ଏଏସଓ ପରୀକ୍ଷା ତାରିଖ ପରିବର୍ତ୍ତନ ଦାବିରେ ଯୁବମୋର୍ଚ୍ଚା ପକ୍ଷରୁ ଓପିଏସସି କାର୍ଯ୍ୟାଳୟ ଘେରାଉ ଆସନ୍ତା ୭ରେ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଆଗାମୀ ୨୦ ତାରିଖରେ ଏ.ଏସ.ଓ ପରୀକ୍ଷା ତାରିଖକୁ ଘୁଂଚାଇବା ପାଇଁ ରାଜ୍ୟର ହଜାର ହଜାର ଯୁବକ ଯୁବତୀ ଦାବି କରିଆସୁଥିବା ସମୟରେ ରାଜ୍ୟସରକାର ଏପର୍ଯ୍ୟନ୍ତ ଏହି ଘଟଣାରେ କର୍ଣ୍ଣପାତ କରୁନାହାଁନ୍ତି । ସମାନ ଦିନରେ ରେଲବାଇ ପରୀକ୍ଷା (ଆସିଷ୍ଟାଂଟ ଲୋକ ପାଇଲଟ) ଏବଂ ଅନ୍ୟ ଏକ ସର୍ବଭାରତୀୟ ପରୀକ୍ଷା (ଆଇବିପିଏସ କ୍ଲର୍କ) ଥିବାରୁ ଓପ୍ଏସସି ପରୀକ୍ଷାକୁ ଘୁଂଚାଇବା ପାଇଁ ବିଜେପି ଯୁବମୋର୍ଚ୍ଚା ସଭାପତି ଶ୍ରୀ ଟଙ୍କଧର ତ୍ରିପାଠୀ ଦାବି କରିଛନ୍ତି । ରାଜ୍ୟର ଲକ୍ଷ ଲକ୍ଷ ଯୁବକ ଯୁବତୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଯଦି ରାଜ୍ୟ ସରକାର ଏଏସଓ ପରୀକ୍ଷା ତାରିଖ ପରିବର୍ତନ ନକଲେ ଆଗାମୀ ୭ ତାରିଖ ଦିନ ଓପିଏସସି କାର୍ଯ୍ୟାଳୟ ଆଗରେ ଯୁବମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ କରାଯିବ ବୋଲି ଶ୍ରୀ ତ୍ରିପାଠୀ ଚେତାବନୀ ଦେଇଛନ୍ତି ।

ରିପୋର୍ଟ : ଆକାଶ ମିଶ୍ର