ଓଡିଶାର ସ୍ୱାଭିମାନ ରକ୍ଷା ଦିଗରେ ସଂକୀର୍ଣ୍ଣତା ସର୍ବାଗ୍ରେ ପରିତେର୍ଯ୍ୟ ହେଉ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଓଡିଆ ଭାଷାଭାଷୀ ଅଂଚଳରେ ଭାଷା-ସୁରକ୍ଷା ସ୍ୱାଭିମାନ ଦିଗରେ ସଂସ୍କୃତି, ଭାଷା-ସାହିତ୍ୟ ଓ ପରମ୍ପରାକୁ ସର୍ବଭାରତୀୟ ସ୍ତରରେ ପହଞ୍ଚାଇବା ଲାଗି ସଭିଏ ଅଂଗିକାରବଦ୍ଧ ହୋଇ କାର୍ଯ୍ୟ କରିବା ଉଚିତ୍ । ଏହା ବ୍ୟତିତ ସ୍ନେହ, ପ୍ରେମ, ଭାତୃତ୍ୱ ପ୍ରତ୍ୟେକଙ୍କ ଧେୟ ହେଉ ବୋଲି ଜଳେଶ୍ୱର ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ଉତ୍କଳ ଦିବସ ପାଳନ ଅବସରରେ ବକ୍ତାଭାବେ ମତବ୍ୟକ୍ତ କରିଛନ୍ତି । ଏଥିରେ ଦୀନକୃଷ୍ଣ ସ୍ମୃତି ପରିଷଦର ସଂପାଦକ ତଥା ଦୀନକୃଷ୍ଣ ମିନା ମଣ୍ଡଳୀର ସଭାପତି ପ୍ରଫେସର ବିପିନ ବିହାରୀ ବିଶ୍ୱାଳ ସଭାପତିତ୍ୱ କରି ଉତ୍କଳର ଗୌରବଗାଥା ବଖାଣିବା ଓ ମାନବିକତାର ସ୍ୱର ସବୁ କ୍ଷେତ୍ରରେ ଉତ୍ତୋଳନ ହେବା ଉଚିତ୍ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟାରେ ପ୍ରଧାନ ଶିକ୍ଷକ ସୁନିଲ କୁମାର ନାୟକ, ଦେବରାଜ ପଂଣ୍ଡା, ସନ୍ତୋଷ କୁମାର ସ୍ୱାଇଁ, ସୁବଳ ଚନ୍ଦ୍ର ପରିଡା, ମନୋରଂଜନ ଦାସ, ଅଜିତ୍ କୁମାର ମହାନ୍ତି, ରାଧାଗୋବିନ୍ଦ ଜେନା, ସୁବ୍ରତ ଘଡାଇ, ମୁରଲୀ ମୋହନ ପ୍ରଧାନ, ଗୌରୀଶଂକର ତ୍ରିପାଠୀ ପ୍ରମୁଖ ଉପାନ୍ତର ସୀମା ସୁରକ୍ଷା ଓ ଓଡିଶାର ଭାଷା ସାହିତ୍ୟ ସଂସ୍କୃତି ନିମନ୍ତେ ଦେଖାଦେଇଥିବା ସଂପର୍କରେ କହିଥିଲେ । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ହୋଇଥିବା ବକ୍ତୃତା ପ୍ରତିଯୋଗିତାରେ ବନ୍ଦିତା ଜେନା ଓ ସାଇପ୍ରଭାଙ୍କୁ ପୁରସ୍କୃତ କରାଯାଇଥିଲା । ମନୋଜ ମହାନ୍ତି ଓ ପୁଷ୍କଲତା ସିଟ ଉତ୍କଳ ଦିବସ ସଂପର୍କରେ କବିତାପାଠ କରିଥିବା ବେଳେ ଶେଷରେ ଶିକ୍ଷକ ହରେକୃଷ୍ଣ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା