ଓଡିଶାରେ ବିଦ୍ୟାଳୟ ସୌନ୍ଦର୍ଯ୍ୟକରଣ ଦେଶରେ ଅଦିତ୍ୱୀୟ, ସରକାରୀ ଭାବେ ଭିତ୍ତିଭୂମୀ ହେଉଛି ସୁଦୃଢ : ପୂର୍ବତନ ଛାତ୍ରଛାତ୍ରୀଙ୍କ ସଂଶ୍ଳିଷ୍ଟ ଅଭିନବ ପନ୍ଥା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଭାରତୀୟ ପ୍ରଶାସନୀକ ସେବାରେ ପ୍ରଶିକ୍ଷଣ ନେଉଥିବା କେତେକ ଶିକ୍ଷାର୍ଥୀ ଆଜି ଅପରାହ୍ନରେ ଜଳେଶ୍ୱର ବ୍ଳକର ବିଭିନ୍ନ ସ୍ଥାନ ବୁଲି ଦେଖିଥିବା ବେଳେ ଖୁଲୁଡାସ୍ଥିତ ଶୀତଳାମାତା ସରକାରୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି । ଓଡିଶାରେ ସରକାରୀ ବିଦ୍ୟାଳୟ ଗୁଡିକର ସୌନ୍ଦର୍ଯ୍ୟକରଣ ଦେଶରେ ଅଦିତ୍ୱୀୟ ଓ ଏହାର ଭିତ୍ତିଭୂମୀ ଅଧିକ ସୁଦୃଢ ହୋଇ ପାରୁଛି । ପୁଣି ପୂର୍ବତନ ଛାତ୍ରଛାତ୍ରୀଙ୍କୁ ଏଥିରେ ସଂଶ୍ଳିଷ୍ଟ କରି ବିଦ୍ୟାଳୟ ପରିବେଶର ଉନ୍ନତିକରଣ, ଆଧୁନିକ କରଣ ହେଉଥିବାରୁ ସେମାନେ ପ୍ରଶଂସା କରିଛନ୍ତି । ରାଜ୍ୟରେ ଚାଲିଥିବା ୫ଟି କାର୍ଯ୍ୟକ୍ରମରେ ଜଳେଶ୍ୱରରେ ପ୍ରଥମ ପର୍ଯ୍ୟୟରେ ଓ ୨ୟ ପର୍ଯ୍ୟାୟରେ ୨୧ଟି ବିଦ୍ୟାଳୟକୁ ସରକାର ଗ୍ରହଣ କରିଛନ୍ତି । ୨ୟ ପଯ୍ୟାୟରେ ଚାଲିଥିବା ସୌନ୍ଦର୍ଯ୍ୟକରଣ ଓ ଆଧୁନିକି କରଣ ମଧ୍ୟରେ ଶୀତଳାମାତା ଉଚ୍ଚ ବିଦ୍ୟାଳୟ ପରିଦର୍ଶନରେ ଆଜି ଭାରତୀୟ ପ୍ରଶାସନୀକ ସେବା ପ୍ରଶିକ୍ଷଣ ନେଉଥିବା ମିଶାଲ ଭାରତ ସାଗର, ଭିସ୍ପୁଟ ଶ୍ରୀକାନ୍ତ ଯଶୋବନ୍ତ, ସୁହାସ ଲକ୍ଷ୍ମଣ ଗଡେ, ମୃଣାଳି ଅଭିନାସ ଯୋଶୀ ପ୍ରମୁଖ ଆଜି ସଂଖ୍ୟାରେ ବୁଲି ବିଦ୍ୟାଳୟ ଭିତ୍ତିଭୂମୀ ସଂପର୍କରେ ଦେଖି ପ୍ରଶଂସା କରିଛନ୍ତି । ଛାତ୍ରଛାତ୍ରୀଙ୍କ ଲାଗି ଇ ଲାଇବ୍ରେରୀ, ବିଦ୍ୟାଳୟ ଗୃହର ଆଧୁନିକି କରଣ, ଖେଳପଡିଆ, ବଗିଚା, କମ୍ପୁଟର ଗୃହ, ଶୌଚାଳୟ, ଶୁଦ୍ଧ ପାନୀୟଜଳ, ଆଲୋକିକରଣ ଇତ୍ୟାଦି ଦେଖି ଓଡିଆଙ୍କ ସଂସ୍କୃତି, ପରମ୍ପରାକୁ ପ୍ରଶାଂସା କରିଛନ୍ତି । ପୂର୍ବେ ଛାତ୍ରଛାତ୍ରୀମାନେ ଘରୋଇ ଶିକ୍ଷାନୁଷ୍ଠାନକୁ ଅଧିକ ଆକୃଷ୍ଟ ହେଉଥିବା ବେଳେ ଏବେ ସରକାରୀ ବିଦ୍ୟାଳୟକୁ ଛାତ୍ରଛାତ୍ରୀ, ଅଭିଭାବକଙ୍କୁ ଆକର୍ଷଣ କରିପାରିବ ବୋଲି ମତବ୍ୟକ୍ତ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡ. ଅଜିତ୍ ମହାନ୍ତି ପୁରତନ ଛାତ୍ରଙ୍କ ଦାନ ଏବଂ ମୋ ସ୍କୁଲ ଅଭିଯାନରେ ତାର ୨ଗୁଣ ଅର୍ଥ ଯୋଗାଇ ଏପରି ବିକାଶ କରୁଥିବା ସଂପର୍କରେ କହିଥିଲେ । ବିଡିଓ ଅଶ୍ୱିନୀ କୁମାର ଦାସ ଆସିଥିବା ଆଗନ୍ତୁକଙ୍କୁ ସ୍ୱାଗତ ଜଣାଇ ସରକାରଙ୍କ ୫ଟି ନିତୀ ସଂପର୍କରେ ସୂଚନା ଦେଇଥିଲେ । ଶିକ୍ଷକ ସଂଜୟ କୁମାର ପାକଳ, ଅଂଜନ କୁମାର ପାକଳ, କମଳାକାନ୍ତ ସାମଲ, ରଜନୀ ହାଁସଦା ପ୍ରମୁଖ ୫ଟି ଦ୍ୱାରା ନିର୍ମିତ ବିଦ୍ୟାଳୟ ସଂପର୍କରେ କହିବା ସହିତ ଆଗନ୍ତୁକଙ୍କୁ ବୁଝାିଥିଲେ । ସରପଂଚ ଜ୍ୟୋତିର୍ମୟ ଆଚାର୍ଯ୍ୟ, ଗ୍ରାମପଂଚାୟତ ସଂପ୍ରସାରଣ ଅଧିକାରୀ ମାୟାଧର ମଲିକ, ସୁଜିତ୍ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ । ସେମାନେ ରାଜପୁର ଅଂଗନୱାଡି କେନ୍ଦ୍ର, ରାଜପୁର ପଂଚାୟତ ହାଇସ୍କୁଲ ଓ ନେତୁଆସ୍ଥିତ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳି ବୁଲି ଦେଖିଥିଲେ ।

ରିପୋର୍ଟ : ଭୂପତି ପରିଡା