ଏଜୁକେସନ ୱାର୍ଲଡ ଉତ୍ସବରେ ଢେଙ୍କାନାଳ ଦିଲ୍ଲୀ ପବ୍ଲିକ ସ୍କୁଲ ସପ୍ତମ ସ୍ଥାନ ବଜାୟ ରଖିଛି

ଢେଙ୍କାନାଳ (ଶୁଭମ ପାଣି) ଦିଲ୍ଲୀ ପବ୍ଲିକ ସ୍କୁଲର ଢେଙ୍କାନାଳ ଶାଖା ଶିକ୍ଷାଦାନ କ୍ଷେତ୍ରରେ ଉନ୍ନତିର ମାଇଲିଖୁଣ୍ଟ ଅତିକ୍ରମ କରିଚାଲିଛି ।ଏଜୁକେସନ ୱାର୍ଲଡ ଦ୍ୱାରା ଆୟୋଜିତ ଭାରତୀୟ ଉତ୍ତମ ସ୍କୁଲ ଚୟନରେ 2018-19 ଶିକ୍ଷା ବର୍ଷରେ ଢେଙ୍କାନାଳ ଶାଖା ପୂର୍ବବର୍ଷ ଭଳି ଗୌରବ ବଜାୟ ରଖିଛି ।ଦିଲ୍ଲୀ ପବ୍ଲିକ ସ୍କୁଲ ଢେଙ୍କାନାଳ ଶାଖା ଚଳିତ ବର୍ଷ ମଧ୍ୟ ସପ୍ତମ ସ୍ଥାନ ଅଧିକାର କରି ଏକ ଅଗ୍ରଣୀ ସ୍କୁଲ ଭାବରେ ଗୌରବାନ୍ୱିତ ହୋଇଛିବୋଲି ଢେଙ୍କାନାଳ ଦିଲ୍ଲୀ ପବ୍ଲିକ ସ୍କୁଲ ପ୍ରିନ୍ସିପାଲ ଜଣାଇଛନ୍ତି।