ଏନ୍ଆରଏଚଏମରେ କାର୍ଯ୍ୟରତ କର୍ମଚାରୀଙ୍କୁ ଦରମା ମିଳୁନଥିବା ଅଭିଯୋଗ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲ୍ଲାର ବିଭିନ୍ନ ସ୍ଥାନରେ ଏନ୍ଆରଏଚଏମଙ୍କୁ ଠିକାଦାରଙ୍କ ଜରିଆରେ (ଆଉଟ୍ ସୋର୍ସ) ଠିକା ନିଯୁକ୍ତି ଦିଆଯାଇଛି । ସେହି ଅନୁଯାୟୀ ଜଳେଶ୍ୱରସ୍ଥିତ ଜିକେ ଭଟ୍ଟର ହସ୍ପିଟାଲରେ ୮ଜଣ କର୍ମଚାରୀ ଦୀର୍ଘମାସ ଧରି କାର୍ଯ୍ୟ କରି ଆସୁଛନ୍ତି । କିନ୍ତୁ ଅଦ୍ୟାବଧି ସରସ୍ୱତୀ ସିଂ, ଗୀତାରାଣୀ କରଣ, ଭାରତୀ ଘଡେଇ, ମୌସୁମୀ ସିଂ, ତପନ ଜେନା, ସତ୍ୟ ନାରାୟଣ ଚନ୍ଦ ପ୍ରମୁଖ ୨ ବର୍ଷ ଧରି କାର୍ଯ୍ୟ କରିଆସୁଥିଲେ । ଏହି କାର୍ଯ୍ୟକୁ ଠିକା ନେଇଥିବା ବାଲେଶ୍ୱରର ରବିନ୍ଦ୍ର ଭୋଇ ଠିକ ଭାବେ ନିର୍ଦ୍ଦିଷ୍ଟ ସମୟରେ ସେମାନଙ୍କର ପ୍ରାପ୍ୟ ଦେଇନଥିବା ଅଭିଯୋଗ ହୋଇ ଆସିଛି । ଗତ ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ସେମାନଙ୍କ ପ୍ରାପ୍ୟ (ଦରମା) ପାଇନଥିବା ବେଳେ ପୂର୍ବରୁ ଇପିଏଫ ଅର୍ଫ ମଧ୍ୟ ପାଇନାହାନ୍ତି । କିନ୍ତୁ ରବିନ୍ଦ୍ର ଭୋଇ ବିଭିନ୍ନ ସମୟରେ ସେମାନଙ୍କ ପ୍ରାପ୍ୟ ନ ଦେବା ସହିତ ଅଶ୍ରାବ୍ୟ ଭାଷା କହିବା, ଧମକଚମକ୍ ଦେବାର ଗତ ୧୬ ତାରିଖରେ ଜିଲାପାଳଙ୍କୁ ଜଳେଶ୍ୱର ଜନଶୁଣାଣୀ ସମୟରେ ସେମାନେ ଲିଖିତ ଭାବେ ଜଣାଇଛନ୍ତି । ଏବେ ସେମାନେ ଏକମାସ ଧରି ହେରାଲ୍ଡ ସଂସ୍ଥାରେ ଆଉଟ୍ ସୋର୍ସଂ କାର୍ଯ୍ୟ କରିଆସୁଥିବା ବେଳେ ପୂର୍ବ ୨ ମାସର ଦରମା ପାଇବା ପାଇଁ ଜିଲାପାଳଙ୍କ ପାଖରେ ଗୁହାରି କରିଛନ୍ତି । ସେମାନେ ଏବେ ଅର୍ଥ ନ ପାଇବା ଫଳରେ ପାରିବାରିକ ସମସ୍ୟା ଓ ମାନସିକ ଯନ୍ତ୍ରଣା ମଧ୍ୟରେ ଗତି କରୁଥିବାରୁ ଯଥାଶୀଘ୍ର ଏହାର ପ୍ରତିକାର କରିବାକୁ ଜିଲାପାଳଙ୍କୁ ନିବେଦନ କରିଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡା