ଓଡ଼ିଶା ବିକାଶ କନକ୍ଲେଭରେ ସୋରଡ଼ାର ନୀଳମାଧବ ଫାଉଣ୍ଡେସନ

ସୋରଡ଼ା/ବଡ଼ଗଡ଼(ସମୃଦ୍ଧ ଓଡିଶା)ପରିବର୍ତ୍ତନଶୀଳ ଜନସଂଖ୍ୟା ଓ ବିକାଶକୁ ଭିତ୍ତି କରି ଓଡ଼ିଶା@୨୦୩୬ କୁ ପ୍ରସଙ୍ଗ କରି ସି ୟାଇ ଏସ ଡି ଏବଂ ୟୁ ଏନ ଏଫ ପି ଏ ଙ୍କ ମିଳିତ ସହଭାଗିତାରେ ଭୁବନେଶ୍ୱରରେ ଆୟୋଜିତ ହୋଇଥିବା ଓଡ଼ିଶା ବିକାଶ ସମାବେଶ-୨୦୨୩ ୪ ର୍ଥ ସଂସ୍କରଣରେ ଗଞ୍ଜାମ ଜିଲ୍ଲାର ସୋରଡ଼ା ବ୍ଲକ୍ ଅନ୍ତର୍ଗତ ବଡ଼ଗଡ଼ ଥାନା ଅଧୀନ ପଦ୍ମପୁରର ନୀଳମାଧବ ଫାଉଣ୍ଡେସନ ଯୋଗ ଦେଇଥିଲେ । ଉକ୍ତ ସାମାଜିକ ଅନୁଷ୍ଠାନର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଏନ୍.ନୀଳମାଧବ ପାତ୍ର ଓ ସାଧାରଣ ସମ୍ପାଦକ ଏନ୍.କାମରାଜୁ ପାତ୍ରଙ୍କ ପ୍ରଚେଷ୍ଟାରେ ଓଡ଼ିଶା ତଥା ଜିଲ୍ଲା ଏବଂ ଆଞ୍ଚଳିକ ସ୍ତରରେ ବିଭିନ୍ନ ସମୟରେ ବିଭିନ୍ନ ସମାଜ କଲ୍ୟାଣ କାର୍ଯ୍ୟ କରିଆସୁଛନ୍ତି । ଏବଂ ଏଥିରେ ବି ଅଂଶଗ୍ରହଣ କରି ‘ ବୟସ୍କ ଜନସଂଖ୍ୟା ’ , ‘ ସ୍କୁଲ୍ ଶିକ୍ଷା ’ , ‘ ଜୀବିକା ପାଇଁ ପ୍ରବାସ ଗମନ ଓ ସହରୀକରଣ , ଯୁବ, ଦକ୍ଷତା ବିକାଶ ଓ କର୍ମ ସଂସ୍ଥାନ ’ ‘ ସ୍ବାସ୍ଥ୍ୟ ଓ ପୁଷ୍ଟିସାର ,କର୍ପୋରେଟ ସାମାଜିକ ଦାୟିତ୍ଵ ’ ଓ ‘ ଜଳବାୟୁ ପରିବର୍ତ୍ତନ’ ଆଦି ମୁଖ୍ୟ ବିଷୟ ଗୁଡ଼ିକର ଆଲୋଚନାରେ ନିଜସ୍ଵ ମତ ରଖିଥିଲେ । ୨୦୩୬ରେ ଓଡ଼ିଶା ରାଜ୍ୟ ୧୦୦ ବର୍ଷ ପୂର୍ତ୍ତି ପାଳନ କରିବାକୁ ଯାଉଛି । ଏଥିମଧ୍ୟରେ ଓଡ଼ିଶା ବହୁ କ୍ଷେତ୍ରରେ ପରିବର୍ତ୍ତନ ଆଣିପାରିଛି, କିଛିଟା ଚିନ୍ତାର କାରଣ, କିଛି ପ୍ରଭାବ ପକାଉଛି ଆଉ କିଛି ସଙ୍କଟର କାରଣ ସାଜୁଛି । ସେଥିପାଇଁ ରାଜ୍ୟର ଭବିଷ୍ୟତ କାର୍ଯ୍ୟଖସଡ଼ାରେ ବିକାଶ ପାଇଁ କେଉଁ କେଉଁ ମୁଖ୍ୟ କାର୍ଯ୍ୟମାନ କରିବାକୁ ହେବ ତାହାର କାର୍ଯ୍ୟକାରିତା ରୂପରେଖ ପାଇଁ ନାଗରିକ ସାମାଜିକ ସଂଗଠନ, ସରକାର, କର୍ପୋରେଟ ଓ ଶିକ୍ଷାନୁଷ୍ଠାନ ସମସ୍ତେ ଉପସ୍ଥିତ ଥିଲେ । ଏହି ଫାଉଣ୍ଡେସନର ସକ୍ରିୟ ସହଯୋଗ ଓ ସଫଳତା ଦେଖି ସଦସ୍ୟ ଏବଂ ଗ୍ରାମବାସି ଖୁସି ବ୍ୟକ୍ତ କରିଛନ୍ତି ।

ରିପୋର୍ଟ : ଆଶୁତୋଷ ପଟ୍ଟନାୟକ