ଓଡିଶା ସାମ୍ବାଦିକ ୟୁନିୟନ’ର ୪୯ ତମ ପ୍ରତିଷ୍ଠା ଦିବସ ପାଳିତ…

ଭୁବନଶ୍ୱେର (ସମୃଦ୍ଧ ଓଡିଶା) ସାରା ଦେଶରେ ଯେତେବେଳେ ଅଘୋଷିତ କରୋନା କର୍ଫ୍ୟୁ ଜାରି ହୋଇଥିଲା ସେତେବେଳେ ସାମ୍ବାଦିକମାନେ ହିଁ ଜଣେ ଜଣେ କରୋନା ଯୋଦ୍ଧା ସାଜି ଖବର ସଂଗ୍ରହ କରିବା ସହ ସମାଜ ପାଇଁ କାମ କରୁଥିଲେ । ନିଜ ଜୀବନକୁ ବାଜି ଲଗାଇ ଶବ ସତ୍କାର ହେଉ ଅବା ଲୋକଙ୍କୁ ସଚେତନତା କରିବା ସବୁ ଥିରେ ଆଗକୁ ବାହାରି ସମାଜ ପାଇଁ ସାଜିଥିଲେ ଉଦାହରଣ । ଓଡିଶା ସାମ୍ବାଦିକ ୟୁନିୟନ (ଓୟୁଜେ)ର ୪୯ ତମ ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ରାଜ୍ୟ ଗୃହ ଓ ଶକ୍ତି ବିଭାଗର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର କହିଛନ୍ତି ଯେ, ଆଜିର ଡିଜିଟାଲ ଯୁଗରେ ସାମ୍ବାଦିକମାନେ ନିଜକୁ ଖାପ ଖୁଆଇବା ପାଇଁ ଅଧିକ ସକ୍ରିୟତା ସହ କାର୍ଯ୍ୟ କରିବାକୁ ହେବ । ପ୍ରତିଯୋଗିତା ଓ ପ୍ରତିଦ୍ୱନ୍ଦିତା ମାହୋଲ ସାମ୍ବାଦିକମାନଙ୍କ ପାଇଁ ଆହ୍ୱାନ ସୃଷ୍ଟି କରିଛି । ଏହାକୁ ସାମ୍ନା କରିବା ପାଇଁ ସେମାନେ ନିଜକୁ ପ୍ରସ୍ତୁତ କରିବାର ଦରକାର । କରୋନା କଟାକଣା ମାନି ଓୟୁଜେ ଭବନରେ ଅନୁଷ୍ଠିତ ପ୍ରତିଷ୍ଠା ଦିବସ ଉତ୍ସବରେ ରାଜ୍ୟ ସଭାପତି ପ୍ରସନ୍ନ କୁମାର ମହାନ୍ତି ସଭାପତିତ୍ୱ କରି ସାମ୍ବାଦିକମାନଙ୍କ ସାମାଜିକ ନିରାପତା ଉପରେ ଗୁରୁତ୍ୱ ଆରୋପ କରିବା ସହ ଅବସର ପରେ ସାମ୍ବାଦିକମାନଙ୍କ ପାଇଁ ପେନସନ ଲାଗୁ କରିବାକୁ ସରକାରଙ୍କ ଠାରେ ଦାବି ରଖିଥିଲେ । ବରିଷ୍ଠ ସାମ୍ବାଦିକ ରବି ଦାସ ରାଜ୍ୟରେ ତୁରନ୍ତ ସାମ୍ବାଦିକ ସୁରକ୍ଷା ଆଇନ ଲାଗୁ କରାଯିବା ସହ ସାମ୍ବାଦିକତା ପାଇଁ ଏକ ମୁକ୍ତ ଅବାଧ ପରିବେଶ ସୃଷ୍ଟିି କରାଯିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ରାଜ୍ୟ ସାଧାରଣ ସଂପାଦକ ଅଶୋକ କୁମାର ନନ୍ଦ, ଉପସଭାପତି କିଶାନ ରାଉତ, ଉପ-ସଭାପତି ଉପନ ସାହୁ, କୋଷାଧ୍ୟକ୍ଷ ଅମୂଲ୍ୟ ରଞ୍ଜନ ସ୍ୱାଇଁ, ଜାତୀୟ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଲୋକନାଥ ସିଂ, ସଂପାଦକ ଇଙ୍ଗିତ ପଣ୍ଡା ପ୍ରମୁଖ ବକ୍ତବ୍ୟ ରଖି ସାମ୍ବାଦିକମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ଏହି ଅବସରରେ ଓୟୁଜେର ସ୍ୱର୍ଣ୍ଣ ଜୟନ୍ତୀ ଲୋଗୋକୁ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଉନ୍ମୋଚନ କରିଥିଲେ । ଏହି ଅବସରରେ ରାଜ୍ୟର ୩୧ଟି ସାଙ୍ଗଠାନିକ ଜିଲ୍ଲା ସଭାପତି ଓ ସଧାରଣ ସଂପାଦକମାନଙ୍କୁ ସମ୍ନାନିତ କରାଯାଇଥିଲା ।