ଓଡିଶାରେ ବିଜୁଳି ଆନ୍ଦୋଳନକୁ ତ୍ୱରାନ୍ୱିତ କରିବା ପାଇଁ ଆମ୍ ଆଦମୀ ପାର୍ଟି ଗଞ୍ଜାମ ଜିଲ୍ଲା ସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସ୍ଥାନୀୟ ଡାଇମଣ୍ଡ ଜୁବୁଲି ଟାଉନ ହଲରେ ଓଡିଶାରେ ବିଜୁଳି ଆନ୍ଦୋଳନକୁ ତ୍ୱରାନ୍ୱିତ କରିବା ପାଇଁ ଆମ୍ ଆଦମୀ ପାର୍ଟି ଗଞ୍ଜାମ ଜିଲ୍ଲା ସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ପାର୍ଟିର ନବ ନିଯୁକ୍ତ ଓଡିଶା ପ୍ରଭାରୀ ଦିଲ୍ଲୀ କେଣ୍ଟର ବିଧାୟକ ବୀରେନ୍ଦ୍ର ସିଂ କାଡିଆନ ଏବଂ ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ରଙ୍କୁ ସ୍ୱାଗତ କରି ଶତାଧିକ କର୍ମୀଙ୍କ ଏକ ବିରାଟ ମୋଟର ସାଇକେଲ ଶୋଭାଯାତ୍ରା ସ୍ଲୋଗାନ ଦେଇ ସହର ପରିକ୍ରମା କରି ଟାଉନହଲ ସଭାସ୍ଥଳରେ ପହଞ୍ଚିଥିଲେ l ଜିଲ୍ଲା ଆବାହକ ସୁବାଷ ରାଉତଙ୍କ ସଭାପତିତ୍ୱ ସଭାମଞ୍ଚରୁ ମୁଖ୍ୟ ଅତିଥି ଓଡିଶା ପ୍ରଭାରୀ ଦିଲ୍ଲୀର ଅରବିନ୍ଦ କେଜ୍ରିୱାଲ କିପରି ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, ପାଣି ରୋଜଗାରକୁ ପ୍ରାଧାନ୍ୟ ଦେଇ କାମ କରି ସାର ଦେଶର ଅନ୍ୟ ରାଜ୍ୟମାନଙ୍କ ଆଗରେ କିପରି ଉଦାହରଣ ସୃଷ୍ଟି କରିପାରିଛି ବକ୍ତବ୍ୟ ରଖିବା ସହ କେନ୍ଦ୍ର ସରକାରଙ୍କ କର୍ପୋରେଟ ସପକ୍ଷବାଦୀ ନୀତିକୁ ତୀବ୍ର ସମାଲୋଚନା କରିଥିଲେ l ଦିଲ୍ଲୀରେ ବିଜୁଳି ଉତ୍ପାଦନ ନହେଲେ ମଧ୍ୟ୍ୟ ସରକାର ଅନ୍ୟ ରାଜ୍ୟରୁ କିଣି ଶତକଡା ୭୫ ପ୍ରତିଶତ ଉପଭୋକ୍ତାଙ୍କୁ ୨୦୦ ୟୁନିଟ ପର୍ଯ୍ୟନ୍ତ ଦେୟମୁକ୍ତ ଦେଉ ଥିବାବେଳେ, ଓଡିଶା ବିଜୁଳି ଉତ୍ପାଦନରେ ଏକ ବଳକା ରାଜ୍ୟ ହୋଇ ମଧ୍ୟ୍ୟ ସରକାର ଟାଟା କମ୍ପାନୀ ସହ ମିଶି ବାରମ୍ବାର ଦର ବଢ଼ାଇ ଲୋକଙ୍କୁ ଶୋଷଣ କରୁଥିବା କଥା ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ର କ୍ଷୋଭ ପ୍ରକାଶ କରି କହିଥିଲେ l ସନ୍ନମାନ୍ୱିତ ଅଥିତି ରୂପେ ବାଙ୍ଗାଲୋରର ଓଡିଆ ବିଶିଷ୍ଟ ଯୁବ ଉଦ୍ୟଗୋପତି ନିତ୍ୟାନନ୍ଦ ସାହୁ ଯୋଗଦେଇ ଓଡିଶାରେ ପାର୍ଟିର ବିଜୁଳି ଆନ୍ଦୋଳନ ପାଇଁ ଦସ୍ତଖତ ଅଭିଯାନକୁ ଉଚ୍ଚ ପ୍ରଶଂସା କରିଥିଲେ l ଜିଲ୍ଲା ସମ୍ପାଦକ ଆଦିତ୍ୟ ରଥ ସାମ୍ପ୍ରତିକ ପରିସ୍ଥିତିରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିରୁଦ୍ଧରେ ଲଢେଇ କରି ଓଡିଶାରେ ପାର୍ଟିକୁ ସୁଦୃଢ କରିବାକୁ କାର୍ଯ୍ୟକର୍ତ୍ତାମାନଙ୍କୁ ଆହ୍ୱାନ ଦେଇ ବୈପ୍ଲବିକ ସଂଗୀତ ଗାନ କରିଥିଲେ l କାର୍ଯ୍ୟକ୍ରମକୁ ରତିକାନ୍ତ ନାୟକ ପରିଚାଳନା କରିଥିବା ବେଳେ ଶେଷରେ ଉପସଭାପତି ସୁଧୀର ପ୍ରଧାନ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ସଭା ମଞ୍ଚରେ ମହାନଗର ସଭାପତି ସି. ହରପ୍ରସାଦ, ବରିଷ୍ଠ ସଦସ୍ୟ ରଞ୍ଜନା ଦେବୀ ରଥ, ଜିଲ୍ଲା ମହିଳା ସଭାନେତ୍ରୀ ନିଭାସ୍ମିତା ପ୍ରଧାନ, ମେୟର ପ୍ରାର୍ଥୀନି ସୁଶ୍ରୀପ୍ରିୟଙ୍କା, ଯୁବ ସଭାପତି ଏଲ. ଗଣେଶ ମଞ୍ଚାସିନ ଥିଲେ l ଏହି ସଭାରେ ଜିଲ୍ଲାର ବିଭିନ୍ନ ବ୍ଲକ ଓ ଏନ.ଏ.ସିରୁ ପାଞ୍ଚ ଶହରୁ ଉର୍ଦ୍ଧ୍ୱ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ l

ରିପୋର୍ଟ : ନିମାଇଁ ଚରଣ ପଣ୍ଡା