ଏବିଭିପି ପକ୍ଷରୁ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଛତିଶଗଡ଼ର ବୀଜାପୁରର ସୁଖମା ଠାରେ ମାଓବାଦୀଙ୍କ ସହ ଗୁଳି ବିନିମୟରେ ଭାରତ ମାତାର ବୀର ପୁତ୍ର ୨୨ ଜଣ ସିଆରପିଏଫ୍ ଯବାନ ଓ କିଛି ଯବାନ ଆହତ ହୋଇଛନ୍ତି l ଏହି ବୀର ଯବାନମାନଙ୍କ ଅମର ଆତ୍ମାର ସଦାଗତୀ ନିମନ୍ତେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଢେଙ୍କନାଳ ନଗର୍ ଶାଖା ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରାଯାଇଥିଲା l ପ୍ରଥମେ ଦୀପ ଜାଳି ଭାଗବାନଙ୍କ ନିକଟରେ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରାଯାଇଥିଲା l ଏଥିରେ ଏବିଭିପି ଓଡିଶାର ରାଜ୍ୟ ସହ ସମ୍ପାଦକ ଅରିଜିତ ପଟ୍ଟନାୟକ ଉପସ୍ଥିତ ରହି ମତବ୍ୟକ୍ତ କରିଥିଲେ ଯେ ଏହି ଭଳି ବୀର ଯବାନ୍ ମାନଙ୍କ ବଳିଦାନ ବ୍ୟର୍ଥ ଜୀବନୀ, ଯୁବ ସମାଜ ସଚେତନ ହେବା ଦରକାର ଏହି ଭଲି ମାଓବାଦୀ ସହରୀ ବାମପନ୍ଥି ମାଓବାଦୀଙ୍କ ସହଯୋଗରେ ଏହି ଭଲି କାଣ୍ଡ ଘଟାଉଛନ୍ତି l ମାଓବାଦୀଙ୍କୁ ଉଚିତ୍ ଜବାବ ଦେବା ସହିତ ସମାଜରେ ଥିବା ସହରୀ ମାଓବାଦୀଙ୍କୁ ମଧ୍ୟ ଉଚିତ ଜବାବ ଦେବାର ସମୟ ଆସିଛି l ସେହିଭଳି ଢେଙ୍କାନାଳ ବିଭାଗର ବିଭାଗ ସଂଯୋଯକ ବି ସୂର୍ଯ୍ୟ ରୋଶନ ଉପସ୍ଥିତ ରହି ଏହି ଭଳି ଘୃଣ୍ୟ କାର୍ଯ୍ୟକୁ ନିନ୍ଦା କରିବା ସହ ବୀର ଯବାନ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ l ଏବିଭିପିର ଛାତ୍ର ନେତା ସୁଧାକର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ପରିଶେଷରେ ଶାନ୍ତି ପାଠ କରାଯାଇ ଅମର ଆତ୍ମାଙ୍କ ଶାନ୍ତି କାମନା କରାଗଲା l ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଟେକ୍ନିକାଲ୍ ସେଲ ସହ ସଂଯୋଜକ ଅରୂପ ପଟ୍ଟନାୟକ, ନଗର୍ ଉପସଭାପତି ସିଦ୍ଧାର୍ଥ ଜେନା, ଢେଙ୍କାନାଳ ନଗର୍ ସହ ସମ୍ପାଦକ ପ୍ରଥମ ହୋତା, ସତ୍ୟପ୍ରିୟ ବାରିକ ପ୍ରମୁଖ ଉପସ୍ଥିତ ଥିଲେ l