ଓଡ଼ିଶାର ପ୍ରସିଦ୍ଧ ରାଧାରମଣ ପଞ୍ଜିକାର ସଂଯୋଜକ ତଥା ଜ୍ୟୋତିଷ ବିଶାରଦ ପଣ୍ଡିତ ବଟକୃଷ୍ଣ ତ୍ରିପାଠୀଙ୍କ ଦେହାନ୍ତ

ଛତ୍ରପୁର(ସମୃଦ୍ଧ ଓଡିଶା) ଓଡ଼ିଶାର ପ୍ରସିଦ୍ଧ ରାଧାରମଣ ପଞ୍ଜିକା ର ସଂଯୋଜକ ତଥା ସଂସ୍ଥାପକ, ଜ୍ୟୋତିଷ ବିଶାରଦ ତଥା ଶାସ୍ତ୍ରୀୟ ସଙ୍ଗୀତ ବିଶାରଦ ପଣ୍ଡିତ ବଟକୃଷ୍ଣ ତ୍ରିପାଠୀ (୮୧)ଙ୍କ ଗୁରୁବାର ଅପରାହ୍ନରେ ଭୁବନେଶ୍ୱରସ୍ଥ ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଯାଇଛି । ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ଧର୍ମପତ୍ନୀ ପ୍ରଭାବତୀ ଦେବୀ, ଗୋଟିଏ ଝିଅ ଓ ନାତି, ଜ୍ଞାତିକୁଟୁମ୍ବ ଉପସ୍ଥିତ ଥିଲେ । ଗୁରୁବାର ରାତିରେ ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ସେ ଜଣେ ଅବସରପ୍ରାପ୍ତ ବରିଷ୍ଠ ଭୂ-ଅର୍ଜନ ବିଭାଗର ଜଣେ ପ୍ରଶାସନିକ ଅଧିକାରୀ ଥିଲେ । ଓଡ଼ିଶାର ପ୍ରସିଦ୍ଧ ରାଧାରମଣ ପଞ୍ଜିକା ର ପ୍ରତିଷ୍ଠାତା ପଣ୍ଡିତ ସ୍ବର୍ଗତ ରାଜୀବ ଶତପଥୀଙ୍କ ଜ୍ବାଇଁପୁଅ ଅଟନ୍ତି । ନିକଟରେ ତାଙ୍କ ଶାଳକ ତଥା ରାଧାରମଣ ପଞ୍ଜିକା ର ମୁଖ୍ୟ ଗଣକ ଜ୍ୟୋତିଷ ବିଶାରଦ ପଣ୍ଡିତ ନରସିଂହ ଶତପଥୀଙ୍କ ଵିୟୋଗ ହୋଇଥିବା ବେଳେ ଏହି ପଞ୍ଜିକାର ଆଉ ଜଣେ ଗଣନା ସଦସ୍ୟ ଚାଲିଯିବା ଏକ ଦୁର୍ଭାଗ୍ୟଜନକ ବୋଲି ସାଧାରଣରେ କୁହାଯାଏ । ତାଙ୍କରି ଦେହାନ୍ତରେ ସମଗ୍ର ଗଞ୍ଜାମଜିଲ୍ଲା ତଥା ତାଙ୍କରି ଜନ୍ମମାଟି ଉମୁରୀ ଧର୍ମ ଶରଣ ପୁର,ଖଟିଆ ରାମଚନ୍ଦ୍ର ପୁରୁ ଶାସନ ଏବଂ ଛତ୍ରପୁରର କଳାବିକାଶ କେନ୍ଦ୍ର ଆଦି ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ଆଜି ବିଭିନ୍ନ ସ୍ଥାନରେ ତାଙ୍କର ଶୋକ ସଭାର ଆୟୋଜନ କରାଯାଇ ସ୍ବର୍ଗତ ଆତ୍ମାଙ୍କ ସଦଗତି ନିମନ୍ତେ ଦୁଇ ମିନଟ ନୀରବ ପ୍ରାର୍ଥନା କରାଯାଇଛି ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା