ଏନର୍ଜୀ କ୍ଳବ ପକ୍ଷରୁ ଜାତୀୟ ଶକ୍ତି ସଂରକ୍ଷଣ ଦିବସ ପାଳିତ…

ଛତ୍ରପୁର (ସମୃଦ୍ଧ ଓଡିଶା) ଡୁରା ଗ୍ରାମ ପଞ୍ଚାୟତ ନିକଟରେ ଥିବା ଡୁରା ନ୍ୟାସନାଲ ହାଇସ୍କୁଲରେ ଏନର୍ଜୀ କ୍ଳବ ପକ୍ଷରୁ ଜାତୀୟ ଶକ୍ତି ସଂରକ୍ଷଣ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡୁରା ରାମନାରାୟଣ କଲେଜ ଅଧ୍ୟାପିକା ଡ଼.ଉଷା ରାଣୀ ବ୍ରହ୍ମା ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଶକ୍ତି ସଂରକ୍ଷଣ ଉପରେ ଆଲୋକପାତ କରାଇଥିଲେ । ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ତଥା କଣ୍ଠଶିଳ୍ପୀ ସୁଦୀପ କୁମାର ସାହୁ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ନିଜେ ସଂଗୀତରେ ଉତ୍ସାହିତ କରିଥିଲେ । ସ୍କୁଲ ତରଫରୁ ପୂର୍ବରୁ ଆୟୋଜିତ ପ୍ରତିଯୋଗିତାର କୃତୀତ୍ଵ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ । ଅନ୍ୟତମ ଅତିଥି ଭାବେ ଯୁବ ସାମ୍ବାଦିକ ସଞ୍ଜୟ କୁମାର ସାହୁ ଓ ସାଗର ମହାରଣା ପ୍ରମୁଖ ଉପସ୍ଥିତ ଥିଲେ । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବି. ଏରେୟା ରେଡି ଅଧ୍ୟକ୍ଷତା କରିଥିବା ବେଳେ ପ୍ରଣତି ପାଣିଗ୍ରାହୀ, ଅନୁରାଧା ସାହୁ, ଏନାର୍ଜୀ କ୍ଳବ ଅଧିକାରୀ ଅମିତାରାଣୀ ସାହୁ, ଅନିତା କୁମାରୀ ମିଶ୍ର, ବିଷ୍ଣୁପ୍ରିୟା ସାହୁ, ନିର୍ମଳାଦାଶ, ଚଦ୍ର କଲେଶ୍ୱେର ସାହୁ, ଦୀପ୍ତି ପଟ୍ଟନାୟକ, ସୁରେସାଶିଷ ସାହୁ, ହରପ୍ରିୟା ମହାପାତ୍ର, ଚିତ୍ତରଞ୍ଜନ ମିଶ୍ରଙ୍କ ସମେତ ବହୁତ ବହୁ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ପରିଶେଷରେ ସ୍କୁଲର ଛାତ୍ରଛାତ୍ରୀ, ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଗ୍ରାମ ପରିକ୍ରମା କରି ଲୋକମାନଙ୍କୁ ଶକ୍ତି ସଂରକ୍ଷଣ ବିଷୟରେ ସଚେତନତା କରାଇଥିଲେ । ଶେଷରେ ଗୀତାଞ୍ଜଳି ପଣ୍ଡା ଧନ୍ୟବାଦ୍ ଦେଇଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା