ଓକିଲ ସଂଘ ପକ୍ଷରୁ ଛତ୍ରପୁରରେ ଗ୍ରାହକ ବିଚାରପୀଠ ବେଞ୍ଚ୍ ପ୍ରତିଷ୍ଠା ଲାଗି ଜିଲ୍ଲାପାଳଙ୍କୁ ଦାବି ପତ୍ର…

ଛତ୍ରପୁର (ସମୃଦ୍ଧ ଓଡିଶା) ଓକିଲ ସଂଘ ପକ୍ଷରୁ ଛତ୍ରପୁରରେ ଗ୍ରାହକ ବିଚାରପୀଠ ବେଞ୍ଚ୍ ପ୍ରତିଷ୍ଠା ଲାଗି ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଥିବା ଜଣାପଡିଛି । ସୂଚନା ଯୋଗ୍ୟ ଯେ, ବିଭିନ୍ନ ସମୟରେ ଛତ୍ରପୁର ଏବଂ ଏହାର ଆଖାପାଖ ଅଞ୍ଚଳର ଗ୍ରାହକମାନେ ଠକାମୀର ଶିକାର ହୋଇ ନ୍ୟାୟ ପାଇବା ଲାଗି ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ଗ୍ରାହକ ବିଚାରପୀଠ ଛତ୍ରପୁରରେ ନ ଥିବା ଯୋଗୁଁ ଗ୍ରାହକମାନେ ଶୋଷଣ ହେଉଥିଲେ ମଧ୍ୟ ଏଠାରେ ବିଚାରପୀଠ ନ ଥିବାରୁ ନୀରବ ହୋଇ ରହିବାକୁ ପଡୁଛି । ଏଣୁ ଛତ୍ରପୁରରେ ତୁରନ୍ତ ଗ୍ରାହକ ବିଚାରପୀଠ ବେଞ୍ଚ୍ ପ୍ରତିଷ୍ଠା ଲାଗି ଛତ୍ରପୁର ଓକିଲ ସଂଘ ପକ୍ଷରୁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ଓକିଲ ସଂଘର ସଭାପତି ପ୍ରଦୀପ କୁମାର ପାଢୀ, ସଂପାଦକ ଏଲ୍‌.ଗୋପାଲ ରାଓ, ଉପସଭାପତି ଡମିନାଥ ସାହୁ ପ୍ରମୁଖ ଆଜି ଜିଲ୍ଲାପାଳଙ୍କୁ ସାକ୍ଷତ କର ଉପରୋକ୍ତ ବିଷୟରେ ଆଲୋଚନା କରିଥିଲେ । ଏଥିସହ ବହୁ ସଂଖ୍ୟାରେ ପ୍ରି-ସେଟଲମେଣ୍ଟ ମାମଲା ଗୁଡିକ ଫଇସଲା ନ ହୋଇ ଯୁଗ୍ମ ସଚିବ ସେଟଲମେଣ୍ଟ ବ୍ରହ୍ମପୁର ଠାରେ ପଡିରହିଛି । ଏଣୁ ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏହାର କ୍ଷମତା ହସ୍ତାନ୍ତର କରି ମାମଲା ଗୁଡିକର ତ୍ୱରିତ ବିଚାର କରି ଲୋକଙ୍କୁ ନ୍ୟାୟ ପ୍ରଦାନ ଦିଗରେ ସୁବିଧା ହୋଇପାରିବ ବୋଲି ସଂଘର ସଦସ୍ୟମାନେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା