ଏବେ ସବୁ ବିଜେଡି ମୁହାଁ : ବିଜେପି ଛାଡି ବିଜେଡିରେ ମିଶିଲେ ପୂରଣ ପ୍ରଧାନ ସରପଞ୍ଚ

ବାଲିଅନ୍ତା(ସମୃଦ୍ଧଓଡିଶା)ଆଗାମୀ ବିଧାନ ସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏବେ ବାଲିଅନ୍ତା ବ୍ଲଜ ଅଞ୍ଚଳରେ ରାଜନୈତିକ ପରିସ୍ଥିତି ସରଗରମ ହୋଇଉଠିଛି l ଆମ ସଂଗଠନର ଅଧ୍ୟକ୍ଷ କମଳକୁମାର ପାତ୍ର (ଚନ୍ଦନ )ଙ୍କ ନେତୃତରେ ବିଭିନ୍ନ ପଞ୍ଚାୟତ, ୱାର୍ଡ ଏବଂ ବୁଥସ୍ତରରେ ସାଂଗଠନିକ ସମାବେଶ ଏବଂ ଦଳୀୟ କାର୍ଯ୍ୟକ୍ରମ ବୈଠକ ଅନୁଷ୍ଠିତ ଜାରି ରହି ରହିଛି l ଏହିକ୍ରମରେ ଗତ ଦୁଇମାସ ମଧ୍ୟରେ ବାଲିଅନ୍ତା, ବେଣୁପୁର, ପ୍ରତାପରୁଦ୍ରପୁର, ଜୟଦେବ, ଭିଂଗାରପୁର, ଜଗନ୍ନାଥପୁର ଏବଂ ବେଣ୍ଟପୁର ପଞ୍ଚାୟତରେ ଦଳୀୟ କାର୍ଯ୍ୟଧାରା ଚାଲିଥିବା ବ୍ଲକ ସଭାପତି ପ୍ରଦୀପ୍ତ ଜେନାମଣି ଏକ ପ୍ରେସ ବିବୃତ୍ତିରେ କହିଛନ୍ତି ଯେ ସବୁ କର୍ମୀ ଏବେ ବିଜେଡି ମୁହାଁ l ଆଜି ବାଲିଅନ୍ତା ବ୍ଲକ ଅଧୀନ ଗଡଶ୍ରୀରାମପୁର ସ୍ଥିତ ବିଜେଡି କାର୍ଯ୍ୟାଳୟରେ ଆୟୋଜିତ ବିଜେଡି ଦଳୀୟ ସମାବେଶରେ ପୂରଣ ପଧାନ ସରପଞ୍ଚ ଦୁର୍ଯ୍ୟୋଧନ ମଲ୍ଲିକ ବିଜେପି ଛାଡି ବିଜେଡ଼ିର ନିର୍ବାଚନମଣ୍ଡଳୀ ମୁଖ୍ୟ କମଳ କୁମାରଙ୍କୁ ସମର୍ଥନ ଜଣାଇଥିଲେ l ପୂର୍ବତନ ସରପଞ୍ଚ ମାନସ କୁମାର ନାୟକ, କାଞ୍ଚନବାଳା ଦାସ ଏବଂ ସମିତି ସଭ୍ୟ ଲକ୍ଷ୍ମୀଧର ନାୟକଙ୍କ ନେତୃତ୍ୱରେ ପୁରଣ ପଞ୍ଚାୟତର ଶତାଧିକ କର୍ମୀ ଏବଂ ସମର୍ଥକଙ୍କ ସହିତ ସ୍ଥାନୀୟ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ପହଞ୍ଚିଥିଲେ l ଏହି ଅବସରରେ ପୂର୍ବତନ ସମିତି ସଭ୍ୟ ଲକ୍ଷ୍ମୀଧର ନାୟକ ଅଧ୍ୟକ୍ଷତା କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ବାଲିଅନ୍ତା ବିଜେଡ଼ି ସଭାପତି, ପୁରୋହିତପୁର ସରପଞ୍ଚ ଭଗବାନ ବେହେରା, ବେଣୁପୁର ପୂର୍ବତନ ସରପଞ୍ଚ ତପନ ପରିଡା, ୧୭ ନମ୍ବର ଜିଲ୍ଲା ପରିଷଦ ସଭ୍ୟ କୁନମୁନ ଲେଙ୍କା , ୧୮ ନମ୍ବର ଜିଲ୍ଲା ପରିଷଦ ମଙ୍ଗରାଜ ବେହେରା , ଆତ୍ମାର ଅଧ୍ୟକ୍ଷ ଚୈତନ୍ୟ ପାତ୍ର, ଯୋଗେନ୍ଦ୍ର ନାଥ ପଣ୍ଡା ପ୍ରମୁଖ ଦଳୀୟ କାର୍ଯ୍ୟକ୍ରମ ଉପରେ ବକ୍ତବ୍ୟ ପ୍ରଦାନ କରି ଥିଲେ l ଆଗାମୀ ୨0୨୪ ମସିହା ସାଧରଣ ନିର୍ବାଚନରେ ପରସ୍ପର ମଧ୍ୟରେ ଥିବା ମନ ମତାନ୍ତର ଭୁଲି ବିଜୁ ଜନତା ଦଳକୁ ବିଜୟୀ କରିବା ନେଇ ସମସ୍ତେ ସଂକଳ୍ପ ନେବାକୁ କମଳକୁମାର ସହଯୋଗ ଲୋଡ଼ିଥିଲେ l ଏହି ଅବସରରେ ନବାଗତ ସରପଞ୍ଚ ଦୁର୍ଯୋଧନଙ୍କୁ କମଳ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଜୟଦେବ ପୂର୍ବତନ ସରପଞ୍ଚ ନବକିଶୋର ମଲ୍ଲିକ, ଶରତ ରାଉତ, ବିଜୟ ବେହେରା, ବାବାଜୀ ପରିଡା, ଭୀମସେନ ନାୟକ, ମହେନ୍ଦ୍ର ଜେନା, ଗୋପାଳ ମଲ୍ଲିକ, କାଜଲ କାଣ୍ଡି, କାଞ୍ଚନ ଵାଳା ଦାସ, ଗୀତାଞ୍ଜଳି ପଣ୍ଡା, ପ୍ରତାପ ଜେନା, ଅଭିମନ୍ୟୁ ଜେନା, ବିଦ୍ୟାଧର ମେକାପ, ନାଏବ ସରପଞ୍ଚ ମଞ୍ଜୁଲତା ବେହେରା, ଜିଲ୍ଲା ବିଜେଡି ମହିଳା ଉପ ସଭାପତି, ରୀନା ରାଣୀ ଜେନା, ବ୍ଲକ ମହିଳା ସଭା ନେତ୍ରୀ ରାନୁ ଭୋଇ ପ୍ରମୁଖ ଅଂଶ ଗ୍ରହଣ କରି ଥିଲେ l

ରିପୋର୍ଟ : ରଜତ କୁମାର ମହାପାତ୍ର