ଓଡ଼ିଶା ଓ ଆନ୍ଧ୍ରକୁ ନେଇ ବିବାଦ…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ପୁଣି ସୀମାକୁ ବିବାଦକୁ ନେଇ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଅଶାନ୍ତି ପରିସ୍ଥିତି । ଏଥିର କିନ୍ତୁ ସରକାର ସ୍ତରରେ ନୁହେଁ ବରଂ ଉଭୟ ରାଜ୍ୟର ସୀମାନ୍ତବର୍ତ୍ତୀ ଗାଁରେ ରହି ଆସୁଥିବା ଲୋକଙ୍କ ମଧ୍ୟରେ ଅଶାନ୍ତି । ଆନ୍ଧ୍ରର ସିଙ୍ଗିପୁର ଗାଁରେ ରହୁଥିବା କିଛି ଅଣ ଆଦିବାସୀ ଓଡିଶାର ଚମ୍ପାପୁରରେ ରହୁଥିବା ଆଦିବାସୀଙ୍କୁ ଆକ୍ରମଣ କରିଥିବା ବେଳେ ଆଦିବାସୀ ମହିଳା ଆହତ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ଚମ୍ପାପୁର ଗ୍ରାମବାସୀ ମାନେ ଗାରାବନ୍ଧରେ ଏତଲା ଦେଇଥିବା ବେଳେ ସିଙ୍ଗାପୁର ଗ୍ରାମବାସୀ ମାନେ ମଞ୍ଜୁଷାରେ ଏତଲା ଦେଇଛନ୍ତି । ଆଜି ଓଡ଼ିଶାର ରାଜସ୍ୱ ନିରୀକ୍ଷକ ଜମି ମାପଚୂପ କରି ଚମ୍ପାପୁର ଗାଁ ନିକଟରେ ଥିବା ସ୍ଥାନରେ ଏହି ଗାଁର ଲୋକେ ମାନେ ଆମ୍ବ, କାଜୁ, କଦଳୀ ଆଦି ଚାଷ କରିଥିଲେ । ତେବେ ଗତ ୧୩ ତାରିଖ ଦିନ ସିଙ୍ଗାପୁରର କିଛି ଅଣ ଆଦିବାସୀ ଏହି ଆନ୍ଧ୍ର ଜମିରେ ତମେ ଓଡିଶାର ଲୋକ କିଭଳି ଚାଷ କରୁଛ ବୋଲି କହିବା ସହ ଗଛ କାଟିଥିଲେ । ଏହାକୁ ବିରୋଧ କରିବାରୁ ସିଙ୍ଗାପୁର ଗ୍ରାମ ଲୋକେ ସେଠାରେ ଥିବା ମହିଳା ମାନଙ୍କୁ ଆକ୍ରମଣ କରିଥିଲେ । ଫଳରେ ତିନି ଜଣ ମହିଳା ଆହତ ହୋଇଥିବା ଅଭିଯୋଗ ହୋଇଛି । ଏହା ଓଡ଼ିଶା ଜମି ହୋଇଥିଲେ ମଧ୍ୟ ଆନ୍ଧ୍ରର ଲୋକେ ଏଭଳି ଜବରଦସ୍ତ କରୁଥିବାରୁ ସୀମାନ୍ତବର୍ତ୍ତୀ ଗାଁ ଲୋକେ ବର୍ତ୍ତମାନ ଭୟଭୀତ ଅବସ୍ଥାରେ ରହିଛନ୍ତି । ଏନେଇ ଓଡିଶା ଲୋକ ଗାରାବନ୍ଧା ଥାନାରେ ଅଭିଯୋଗ କରିଛନ୍ତି । ସେହିପରି ଆନ୍ଧ୍ରର ସିଙ୍ଗିପୁର ଗାଁର ଲୋକେ ମଞ୍ଜୁଷା ଥାନାରେ ଅଭିଯୋଗ କରିଛନ୍ତି । ଏହାକୁ ନେଇ ସୀମାନ୍ତରେ ଦେଖାଦେଇଛି ଅଶାନ୍ତି । ଆଜି ଜିରାଙ୍ଗ ରାଜସ୍ୱ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ମାପଚୂପ କରିବା ସହ ଏହା ଓଡ଼ିଶାର ବୋଲି ସ୍ପଷ୍ଟ ହୋଇଥିଲେ ମଧ୍ୟ ଉଭୟ ରାଜ୍ୟର ଅଧିକାରୀ ମାନେ ମିଳିତ ଭାବରେ ମାପଚୂପ କରି ସୀମା ନିର୍ଦ୍ଧାରଣ କରିବାକୁ ଲୋକେ ଦାବି କରିଛନ୍ତି । ଏମିତି କି ଓଡିଶାର ଜମି ବ୍ୟବହାର କରି ଆନ୍ଧ୍ର ଲୋକେ ଓଡିଶା ଲୋକଙ୍କୁ ଧମେଇବା ଏକ ବିରାଟ ଅପରାଧ । ତୁରନ୍ତ ଓଡିଶା ସରକାର ଏହାର ପଦକ୍ଷେପ ନେବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ଏହାସହ ଆନ୍ଧ୍ର ସରକାର କିଛି ବି ଉର୍ଣ୍ଣୟନମୂଳକ କାର୍ଯ୍ୟ ଏଠାରେ କରୁ ନ ଥିବା ଜଣାପଡିଛି କିନ୍ତୁ ଓଡ଼ିଶା ସରକାର ବିଭିନ୍ନ ଉର୍ଣ୍ଣୟନମୂଳକ କାର୍ଯ୍ୟ କରିଆସୁଛି ବୋଲି କୁହାଯାଇଛି ।

ରିପୋର୍ଟ : କୃଷ୍ଣ କୁମାର ବେହେରା