ୧୯୦୩ ଓ ୧୯୦୪ ମସିହାରେ ଅନୁଷ୍ଠିତ ହୋଇ ସ୍ଵତନ୍ତ୍ର ପ୍ରଦେଶ ପାଇଁ ଦାବି କରାଯାଇଥିଲା l ଓଡ଼ିଶାର ସମସ୍ତ ରାଜା ଓ ନେତୃବୃନ୍ଦ ଙ୍କ ମହା ସମ୍ମିଳନୀ ଏଠାରେ ଅନୁଷ୍ଠିତ ହୋଇ ଓଡ଼ିଆ ଭାଷା ର ସୁରକ୍ଷା ଓ ନବ ଓଡ଼ିଶା ଗଠନ ସମ୍ପର୍କରେ ବିଶେଷ ଆଲୋଚନା କରାଯାଇଥିଲା l ଯାହା ଫଳରେ ଓଡ଼ିଶା ୧୯୩୬ ମସିହାରେ ଭାଷା ଭିତ୍ତିରେ ଭାରତର ପ୍ରଥମ ପ୍ରଦେଶ ର ମାନ୍ୟତା ପାଇପ।ରି ଥିଲା l ହଜାର ବର୍ଷର କଟକ ମହାନଗରର ଏହି ଐତିହାସିକ ମହାନ୍ ପୀଠ ଇଦଗl ପଡ଼ିଆ କୁ ମାତୃ ପୂଜା ମଣ୍ଡପ ଭାବେ ନାମିତ କରି ଓଡ଼ିଆ ଙ୍କ ଶ୍ରେଷ୍ଠ ସ୍ମରଣୀୟ ସ୍ଥାନ ର ମର୍ଯ୍ୟାଦା ପାଇବାକୁ ହକଦାର ବୋଲି ବିଶିଷ୍ଟ ସହିତ୍ୟିକ ପ୍ରଫେସର ବୈଷ୍ଣବ ଚରଣ ସାମଲ ମତ ବ୍ୟକ୍ତ କରିଛନ୍ତି l ଥିଙ୍କର୍ଶ କ୍ଳବ୍ ର ୭୮ ତମ ଆଭାସୀ ଆଲୋଚନାରେ ସଭାପତିତ୍ବ କରି ଶ୍ରୀ ସାମଲ ଏ ଦିଗରେ ପ୍ରଶାସନ ଅବହେଳା ପ୍ରଦର୍ଶନ କରିଛନ୍ତି ବୋଲି କ୍ଷୋଭ ପ୍ରକାଶ କରିଛନ୍ତି l ବକ୍ତା ଭାବେ ସଂସ୍କୃତି ଗବେଷକ ଡ ବାୟlମୁନି ଚର୍ଚୀ ଇଦଗl ପଡ଼ିଆ ରେ ଅନୁଷ୍ଠିତ ଉତ୍କଳ ସମ୍ମିଳନୀ ର ଏହି ପ୍ରଥମ ଅଧିବେଶନରେ ୩୦୦୦ ରୁ ଅଧିକ ଜନତା ଯୋଗଦେଇଥିଲେ ବୋଲି କହି ବିଶେଷ ସ୍ମୃତି ଚାରଣ କରିଥିଲେ l ଇଦଗl ପଡିଆ ର ସୁରକ୍ଷା ସରକାର,ପ୍ରଶାସନ ତଥା ଜନସାଧାରଣ ଙ୍କ ପ୍ରଧାନ କର୍ତ୍ତବ୍ୟ l ଏ ଦିଗରେ ବୁଦ୍ଧିଜୀବୀ ମାନେ ଡେରି ନକରି ଯଥାଶୀଘ୍ର ସରକାର ୫ ଟି ଙ୍କୁ ଲିଖିତ ଭାବେ ଦୃଷ୍ଟି ଆକର୍ଷଣ ପାଇଁ ସଭାରେ ମତ ପ୍ରକାଶ ପାଇଥିଲା l ଥିଙ୍କର୍ସ କ୍ଳବ୍ ର ସଭାପତି ବରଦା ଦାସ ସଭା ସଂଯୋଜନା କରି ମୁଖ୍ୟମନ୍ତ୍ରୀ ଙ୍କୁ ସ୍ମାରକ ପତ୍ର ଦିଆଯିବ ବୋଲି କହିଥିଲେ l ଏ ଦିଗରେ ଅବହେଳାକୁ ଆଉ ବରଦlସ୍ତ କରାଯିବ ନାହିଁ ବୋଲି ମଧୁସ୍ମୃତି ସୁରକ୍ଷା ମଞ୍ଚ ତରଫରୁ ଜଗନ୍ନାଥ ମହାନ୍ତି ପ୍ରକାଶ କରିଥିଲେ l ଡ ରଜତ ଶତପଥୀ,ପ୍ରଫେସର ଉମାଶଙ୍କର ମିଶ୍ର, ମୋନିକା ଦାସ,ଡି ବି ହୃଦୟ, ଇ ଶୀରିଶ ସାହୁ, ସୌମ୍ୟଯିତ୍ ପାଣି,ବିନୋଦ ମହାନ୍ତି, ସୁଧାକର ପତ୍ରୀ,ଚିତ୍ତ ଶତପଥୀ,କସ୍ତୁରୀ ଦାସ,ଜୟକୃଷ୍ଣ ପ୍ରଧାନ,ଲୋପା ସାମଲ,ରୁଦ୍ର ମାଧବ ବାରିକ, ସଂଗୀତା ଶତପଥୀ, ସନ୍ତୋଷ ସ୍ୱାଇଁ, ସୂଚନା ପାଢ଼ୀ,ହେମନ୍ତ କୁମାର ଦଣ୍ଡସେନା, ବିଭୁ ଦତ୍ତ ମହାନ୍ତି ଓ ୟୁ ଟ୍ୟୁବ୍ ରେ ଅନେକ ଆଦି ଆଲୋଚନାରେ ଅଂଶ ଗ୍ରହଣ କରି ସରକାରଙ୍କ ଦୃଷ୍ଟି ଆକର୍ଷଣ ପାଇଁ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ l ଶେଷରେ ଦ୍ଵିପାୟନ ପଟ୍ଟନାୟକ ଏକ ସ୍ପର୍ଶକାତର ଆଲୋଚନାରେ ନିଜର ସ୍ୱ ମତ ପ୍ରକାଶ କରି ସମସ୍ତଙ୍କୁ ଧନ୍ୟବାଦ୍ ଦେଇଥିଲେ l

ରିପୋର୍ଟ : ବରଦା ଦାସ,ସଭାପତି, ଥିଙ୍କର୍ଶ୍ କ୍ଳବ୍