କଂଗ୍ରେସ ପକ୍ଷରୁ ସହିଦ କୃଷକଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଆଜି ସନ୍ଧ୍ୟା ସମୟରେ ଗଜପତି ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ନିକଟରେ ମୋଦୀ ସରକାରଙ୍କ ଦେଶରେ ଆଣିଥିବା କୃଷକ ମାନଙ୍କ ପାଇଁ ଯେଉଁ କଳା କୃଷି ଆଇନକୁ ବିରୋଧ କରି ଦେଶରେ ସହିଦ ହୋଇଥିବା ୬୦ରୁ ଉର୍ଦ୍ଧ କୃଷକଙ୍କୁ କଂଗ୍ରେସ ଦଳ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜଣାଯାଇଛି । ଏହି ଅବସରରେ କଂଗ୍ରେସ କାର୍ଯ୍ୟାଳୟ ନିକଟରେ କେଣ୍ଡେଲ ଲଗାଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ନଗର କଂଗ୍ରେସ ସଭାପତି ବସନ୍ତ ପଣ୍ଡା, ଗୈତମ ପଣ୍ଡା, ରାଜା ପାତ୍ର, ବେର୍ନିକ ଗମାଙ୍ଗ, ସମୀର ମହାରଣା, ତପନ ପାଇକ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ଯୁବ କଂଗ୍ରେସ ସଭାପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ନେତୃତ୍ୱରେ ପରିଚାଳନା କରାଯାଇଥିଲା ।