ଏଲିମେଣ୍ଟାରି ଶିକ୍ଷକ ସଂଘ, ଛତ୍ରପୁର ପକ୍ଷରୁ ବାର୍ଷିକ କ୍ୟାଲେଣ୍ଡର ଉନ୍ମୋଚନ…

ଛତ୍ରପୁର (ସମୃଦ୍ଧ ଓଡିଶା) ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ଛତ୍ରପୁର ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଏଲିମେଣ୍ଟାରି ଶିକ୍ଷକ ସଂଘ, ଛତ୍ରପୁର ପକ୍ଷରୁ ଏକ ବାର୍ଷିକ କ୍ୟାଲେଣ୍ଡର ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ଶିକ୍ଷାଧିକାରୀ ସୀତାରାମ ପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗଦେଇ “ସମାଜ” ଦକ୍ଷିଣ ଓଡ଼ିଶାର ମୁଖ୍ୟ ଦଣ୍ଡପାଣି ପ୍ରଧାନ ନିଜ ବକ୍ତବ୍ୟରେ କହିଥିଲେ ଯେ, ସଂଘକୁ କେବଳ ଶିକ୍ଷକଙ୍କ ସମସ୍ୟା ସମାଧାନ ମଧ୍ୟରେ ସୀମାବଦ୍ଧ ନ କରି ପ୍ରତ୍ୟେକ ବ୍ୟକ୍ତିର ବ୍ୟକ୍ତିଗତ ପାରିବାରିକ ସମସ୍ୟା ସମାଧାନ ଦିଗରେ ମଧ୍ୟ ସମାଧାନ ପ୍ରୟାସ କରିବା ଉଚିତ୍ । ଏଥିସହ ପ୍ରତ୍ୟେକ ଶିକ୍ଷକ ନିଜ କର୍ତ୍ତବ୍ୟ ସୁଚାରୁ ରୂପେ ସଂପାଦନ କରିବା ପାଇଁ ଆହ୍ବାନ ଦେଇଥିଲେ । ଅନ୍ୟତମ ଅଥିତି ପୂର୍ବତନ ଗଞ୍ଜାମ ବ୍ଲକ ଶିକ୍ଷାଧିକାରୀ ତଥା ରାଜ୍ୟ ଏଲିମେଣ୍ଟାରୀ ସଂଘର ଉପ ସଭାପତି ତ୍ରିଲୋଚନ ତ୍ରିପାଠୀ ଯୋଗଦେଇ, ସଂଘକୁ ସୁଦୃଢ କରିବା ପାଇଁ ଆହ୍ବାନ ଦେଇଥିଲେ । ଅନ୍ୟତମ ଅତିଥି ନୃସିଂହ ଚରଣ ମିଶ୍ର, ABEO, ବିଜୟ କୁମାର ବେହେରା, ଗଞ୍ଜାମ ମାଧ୍ୟମିକ ଶିକ୍ଷକ ସଂଘ ସଂପାଦକ (OSSTA), ଯୋଗଦେଇ ସଂଘ ମାଧ୍ୟମରେ କାର୍ଯ୍ୟ ସାଧନ କରିବା ସହ ଶିକ୍ଷକ ନିଜ ଦାୟିତ୍ବ ଓ କର୍ତ୍ତବ୍ୟ ସୁଚାରୁ ରୂପେ ସଂପାଦନ କରିବା ପାଇଁ ପରାମର୍ଶ ଦେଇଥିଲେ । ଏଥିସହ AOLSTA, ଛତ୍ରପୁର ଉପଦେଷ୍ଟା ସୋମନାଥ ସାହୁ ମଧ୍ୟ ସଙ୍ଘୀୟ ମନୋବୃତ୍ତି ସହ ଏକତାର ସୂତ୍ର ରେ କାର୍ଯ୍ୟ କରିବା ପାଇଁ ଆହ୍ବାନ ଦେଇଥିଲେ । ଶେଷରେ ସମ୍ପାଦିକା ଶ୍ରୀମତୀ ରୀତା ରଥ ଧନ୍ୟବାଦ୍ ଅର୍ପଣ କରିଥିଲେ । ଏହି କାର୍ଯକ୍ରମରେ ସଂଘ ସଭାପତି ପଞ୍ଚାନନ ତ୍ରିପାଠୀ, ସଂପାଦକ ରୀତା ରଥ, ମନୋଜ କୁମାର ତ୍ରିପାଠୀ, ଜିତେନ୍ଦ୍ର ପଟ୍ଟନାୟକ, ନୀଳାଚଳ ପଣ୍ଡା, ଚନ୍ଦ୍ରଶେଖର ପ୍ରଧାନ, କମଳ ବେହେରା, ଗୌରୀ ଶଙ୍କର ଶତପଥୀ, ମାଗୁଣି ଶତପଥୀ, କୋଷାଧ୍ୟକ୍ଷ ଧବଳେଶ୍ଵର ସେଠୀ ସହ ଉପସ୍ଥିତ ରହି ପରିଚାଳନା କରିଥିଲେ । ଶେଷରେ ସଂଘର ସମସ୍ତ କର୍ମକର୍ତ୍ତା ଓ ସଭ୍ୟସଭ୍ୟାମାନଙ୍କ ଏପରି ଏକ ସୁନ୍ଦର ପଦକ୍ଷେପ ନେବାରେ ସହଯୋଗ କରିଥିବାରୁ ଧନ୍ୟବାଦ୍ ଅର୍ପଣ କରାଯାଇଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା