ଏସ୍‌.ଏମ୍‌.ଆଇ.ଟି. ଗ୍ରୁପ୍‌ର ବିଭିନ୍ନ ଅନୁଷ୍ଠାନରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ

ବ୍ରହ୍ମପୁର(ସମୃଦ୍ଧ ଓଡିଶା)ଓଡ଼ିଶାର ଅନ୍ୟତମ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଏସ୍‌.ଏମ୍‌.ଆଇ.ଟି. ଗ୍ରୁପ୍ ଅଫ୍ ଇନ୍‌ଷ୍ଟିଚ୍ୟୁଟ୍‌ ତରଫରୁ ଆଜି ଦୋଶର ୭୫ତମ ସାଧାରଣତନ୍ତ୍ର ଦିବସ ଅବସରରେ ବିଭିନ୍ନ କଲେଜ ପରିସରରେ ପତାକା ଉତ୍ତୋଳନ ଉତ୍ସବ ସହ ଜାତୀୟ ସଂଗୀତ ଗାନ ଭାବଗମ୍ଭୀର ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ହିଲ୍‌ପାଟଣା ସ୍ଥିତ ଏସ୍‌ଏମ୍‌ଆଇଟି କର୍ପୋରେଟ୍ କାର୍ଯ୍ୟାଳୟରେ ଅନୁଷ୍ଠାନ ସଭାପତି ଡ. ଭଗବାନ ଗନ୍ତାୟତ ତ୍ରିରଙ୍ଗ ପତାକା ଉତ୍ତୋଳନ କରି ଦେଶସେବାରେ ମନ ଲଗାଇବା ପାଇଁ ପରାମର୍ଶ ଦେଇଥିଲେ । ଉତ୍ସବରେ ବୃନ୍ଦାବନ ନାୟକ ସ୍ମାରକୀ ଆଇ.ଟି.ଆଇ. ଅଧ୍ୟକ୍ଷ ଇଂ.ରାମଚନ୍ଦ୍ର ପାତ୍ର, ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ଅଧ୍ୟକ୍ଷ ଡ. ହରିଶ୍ ଚନ୍ଦ୍ର ବେହେରା, ନିର୍ଦ୍ଦେଶିକା ଡ. ସେନାଲି ଗନ୍ତାୟତ, ପ୍ରଶାସନ ଅଧିକରାୀ ଶ୍ରୀ ବିନାୟକ ପାତ୍ରଙ୍କ ସମେତ ତ୍ରିଭଙ୍ଗ ପାଣିଗ୍ରାହୀ, ଅନିଲ କୁମାର ତ୍ରିପାଠୀ, ବସନ୍ତ କୁମାର ମହାରଣା, ହରେକୃଷ୍ଣ ପାତ୍ରଙ୍କ ସମେତ ବହୁ ଛାତ୍ରଛାତ୍ରୀ, କର୍ମଚାରୀ ଯୋଗ ଦେଇଥିଲେ । ସେହିଭଳି ଡ. ଗନ୍ତାୟତ ଚଣ୍ଡିପଦର ସ୍ଥିତ ଏସ୍‌ଏମ୍‌ଆଇଟି ଡିଗ୍ରୀ ଇଂଜିନିୟରିଂ କଲେଜ ଓ କିଡ୍‌ସ ସ୍କୁଲଠାରେ ମିଳିତ ଭାବେ ଅନୁଷ୍ଠାନର ଅଧ୍ୟକ୍ଷ ଡ. ଜଗନ୍ନାଥ ସାହୁ, ଅଧ୍ୟକ୍ଷା ଶ୍ରୀମତୀ ମମତା ସାହୁ, ସୁବାସ ଚନ୍ଦ୍ର ମିଶ୍ର, ନାରାୟଣ ପାଣିଗ୍ରାହୀ, ଡି.ପି. ସିଂହଦେଓଙ୍କ ଗହଣରେ ପତାକା ଉତ୍ତୋଳନ କରି ଉଦ୍‌ବୋଧନ ଦେଇଥିଲେ । ଅଙ୍କୁଶପୁର କ୍ୟାମ୍ପସ୍ ସ୍ଥିତ ଡିପ୍ଳୋମା ଇଂଜିନିୟରିଂ, ଏମ୍‌ବିଏ, ପିଜିଆର୍‌ଏମ୍ ଓ ଲାଇବ୍ରେରୀ ଏଣ୍ଡ ଇନ୍‌ଫରମେସନ୍ ସାଇନ୍ସ କଲେଜରେ ଡ. ସୁଧାଂଶୁ ମୋହନ ପାଢ଼ୀ, ଅଧ୍ୟକ୍ଷ ଡ. ସତ୍ୟବ୍ରତ ଦାସ, ଶିଶିର ମହାପାତ୍ର, ସୀତାରାମ ପଣ୍ଡା, ପ୍ରଫେସର ଅମିୟ କୁମାର ସାବତଙ୍କ ଗହଣରେ ପତାକା ଉତ୍ତୋଳନ କରିଥିବା ବେଳେ ଅନୁଷ୍ଠାନର ସହ ସମ୍ପାଦକ ଶ୍ରୀ ପ୍ରମୋଦ କୁମାର ପଣ୍ଡା ଅଧ୍ୟକ୍ଷ ଡ. ନିହାର ରଂଜନ ପଣ୍ଡା, ଉପାଧ୍ୟକ୍ଷା ଶ୍ରୀମତୀ ଲିଲିରାଣୀ ନାୟକ, ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଗହଣରେ ହିଂଜିଳିକାଟୁ ଠାରେ ସ୍ଥାପିତ ବୃନ୍ଦାବନ ନାୟକ ଇଂଲିସ୍ ମିଡ଼ିୟମ୍ ସ୍କୁଲ ଓ ଏସ୍‌ଏମ୍‌ଆଇଟି ଆଇଟିଆଇ ଅନୁଷ୍ଠାନ ଠାରେ ପତାକା ଉତ୍ତୋଳନ କରି ଉଦ୍‌ବୋଧନ ଦେଇଥିଲେ । ଅନୁଷ୍ଠାନ ତରଫରୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା । ଏଥିରେ ଅନୁଷ୍ଠାନର ଅଧ୍ୟକ୍ଷଙ୍କ ସହ ସମସ୍ତ ଅଧ୍ୟାପକ, ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।

ରିପୋର୍ଟ : ରବି ପଟ୍ଟନାୟକ