ଉପଜିଲ୍ଲାପାଳଙ୍କ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମୀକ୍ଷା : ଘରୋଇ ସଗଂରୋଧରେ ରହୁଥିବା ଲୋକଙ୍କ ସହ ସାକ୍ଷାତ….

ଗୋପାଳପୁର (ସମୃଦ୍ଧ ଓଡିଶା) ଗୋପାଳପୁର ଏନଏସି ପକ୍ଷରୁ ଚାଲୁ ରହିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ନିର୍ମାଣ କାର୍ଯ୍ୟ ସ୍ଥଳୀ ବୁଲି ଦେଖିବା ଏବଂ ଘରୋଇ ସଗଂରୋଧରେ ରହୁଥିବା କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ସହ ସାକ୍ଷାତ କରି ଭଲମନ୍ଦ ଗତକାଲି ବୁଝିଥିବା ଜଣାପଡିଛି । ଆଜି ବ୍ରହ୍ମପୁର ଉପଜିଲ୍ଲାପାଳ ତଥା ଗୋପାଳପୁର ଏନଏସି ପ୍ରଶାସକ ସିନ୍ଧେ ଦତ୍ତାତ୍ରେୟ ଭାଉସାହେବ ଏନଏସି ଅଫିସରେ ପହଞ୍ଚି ଗୋପାଳପୁରରେ ଚାଲୁ ରହିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ବେକ ଓ୍ବାଟର କଡ଼ରେ ଥିବା ବିଜୁ ପଟ୍ଟନାୟକ ପାର୍କର ଉନ୍ନତିକରଣ କାର୍ଯ୍ୟ ବୁଲି ଦେଖିଥିଲେ ଏବଂ ତୁରନ୍ତ ଏହାର କାର୍ଯ୍ୟ ସମ୍ପାଦନ କରିବାକୁ ନିର୍ବାହୀ ଅଧିକାରୀଙ୍କ ସମେତ ଯନ୍ତ୍ରୀଙ୍କୁ ଆଦେଶ ଦେଇଥିଲେ । ଏହାସହ କୋରନାରେ ଆକ୍ରାନ୍ତ ହୋଇ ଘରୋଇ ସଗଂରୋଧରେ ରହିଥିବା କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଓ ତାଙ୍କୁ ମିଳୁଥିବା ଡାକ୍ତରୀ ସେବା ନେଇ ଆଲୋଚନା କରିଥିବା ଜଣାପଡିଛି । ଏହାସହ ଗତ ୨୦୦୬ ମସିହାରେ ଡେଷ୍ଟିନେସନ ଗୋପାଳପୁର ପ୍ରୋଜେକ୍ଟରେ ଗୋପାଳପୁର ବେଳାଭୂମିରେ ନିର୍ମିତ ହୋଇଥିବା ପର୍ଯ୍ୟଟନ ଭାଷାନ୍ତର କେନ୍ଦ୍ରଟି ଆଜି ଯାଏଁ ଅବ୍ୟବହୃତ ହୋଇ ପଡି ରହିଥିବା ବେଳେ ଗତ କିଛି ଦିନ ତଳେ ଉପଜିଲ୍ଲାପାଳଙ୍କ ଉଦ୍ୟମ କ୍ରମେ ଏହାର ଟେଣ୍ଡର ଆହ୍ବାନ କରାଯିବା ସହ ବ୍ରହ୍ମପୁର ଅଞ୍ଚଳର ଜନୈକ ବ୍ୟକ୍ତିଙ୍କୁ ରେଷ୍ଟୁରାଣ୍ଟ କରିବା ନିମନ୍ତେ ମାସିକ ୧୫ ହଜାର ଟଙ୍କା ଲେଖାଏଁ ଭଡ଼ା ସହ ପାଞ୍ଚ ବର୍ଷିଆ ଲିଜ ସୁତ୍ରରେ ଦିଆଯାଇଥିବା ବେଳେ ଲିଜ ଧାରୀଙ୍କ ପକ୍ଷରୁ ନିଜସ୍ଵ ଖର୍ଚରେ ଏହାର ନବୀକରଣ କାର୍ଯ୍ୟକୁ ମଧ୍ୟ ଉପଜିଲ୍ଲାପାଳ ବୁଲି ଦେଖିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା