ଏଣିକି କ୍ଵାରେଣ୍ଟାଇନ୍ ନିୟମ ଭାଙ୍ଗିଲେ ସିଧା ଗିରଫ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଏଣିକି କ୍ଵାରେଣ୍ଟାଇନ୍ ନିୟମ ଭାଙ୍ଗିଲେ ନିଆଯିବ କଡା କ୍ଵାରେଣ୍ଟାଇନ୍ ନିୟମ ଭାଙ୍ଗିଲେ କଡା କାର୍ଯ୍ୟାନୁଷ୍ଠାନ ହେବ । ସଙ୍ଗରୋଧ ନିୟମ ଉଲ୍ଲଂଘନ ଏକ ଗୁରୁତରର ଅପରାଧ ଭାବେ ନିଆଯାଇ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯିବ । କାରଣ କିଛି ଲୋକ ଏପରି କରୁଥିବା ସରକାରଙ୍କ ନଜରକୁ ଆସିଛି ତେଣୁ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଆଜି ମୁଖ୍ୟଶାସନ ସଚିବ ଅସିତ ତ୍ରିପାଠୀ ପ୍ରକାଶ କରିଛନ୍ତି । ସେ ରାଜ୍ୟବାସୀଙ୍କୁ ଚେତାଇ ଦେଇଛନ୍ତି ଯେ ବାହାରୁ ଓଡ଼ିଶାକୁ ଆସୁଥିବା ଭାଇଭଉଣୀମାନଙ୍କୁ ଆମେ ସ୍ୱାଗତ କରୁଛୁ ଏବଂ ସେମାନଙ୍କ ଲାଗି ସୁବ୍ୟବସ୍ଥା କରାଯାଇଛି । ମାତ୍ର କେତେ ଲୋକ କ୍ଵାରେଣ୍ଟାଇନ୍ ନିୟମ ମାନୁନାହାନ୍ତି । ଆଉ ଏମାନଂକ ବେଆଇନ କାର୍ଯ୍ୟକଳାପ ଲାଗି ପୂରା ବ୍ୟବସ୍ଥାକୁ ବିଗିଡ଼ି ଯାଉଛି ଯାହାକୁ ଆଉ ପ୍ରସୟ ଦିଆଯିବନାହିଁ । ଓଡ଼ିଶାର ସାଢ଼େ ୪କୋଟି ଓଡ଼ିଆଙ୍କ ସ୍ୱାସ୍ଥ୍ୟଗତ ସୁରକ୍ଷା ଲାଗି ଆମେ ଏହି ପଦକ୍ଷେପ ନିଆଯାଉଛି, କିଛି ଲୋକଙ୍କ ଲାଗି ପୂରା ସମାଜର ଜୀବନ ପ୍ରତି ବିପଦ ଆଣିବାକୁ ଦିଆଯିବ ନାହିଁ ନାହିଁ ବୋଲି କହିଛନ୍ତି ମୁଖ୍ୟ ଶାସନସଚିବ । ଏହାସହ ଯେଉଁମାନେ କ୍ଵାରେଣ୍ଟାଇନ୍ ନିୟମ ଭାଙ୍ଗିବେ ସେମାନଙ୍କୁ ଗିରଫ କରାଯିବ । ଏଥିସହ ଦରକାର ପଡ଼ିଲେ ନିଜ ଜିଲ୍ଲା ବାହାରକୁ ପଠାଇ ସେଠାରେ କ୍ଵାରେଣ୍ଟାଇନରେ ରଖାଯିବ । କେବଳ ସେତିକି ନୁହେଁ, ସେମାନଙ୍କୁ ରାଜ୍ୟ ସରକାର ଦେଉଥିବା ୨୦୦୦ ଟଙ୍କା ପ୍ରୋତ୍ସାହନ ରାଶି ମଧ୍ୟ ମିଳିବ ନାହିଁ । ଆବଶ୍ୟକସ୍ଥଳରେ ନିୟମ ଉଲ୍ଲଂଘନକାରୀଙ୍କ କ୍ବାରେଣ୍ଟାଇନ୍ ଅବଧିକୁ ମଧ୍ୟ ବଢ଼ାଇ ଦିଆଯିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟଶାସନ ସଚିବ ।

ରିପୋର୍ଟ : ଆକାଶ ମିଶ୍ର