ଏପିଜେ ଅବଦୁଲ କଲାମ ଟ୍ରଷ୍ଟ ପକ୍ଷରୁ ଦୁଃସ୍ଥ ନିଷ୍ପେସିତ ଗରିବ ଲୋକଙ୍କୁ ଶୀତ ବସ୍ତ୍ର ବଣ୍ଟନ

ଖଲ୍ଲିକୋଟ(ସମୃଦ୍ଧଓଡିଶା)ଖଲିକୋଟ ଏ ପି,ଜେ ଅବଦୁଲ କଲାମ ଚାରିଟେବୁଲ ଟ୍ରଷ୍ଟ ର ଜନହିତକର କାର୍ଯ୍ୟ କନିଷି ପାଲୁର ହିଲ ରେ ଅବସ୍ଥିତ ( ପରିଶ୍ରମ ) ମିଶନ ଆଶ୍ରା ପରିସର ଯାହାକି ଦୁଃସ୍ଥ ନିଷ୍ପେସିତ ଏବଂ ମାନସିକ ଅସୁସ୍ଥ (ପୁରୁଷ ଓ ମହିଳା)ମାନଙ୍କ ଆଶ୍ରୟସ୍ଥଳୀରେ ତା୧୦/୧୨/୨୦୨୩ ରିଖ ରେ ଏହି ଟ୍ରଷ୍ଟ ର ଅଧ୍ୟକ୍ଷ ଶ୍ରୀ ପୂର୍ଣ୍ଣଚନ୍ଦ୍ର ବେହେରା, ଏବଂ ଟ୍ରଷ୍ଟର ସମସ୍ତ ସଭ୍ୟ ସମାଜସେବୀ ଶ୍ରୀ ହରେକୃଷ୍ଣ ମଲ୍ଲିକ ( ରମ୍ଭା ସେବକ ସଂଘ ର ଅଧ୍ୟକ୍ଷ ,) ଶ୍ରୀମତୀ ରଞ୍ଜିତା ଦାସ, ସମାଜସେବୀ ଲକ୍ଷ୍ମୀ ଦାସ, ମହାଦେବ ମଲ୍ଲିକ,ସ୍ବାଗତିକା ଆଚାର୍ଯ୍ୟଙ୍କ ଉପସ୍ଥିତି ଏବଂ ସହଯୋଗରେ ଶୀତବସ୍ତ୍ରର ବଣ୍ଟନ କରାଯାଇଥିଲା । ମୋଟ ୧୦୪ଜଣଙ୍କୁ ଶୀତବସ୍ତ୍ର ବଣ୍ଟନ ସହ ଏପିଜେ ଅବଦୁଲ କଲାମ ଟ୍ରଷ୍ଟର ଅଧ୍ୟକ୍ଷ ପ୍ରତି ବର୍ଷ ଏହି ଶୀତବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ କରିବା ନିମନ୍ତେ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ଏନ୍,ଜି, ଓ ମାମିର ସଦସ୍ୟ ମାନେ ଶ୍ରୀ ଶୁଭମ କୁମାର ବେହେରା, ନିରଞ୍ଜନ ସାହୁ, ଦିବ୍ୟ ଲୋଚନ ସାହୁ, ସୁରେଶ କୁମାର ରାଉତରାୟ ଙ୍କ ସହଯୋଗ କାର୍ଯ୍ୟକ୍ରମ ଟିକୁ ପୂର୍ଣ୍ଣ ସଫଳତା ପ୍ରଦାନ କରିଥିଲା ।

ରିପୋର୍ଟ : ପୁର୍ଣ ଚନ୍ଦ୍ର ବେହେରା