ଏସ.ଏମ.ଆଇ.ଟିରେ ଜୋନାଲ ସ୍ତରୀୟ ପଲିଟେକନିକ ଫିଷ୍ଟ-୨୦୧୮-୧୯ …

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଚଳିତ ବର୍ଷ ରାଜ୍ୟ ସରକାରଙ୍କ ସ୍କିଲ ଡେଭଲପମେଣ୍ଟ ଏଣ୍ଡ ଟେକନିକାଲ ଏଜୁକେଶନ ବିଭାଗ ଆନୁକୂଲ୍ୟରେ ଜୋନାଲ ପଲିଟେକନିକ ଫିଷ୍ଟ-୨୦୧୮-୧୯ କ୍ରୀଡା ପ୍ରତିଯୋଗିତା ବ୍ରହ୍ମପୁର ସ୍ଥିତ ଉମାଚରଣ ପଟ୍ଟନାୟକ ଇଂଜିନିୟରିଂ ସ୍କୁଲ ଓ ଓଡ଼ିଶାର ଅନ୍ୟତମ ଅଗ୍ରଣୀ ଘରୋଇ ସର୍ବପୁରାତନ ବୈଷୟିକ ଶିକ୍ଷା ଅନୁଷ୍ଠାନ ଏସ.ଏମ.ଆଇ.ଟି.ର ଡିପ୍ଲୋମା ଇଂଜିନିୟରିଂ କଲେଜ ଆଙ୍କୁଶପୁର ଠାରେ ମିଳିତ ଉଦ୍ୟମରେ ଆଜି ଶୁଭାରମ୍ଭ ହୋଇଛି ।ୟୁ.ସି.ପି. ଇଂଜିନିୟରିଂ ସ୍କୁଲ ଅଧ୍ୟକ୍ଷ ଇଂ. ସୂର୍ଯ୍ୟନାରାୟଣ ଧଳ ଓ ଅନ୍ୟାନ୍ୟ କର୍ମଚାରୀ ଗହଣରେ ଆଜି ଆନୁଷ୍ଠାନିକ ଭାବେ ଇଂଜିନିୟରିଂ ସ୍କୁଲ ବ୍ରହ୍ମପୁରଠାରେ ପତାକା ଦେଖାଇ କ୍ରୀଡା ପ୍ରତିଯୋଗିତାର ଶୁଭାରମ୍ଭ କରିଥିଲେ । ଏହି ଜୋନରେ ଥିବା ୧୯ ଗୋଟି ସରକାରୀ ଓ ଘରୋଇ ପଲିଟେକନିକ ଛାତ୍ରଛାତ୍ରୀମାନେ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରୁଛନ୍ତି । ଏହା ଚଳିତ ୧୬ ଠାରୁ ଆରମ୍ଭ ହୋଇ ୧୯ ତାରିଖରେ ଉଦଯାପିତ ହେବା ପାଇଁ ସ୍ଥିରୀକୃତ ହୋଇଛି ।ଆବଶ୍ୟକୀୟ ଖେଳକୁଦ କାର୍ଯ୍ୟକ୍ରମର ସୁବିଧାକୁ ଦୃଷ୍ଟିରେ ରହି ଏସଏମଆଇଟି ଅଂକୁଶପୁର ସ୍ଥିତ ଖେଳପଡିଆରେ କ୍ରିକେଟ, ଫୁଟବଲ, ଭଲିବଲ, ବାସ୍କେଟବଲ, ବ୍ୟାଡ଼ମିଣ୍ଟନ ଆଦି ବିଭିନ୍ନ ଖେଳ ପ୍ରତିଯୋଗିତା ହେଉଥିବା ବେଳେ ୟୁ.ସି.ପି. ଇଂଜିନିୟରିଂ ସ୍କୁଲ ପରିସରେ କୁଇନ କମ୍ପିଟେସନ ଓ ଏଥେଲେଟିକ ଇଭେଣ୍ଟସ ଆଦି ବିଭିନ୍ନ ପ୍ରତିଯୋଗିତା ହେବା ପାଇଁ ସ୍ଥିରୀକୃତ ହୋଇଛି । ଏମଏମଆଇଟି ଅନୁଷ୍ଠାନ ତରଫରୁ ବିଭିନ୍ନ ପଲିଟେକନିକରୁ ଆସିଥିବା ଛାତ୍ରମାନଙ୍କ ପାଇଁ ହଷ୍ଟେଲରେ ରହିବା ଓ ଖାଇବାର ବ୍ୟବସ୍ଥା କରାଯାଇଅଛି । ନିର୍ଦ୍ଧାରିତ କାର୍ଯ୍ୟସୂଚୀ ପ୍ରକାରେ ଏସଏମଆଇଟିର ସଭାପତି ଡ. ଭଗବାନ ଗନ୍ତାୟତ ଆଜି ଆଙ୍କୁଶପୁର ଠାରେ ହୋଇଥିବା ଖେଳ ପ୍ରତିଯୋଗିତା କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ଅନୁଷ୍ଠାନର ଅଧ୍ୟକ୍ଷ ଇଂ. ସୁଧାଂଶୁ ମୋହନ ପାଢ଼ୀ, ଅଧ୍ୟାପକ ଡ. ମନୋଜ କୁମାର ମୁନି, ଇଂ. ଅନିଲ କୁମାର ଚୌଧୁରୀ, ଇଂ. ଶାନ୍ତନୁ ପତ୍ର, ଇଂ. ସମରେନ୍ଦ୍ର ଚୌଧୁରୀଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।