ଏସ.କମ.ଇଣ୍ଡିଆ ତରଫରୁ ପ୍ରଥମ ସାକ୍ଷାତକାର ଷ୍ଟାର୍ଟଅପ ଇକୋସିଷ୍ଟମ ଅନୁଷ୍ଠିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁରରେ ଷ୍ଟାର୍ଟଅପ ଇକୋସିଷ୍ଟମକୁ ପ୍ରୋତ୍ସାହନ ପାଇଁ ଆଗକୁ ରୋମାଞ୍ଚକର ସମୟ ଆସିଛି ବୋଲି ଆସ.କାମ.ଇଣ୍ଡିଆର ସଭାପତି କହିଛନ୍ତି । ଏସ.କମ.ଇଣ୍ଡିଆ ଗର୍ବର ସହିତ ଏହାର ପ୍ରଥମ ଷ୍ଟାର୍ଟଅପ୍ ମିଟଅପ୍ ଖଲ୍ଲିକୋଟ କଲେଜ ନିକଟ ହୋଟେଲ ଗାୟତ୍ରୀରେ ଆୟୋଜନ କରିଛି, ଯାହା ଉଜ୍ଜ୍ୱଳ ଭବିଷ୍ୟତକୁ ଦେଖୁଥିବା ଛାତ୍ରଛାତ୍ରୀମାନଙ୍କୁ ଏକାଠି କରିଛି ଏବଂ ନୂତନ ବିଚାର ଗୁଡ଼ିକୁ ପ୍ରୋତ୍ସାହନ ଦେଇଛି । ଏହି କାର୍ୟ୍ୟକ୍ରମ ନେଟବାର୍କିଂ, ବିଚାର ବିନିମୟ ଏବଂ ଉଦ୍ୟୋଗୀ ଭାବନାକୁ ଜାଗ୍ରତ କରିବା ପାଇଁ ଏକ ଚମତ୍କାର ପ୍ଲାଟଫର୍ମ ଥିଲା । ଏହି ବୈଠକରେ ଏସ.କମ.ଇଣ୍ଡିଆ ସଭାପତି ସୌରଭ ଖଣ୍ଡେଲବାଲ, ସମ୍ପାଦକ ସିଏ ରାକେଶ ଗୁପ୍ତା, ଇନଷ୍ଟିଚ୍ୟୁଟ ମୁଖ୍ୟ ସିଦ୍ଧାର୍ଥ ଭଟ୍ଟର ଏବଂ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ । ଇଭେଣ୍ଟ କୋ-ଅର୍ଡିନେଟର ବିଶ୍ୱଜିତ ପାଢ଼ିିଙ୍କ ସହ ବିଭିନ୍ନ କଲେଜର ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା