ଐତିହ୍ୟ, ଭାଷା, ସଂସ୍କୃତି, ପରମ୍ପରାକୁ ଅକ୍ଷ୍ୟୁର୍ଣ ରଖିବାର ପ୍ରୟାସ ପ୍ରଶଂସନୀୟ

କୋଇଡା(ସମୃଦ୍ଧଓଡିଶା)କୋଇଡା ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ପଡିଆ ଠାରେ ନିଜ ଐତିହ୍ୟ, ଭାଷା, କଳା, ସଂସ୍କୃତି, ପରମ୍ପରା କୁ ଉଜ୍ଜୀବିତ ରଖିବା ପାଇଁ ନୂତନ ପରିକଳ୍ପନା ସହ ପଞ୍ଜିକୃତ ସଂଘ କୋଇଡା ୟୁନିୟନ୍ ଅଫ୍ ଜର୍ଣ୍ଣାଲିଷ୍ଟ ଆନୁକୂଲ୍ୟରେ ପ୍ରଥମ ଥର “ଝରଣା ମହୋତ୍ସବ” ଅନୁଷ୍ଠିତ ହୋଇଯାଇଛି । ମହୋତ୍ସବ ର ଉଦ୍ଘାଟନୀ ଉତ୍ସବର ପୂର୍ବାହ୍ନରେ ମୁଖ୍ୟ ଅତିଥି ଭାବେ ବଣାଇଁ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଓ ଅନ୍ୟ ଅତିଥି ମଧ୍ୟରେ କୋଇଡା ବ୍ଲକ୍ ଅଧ୍ୟକ୍ଷ ସୁରେଶ କୁମାର ନାଏକ, ସମାଜସେବୀ ପ୍ରମୋଦ କୁମାର ସାମଲ, ଜିଲ୍ଲା ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ସନ୍ଧ୍ୟାରାଣୀ ନାଏକ, ପ୍ରଭାତ ପଣ୍ଡା,ସରପଞ୍ଚ ବାବୁଲି ମୁଣ୍ଡା, ଆନନ୍ଦ ମାସୀ ହର ,ନେଲସନ ମୁଣ୍ଡା, ସିଆରସିସି ପ୍ରଶାନ୍ତ ପରିଡା ,ବାଦଲ ବାରିକ ପ୍ରମୁଖ ଯୋଗଦେଇ ଆରାଧ୍ୟ ଦେବତା ପ୍ରଭୁ ଜଗନ୍ନାଥ ଙ୍କ ନିକଟରେ ଦୀପ ପ୍ରଜଳନ କରି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ମହତ ଉଦ୍ଦେଶ୍ୟ ନେଇ ଆୟୋଜିତ ମହୋତ୍ସବ ଓ ଆୟୋଜକ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।ମହୋତ୍ସବ ବିବରଣୀ ପାଠ ସଂଘ ଉପଦେଷ୍ଟା ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ବିଦ୍ୟାଧର ମାହୁନ୍ତ ପାଠ କରିବା ପରେ ହଜାର ହଜାର ସ୍ଥାନୀୟ ବାସୀନ୍ଦା ଙ୍କ ଉପସ୍ଥିତିରେ ଦିନ ତମାମ କୋଇଡା ଅଞ୍ଚଳର କଳାକାର, ଶିଶୁ, ଛାତ୍ରଛାତ୍ରୀ ଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରାଯାଇଥିଲା । ଏହାର ସନ୍ଧ୍ୟାକାଳୀନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଶ୍ରମ ଓ ଇଏସ୍ଆଇ ମନ୍ତ୍ରୀ ସାରଦା ପ୍ରସାଦ ନାୟକ ଓ ଅନ୍ୟ ଅତିଥି ମଧ୍ୟରେ ବଣାଇଁ ଉପଜିଲ୍ଲାପାଳ ସୁରଞ୍ଜନ ସାହୁ , କୋଇଡା ଖଣି ଉପ ନିର୍ଦ୍ଦେଶକ ଅସିତ୍ କୁମାର ବେହେରା , ଜିଲ୍ଲା ସମବାୟ ବ୍ୟାଙ୍କ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ତ୍ରିପାଠୀ ,ଜିଲ୍ଲା ପରିଷଦ ଉପାଧ୍ୟକ୍ଷ କମଲ ଲାକ୍ରା ,ପୁର୍ବତନ ବଣାଇଁ ବିଧାୟକ ଭୀମସେନ ଚୌଧୁରୀ, ଅବିନାଶ ସୁମନ ବାଗେ ପ୍ରମୁଖ ଯୋଗଦେଇ ଦୀପ ପ୍ରଜଳନ କରି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ମନ୍ତ୍ରୀ ସାରଦା ପ୍ରସାଦ ନାୟକ ଝରଣା ମହୋତ୍ସବ ବର୍ଷା ନୁ ବର୍ଷ ଆଗେଇ ଚାଲୁ ଓ ଦୀର୍ଘାୟୁ ହେଉ ବୋଲି ବାର୍ତ୍ତା ପ୍ରେରଣ କରିଥିଲେ । ପରେ ବହୁ ପ୍ରତିକ୍ଷିତ ସାମାଜିକ ନାଟକ ” ଜନମ ନେଇଛି କାନ୍ଦିବା ପାଇଁ ” ନାଟକ ପରିବେଷଣ କରାଯାଇଥିଲା , ନାଟକରେ ପୁର୍ବତନ ବିଧାୟକ ଭୀମସେନ ଚୌଧୁରୀ ଓ ଅନ୍ୟ ସ୍ଥାନୀୟ କଳାକାରଙ୍କ ନିଖୁଣ ଅଭିନୟ ପାଇଁ ଦର୍ଶକ ଆତ୍ମବିଭୋର ହେବା ସହ ନାଟକ ସାରା ରାଜ୍ୟରେ ବହୁ ପ୍ରଶଂସା ସାଉଁଟି ଚାଲିଛି । ଝରଣା ମହୋତ୍ସବ ର ଦ୍ୱିତୀୟ ଦିନ ଯାହା ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବଣାଇଁ ବିଧାୟକ ଲକ୍ଷ୍ମଣ ମୁଣ୍ଡା , କୋଇଡା ତହସିଲଦାର ଅନିଲ କୁମାର ଆଚାର୍ଯ୍ୟ,ସମାଜସେବୀ ଦେଓ ନାରାୟଣ ସାହୁ , ସୁନ୍ଦରଗଡ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ସଭାପତି ପ୍ରଦୀପ କୁମାର ତ୍ରିପାଠୀ,ସମାଜସେବୀ ପ୍ରମୋଦ ସାମଲ , ଜିଲ୍ଲା ସଂସ୍କୃତି ସଂଘ ସଂଜଯୋକ ରମେଶ ସୁନା , କମଣ୍ଡ ପ୍ଲାଣ୍ଟ୍ ହେଡ୍ ଆଲୋକ ସେଠୀ , ସମାଜସେବୀ ପ୍ରଭାତ ପଣ୍ଡା ,ଟିକେଶ୍ୱର ପାତ୍ର ପ୍ରମୁଖ ଯୋଗଦେଇଥିଲେ ମହୋତ୍ସବ ଉଦ୍ଦେଶ୍ୟରେ ବାର୍ତ୍ତା ପ୍ରେରଣ କରିବା ସହ କୋଇଡା ଅଞ୍ଚଳର ବହୁ କଳାକାର, ସମାଜସେବୀ ,ଛାତ୍ର ଛାତ୍ରୀ , ବ୍ୟକ୍ତି ବିଶେଷ ଙ୍କୁ ଝରଣା ସମ୍ମାନ ମାନପତ୍ର , ଉପଢକନ ,ସ୍ମୃତି ପ୍ରଦାନ କରି ସମ୍ମାନିତ କରିଥିଲେ । ମହୋତ୍ସବ ର ଉଭୟ ସନ୍ଧ୍ୟା ରେ ଓଡିଶା ର ବିଶିଷ୍ଠ କଳାକାର ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରାଯାଇଥିଲା ଯାହା ଦର୍ଶକ ମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ମହୋତ୍ସବ ରେ ବିଭିନ୍ନ ସ୍ଟଲ୍ ମାନଙ୍କରେ ବିଭିନ୍ନ ଅନୁଷ୍ଠାନ, ସଂଘ ଦ୍ୱାରା ହଜିଯାଇଥିବା ଐତିହ୍ୟ , ପାରମ୍ପରିକ ସାମଗ୍ରୀ ପ୍ରଦର୍ଶନୀ କରାଯାଇଥିଲା । କୋଇଡା ଭଳି ଉପାନ୍ତ ଅଞ୍ଚଳରେ ନୂତନ ପରିକଳ୍ପନା ସହ ବିଶାଳ ମହୋତ୍ସବ ଆୟୋଜନ ସ୍ଥାନୀୟ ଲୋକଙ୍କ ହୃଦୟ ଜିଣିବାରେ ସଫଳ ହୋଇଥିଲା ।ମହୋତ୍ସବ ସମସ୍ତ କାର୍ଯ୍ୟକ୍ରମର ଉପସ୍ଥାପନା ଦୂରଦର୍ଶନର ଉପସ୍ଥାପିକା ଆନି ଶତପଥୀ କରିଥିବା ବେଳେ କୋଇଡା ୟୁନିୟନ୍ ଅଫ୍ ଜର୍ଣ୍ଣାଲିଷ୍ଟ ( କେୟୁଜେ ) ସଂଘ ବରିଷ୍ଠ ଉପଦେଷ୍ଟା ପ୍ରଶାନ୍ତ ଦାଶ , ସଭାପତି ସଞ୍ଜୀବ ମହାପାତ୍ର , ଉପସଭାପତି ସମୀର କୁମାର ପାଢୀ , ସମ୍ପାଦକ ଅବିନାଶ ଶର୍ମା , କୋଷାଧ୍ୟକ୍ଷ ସୁଶାନ୍ତ ଦାଶ ,କଳା ସଂସ୍କୃତି ବିଭାଗ ସୁନିଲ କୁମାର ପଣ୍ଡା,ରାକେଶ ମହାନ୍ତି , ସହ ସମ୍ପାଦକ ପ୍ରମିଳା ନାଏକ , ବାର୍ତ୍ତା ବିଭାଗ ସୁଦାମ ବାରିକ , ସୁଶାନ୍ତ ଧଳ ,ଗଣେଶ ଆପଟ ,କାର୍ଯ୍ୟକାରୀ ସଦସ୍ୟ ଆକାଶ ଶର୍ମା, ପୁଷ୍ପିତା ରାଣୀ ପାଢୀ ,ସରୋଜ ମାହାନା , ଆଶିଷ ବିଶ୍ୱାଳ , ଦିଲିପ ମହାକୁଡ ଆୟୋଜନରେ ନିଜର ବରିଷ୍ଠ ଭୁମିକା ସମ୍ପାଦନ କରିଥିଲେ । ଆୟୋଜନରେ ସହୋଯୋଗୀ ଭାବେ ଆସ୍ପାୟାର୍ କୋଇଡା ମୁଖ୍ୟ ବାପିଲି ଗୋସ୍ୱାମୀ , ରମେଶ ଗୁଘେ ଓ ସମ୍ପୁର୍ଣ୍ଣ ସଦସ୍ୟମାନେ ନିଜ ଦାୟିତ୍ଵ ସଫଳ ଭାବେ ତୁଲାଇଥିଲେ ।ଶେଷରେ ସଂଘ ସଭାପତି ସଞ୍ଜୀବ ମହାପାତ୍ର କାର୍ଯକ୍ରମ କୁ ସଫଳ କରାଇବାରେ ଯେଉଁ ମାନଙ୍କ ପରୋକ୍ଷ ଏବଂ ପ୍ରତ୍ୟକ୍ଷ ଭାବେ ଜଡ଼ିତ ଥିଲେ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

ରିପୋର୍ଟ : ରଜତ ମହାପାତ୍ର