ଏଠାରେ ସବୁ ଚାଲିଛି କାଗଜ କଲମରେ…

ପଦ୍ମପୁର (ସମୃଦ୍ଧ ଓଡିଶା) କରୋନା ଭାଇରସ ମୁକାବିଲା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଉଛନ୍ତି । ହେଲେ ଗାଁ ଗହଳ ଠୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ସର୍ବେକ୍ଷଣ ଟିମ(ଆର ଆର ଟି) ମଧ୍ୟ ପ୍ରସ୍ତୁତ ହୋଇ ଟିମ ଗୁଡିକ ନିଜ ନିଜ କାର୍ଯ୍ୟ ସଂପାଦନା କରିବାରେ ବ୍ୟସ୍ତ । ହେଲେ ଆମେ ଯାହା ଦେଖୁଛୁ ନ କହି ରହି ହେଉନି । କାରଣ ଉଦାହରଣ ସ୍ୱରୂପ ପାଇକମାଲ ବ୍ଲକରେ ଦେଖା ଯାଇଥିବା କେତୋଟି ତଥ୍ୟ ଏଠାକାର ଟିମର ସଦସ୍ୟ ମାନଙ୍କୁ ବିନା ତାଲିମରେ ଗାଁ ଗାଁ ରେ ସଚେତନ କରିବାକୁ ଛଡାଯାଇଛି । ସର୍ବେକ୍ଷଣ ଟିମ କାମରେ ନିୟୋଜିତ ପୂର୍ବରୁ ତାଙ୍କୁ ଟ୍ରେନିଙ୍ଗ ଦେବ ସାଙ୍ଗକୁ ମାକ୍ସ, ଗ୍ଲୋବସ୍, ବାଡି, ବିଶୋଧନ କରିବା ପାଇଁ ସେନିଟ୍ରାଇଜେସନ ଲିକ୍ୟୁଡ୍ ଆଦି ଦେବା କଥା ହେଲେ ଏଠାରେ ସେ ସବୁ କରାଯାଇନାହିଁ । ପ୍ରାୟତଃ ସମସ୍ତ ଘରକୁ ଘର ଯାଇ ଟିମରେ ନିୟୋଜିତ ଜଣେ ଶିକ୍ଷକ, ଆଶାକର୍ମୀ, ଅଂଗନୱାଡି କର୍ମୀ ସମେତ ଜଣେ ସ୍ୱେଚ୍ଛାସେବୀ ଦଳରେ ରହି ଏକ ପ୍ରକାରର କାମ ସାରି ଦେଲେଣି । କାହାରି ହାତରେ ଗ୍ଲୋବସ ନାହିଁ, ମାକ୍ସ ପରିବର୍ତ୍ତେ ମାଲ ଗାମୁଛା ବ୍ୟବହାର କରି କାମ ଚଳେଇ ଦେଇଛନ୍ତି । ଏ ଦିଗରେ ପାଇକମାଲ ପ୍ରତି ପ୍ରଶାସନ କେବେ ସୁଧୁରିବେ ଦେଖବାକୁ ବାକି ରହିଲା ।

ରିପୋର୍ଟ – ନିରୋଜ କୁମାର ପାଣୀ