ଓଡ଼ିଆ ପ୍ରବାସୀଙ୍କ ପାଇଁ କ୍ଵାରେନଣ୍ଟାଇନରେ ରଖିବାକୁ ସୁବିଧା ଅଛି କି ?…

ହିଞ୍ଜିଳିକାଟୁ (ସମୃଦ୍ଧ ଓଡିଶା) କେନ୍ଦ୍ର ସରକାରଙ୍କ ସ୍ଵରାଷ୍ଟ୍ରମନ୍ତ୍ରାଳୟ ଗ୍ରୀନ ସିଗନାଲ ଦେବାରୁ ପ୍ରବାସୀ ଓଡ଼ିଆ ମାନଙ୍କର ଓଡିଶାକୁ ସୁଅ ଛୁଟିଛି । କେରଳରୁ ଏକ ସ୍ୱତନ୍ତ୍ର ଟ୍ରେନ ଯୋଗେ ପାଖାପାଖି ୧୦୦୦ରୁ ଉର୍ଦ୍ଦ୍ୱ ଲୋକଙ୍କୁ ନେଇ ଓଡିଶା ଆସୁଥିବା ଖବର ହସ୍ତଗତ ହେଇଛି । ଆଉ ମଧ୍ୟ ଦେଶର ବିଭିନ୍ନ ଅଞ୍ଚଳରୁ ଯଥା ସୁରତ, ବାଙ୍ଗାଲୁର, ମୁମ୍ବାଇ, ହାଇଦ୍ରାବାଦ ଆଦି ଅଞ୍ଚଳରୁ ପ୍ରବାସୀ ଓଡ଼ିଆ ଶ୍ରମିକମାନେ ଓଡିଶା ଫେରୁଥିବା ଖବର ପହଞ୍ଚିଛି । ଲକ୍ଷାଧିକ ପ୍ରବାସୀ ଓଡ଼ିଆ ଶ୍ରମିକ ଗଞ୍ଜାମ ଜିଲ୍ଲାକୁ ଫେରୁଥିବାରୁ ଜିଲ୍ଲା ପ୍ରଶାସନର ମୁଣ୍ଡ ବଥା ବଢିଯାଇଛି । ସେମାନେ ପହଞ୍ଚିଲା ପରେ ସେମାନଙ୍କୁ ସ୍କିନିଂ କରାଯାଇ କ୍ଵାରେନଣ୍ଟାଇନରେ ରଖାଯିବ । ଓଡିଶା ଫେରୁଥିବା ପ୍ରବାସୀ ଓଡ଼ିଆଙ୍କ ମଧ୍ୟରେ ଛାତ୍ରଛାତ୍ରୀ ବି ରହିଛନ୍ତି । ଛାତ୍ରଛାତ୍ରୀଙ୍କ ସମେତ ସମସ୍ତଙ୍କୁ ମିଶାଇଲେ ପାଖାପାଖି ୫ ଲକ୍ଷ ପ୍ରବାସୀ ପରିବାର ଜିଲ୍ଲାକୁ ଫେରୁଥିବା ଅନୁମାନ କରାଯାଉଛି । ତେବେ ଏମାନେ ସମସ୍ତେ ଗଞ୍ଜାମ ଜିଲ୍ଲା ଫେରିବା ପରେ ସେମାନଙ୍କୁ ସ୍କିନିଂ କରାଯାଇ କ୍ଵାରେନଣ୍ଟାଇନରେ ୧୪ ଦିନ ରଖାଯିବ । କ୍ଵାରେନଣ୍ଟାଇନରେ ରଖିବା ପାଇଁ ସମସ୍ତ ବ୍ୟବସ୍ଥା ଓ ସୁବ୍ୟବସ୍ଥା ଜିଲ୍ଲାପାଳ କରି ଚାଲିଛନ୍ତି ବୋଲି ଡିଣ୍ଡିମ ପିଟୁଥିବା ବେଳେ ଏତେ ଲୋକଙ୍କୁ ରଖିବା ପାଇଁ ଘରର ବ୍ୟବସ୍ଥା ଅଛି କି ବୋଲି ବୁଦ୍ଧିଜୀବୀ ମହଲ ପ୍ରଶ୍ନ କରୁଛନ୍ତି ।

ରିପୋର୍ଟ : କିରଣ ପଟ୍ଟନାୟକ