ଏନଏସି ତରଫରୁ ଅସହାୟ ପରିବାରଙ୍କୁ ରାସନ ସାମଗ୍ରୀ ବଣ୍ଟନ…

ଛତ୍ରପୁର (ସମୃଦ୍ଧ ଓଡିଶା) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ବିଜୁ ଜନତା ଦଳ ଗଞ୍ଜାମ ଏନଏସି ତରଫରୁ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରାଙ୍କ ଉପସ୍ଥିତିରେ ପ୍ରାୟ ୫୦ ଗୋଟି ଅସହାୟ ପରିବାରଙ୍କୁ ରାସନ ସାମଗ୍ରୀ ପ୍ୟାକେଟ ପ୍ରଦାନ କରାଯାଇଛି l ଏହି କାର୍ଯ୍ୟକ୍ରମରେ ସୁଧୀର ପାଢ଼ୀ, ରାଜୁ ରେଡି, ରାକେଶ ଦାସ, ଦଣ୍ଡପାଣି ପରିଡା, ନୀଳାଞ୍ଚଳ ବାରିକ ଓ ଶଙ୍କର ବାରିକଙ୍କ ସମେତ ଏନଏସିର ସମସ୍ତ ବିଜେଡି କର୍ମକର୍ତ୍ତା ଅଂଶ ଗ୍ରହଣ କରିଥିଲେ l