ଏସୟୁଜଜେର ରାୟଗଡ଼ା ଶାଖା ଗଠିତ…

ରାୟଗଡ଼ା (ସମୃଦ୍ଧ ଓଡିଶା) ଏସୟୁଜଜେ, ରାୟଗଡ଼ା ଜିଲ୍ଲା ଶାଖାର ପ୍ରଥମ ସାଧାରଣ ବୈଠକ ସ୍ଥାନୀୟ ବାରିଝୋଲା ଠାରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ଅଜୟ କୁମାର ସାହୁଙ୍କ ଅନୁମତି କ୍ରମେ ଏସୟୁଜେ (ଇଣ୍ଡିଆ)ର କାର୍ଯ୍ୟକାରିଣୀ ସଦସ୍ୟ ତଥା ରାୟଗଡ଼ା ଜିଲ୍ଲା ଶାଖାର ଉପଦେଷ୍ଠା ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ବାଦଲ କୁମାରଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସଂଘର ଉପ-ସଭାପତି ତଥା ରାୟଗଡ଼ା ଜିଲ୍ଲା ଉପଦେଷ୍ଠା କୀର୍ତିଚନ୍ଦ୍ର ସାହୁ ବୈଠକରେ ଯୋଗ ଦେଇଥିଲେ । ଜିଲ୍ଲା ଶାଖାର କାର୍ଯ୍ୟକାରିଣୀର ନୂତନ ସଭାପତି ଭାବେ ସମାଜସେବୀ ତଥା ସାମ୍ବାଦିକ ଶିବ ନାରାୟଣ ଗଉଡ, ଉପସଭାପତି ଭାବେ ସହଦେବ ସାହୁ, ସାଧାରଣ ସଂପାଦକ ଭାବେ ସୁବାଷ ଚନ୍ଦ୍ର ସୂର୍ଯ୍ୟ, ସହ ସଂପାଦକ ଭାବେ ବିଜୟ କୁମାର ଦାଶ ଓ କୋଷାଧ୍ୟକ୍ଷ ଭାବେ ସନ୍ତୋଷ କୁମାର ଦଳେଇ ମନୋନୀତ ହୋଇଥିବା ବେଳେ ଏସୟୁଜଜେ ଜିଲ୍ଲା କଲ୍ୟାଣ ପରିଷଦ ଅଧ୍ୟକ୍ଷ ଭାବେ ସାମ୍ବାଦିକ ସନ୍ତୋଷ କୁମାର ପାତ୍ର, ଜିଲ୍ଲା ଟ୍ରିବ୍ୟୁନାଲ ଅଧ୍ୟକ୍ଷ ଭାବେ ଦିଲ୍ଳିପ କୁମାର ପଟ୍ଟନାୟକ ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ସନ୍ତୋଷ କୁମାର ପାଣିଗ୍ରାହୀ ଓ ଦିଲ୍ଳିପ କୁମାର ପଣ୍ଡାଙ୍କୁ ମନୋନୀତ କରାଯାଇଛି । ଏଥିସହ ଜିଲ୍ଲାର ସମସ୍ତ ବ୍ଳକରୁ ୧୧ଜଣ ସଦସ୍ୟଙ୍କୁ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ମନୋନୀତ କରାଯାଇଛି । ଉକ୍ତ ବୈଠକରେ ସାମ୍ବାଦିକ ଗୋପୀନାଥ ଗୈାଡ, ମୃତ୍ୟୁଂଜୟ ନନ୍ଦ, ତୁଷାର ରଞ୍ଜନ ସାହୁ, ଦୁର୍ଗାପ୍ରସାଦ ପାଢୀ, ଉମାଶଙ୍କର ପାଢୀ, ଆଲାରାମ ଭତ୍ରା, ଗୁପ୍ତେଶ୍ୱର କୈାଶଲ୍ୟା, ସୁଶାନ୍ତ ପଣ୍ଡା, ଅକ୍ଷୟ ପିଡିଶିକା, ମାଲେଶ, ସୁପ୍ରିତ, କାଶିନାଥ ପାଳ ପ୍ରାୟ ୩୦ଜଣ ସାମ୍ବାଦିକ ଯୋଗ ଦେଇଥିବା ବେଳେ କରୋନା କଟକଣା ଅନୁପାଳନ କରି କାର୍ଯ୍ୟକ୍ରମ ପରିଚାଳନାରେ ହୋଇଥିଲା ।

ରିପୋର୍ଟ : ତୁଷାର ରଞ୍ଜନ ସାହୁ