ଉପଜିଲ୍ଲାପାଳଙ୍କ କୋଭିଡ୍ ସମ୍ପର୍କିତ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ…

ଛତ୍ରପୁର (ସମୃଦ୍ଧ ଓଡିଶା) କରୋନାର ଦ୍ୱିତୀୟ ଲହରୀକୁ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବହୁ ଆଗୁଆ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ଜିଲ୍ଲାରେ କୋଭିଡ୍ ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି । ରାଜ୍ୟ ସରକାରଙ୍କ ନର୍ଦ୍ଦେଶ ଅନୁଯାୟୀ ଛତ୍ରପୁର ଉପଖଣ୍ଡର ବିଭିନ୍ନ ସ୍ଥାନରେ ସମସ୍ତ ତହସିଲଦାର, କାଯ୍ୟନିର୍ବାହୀ ଅଧିକାରୀ ପକ୍ଷରୁ ଯାଞ୍ଚ କଡାକଡି କରାଯାଇ କୋଭିଡ୍ ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତିମାନଙ୍କ ଠାରୁ ୧୫ ହଜାର ୯ ଶହ ଟଙ୍କା ଜରିମାନା ଆଦାୟ କରାଯାଇଛି । ଏନେଇ ଆଜି ଛତ୍ରପୁର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି । ସେହିପରି ଛତ୍ରପୁର ଉପଖଣ୍ଡରେ ମୋଟ ୧୩ ଟି ସ୍ଥାନରେ ଟିକାକରଣ କାର୍ଯ୍ୟକ୍ରମ ଚାଲିଛି । ଗତ ଅପ୍ରେଲ ମାସ ୫ ତାରିଖ ସୁଦ୍ଧା ୪୬୬୭ ଜଣ ଆଗ ଧାଡିର କୋଭିଡ୍ ଯୋଦ୍ଧା ରହି ଥିବାବେଳେ ୩୭୧୬ କୋଭିଡ୍ ଯୋଦ୍ଧାଙ୍କୁ ଟିକା କରଣ ସରିଛି । ୪୨୨୦ ସ୍ୱାସ୍ଥ୍ୟ କର୍ମୀ ମଧ୍ୟରୁ ବେଳେ ୩୮୦୧ ଜଣଙ୍କୁ ଟିକାଦାନ ସରିଛି । ସେହିପରି ୪୫ ବର୍ଷରୁ ୫୯ ବର୍ଷର ୩୪୧୬୦ଜଣ ବ୍ୟକ୍ତିଙ୍କୁ ଟୀକା ପ୍ରଦାନ କରାଯାଇଥିବା ବେଳେ ୬୭୬୦୩ ଜଣ ବରିଷ୍ଠ ୬୦ ବର୍ଷରୁ ଉର୍ଦ୍ଧ୍ୱ ବରିଷ୍ଠ ନାଗରିକ ମାନଙ୍କୁ ଟିକାକରଣ କରାଯାଇଛି । ଏହାସହ ୧୪୯୮ ଜଣ ବରିଷ୍ଠ ନାଗରିକଙ୍କୁ ଦ୍ୱିତୀୟ ଡୋଜରେ ଟିକା ପ୍ରଦାନ କରାଯାଇଛି । ସେହିପରି ୪୫ ବର୍ଷରୁ ୫୯ ବର୍ଷର ୪୧ଜଣ ବ୍ୟକ୍ତିଙ୍କୁ ଟିକା ଦିଆଯାଇଛି ବୋଲି ଉପଜିଲ୍ଲାପାଳ ଶ୍ରୀ ପୃଷ୍ଟି ସୂଚନା ଦେଇଛନ୍ତି । ଉପଖଣ୍ଡ ସ୍ତର ଡେଟିକେଟ କୋଭିଡ କେୟାର ସେଣ୍ଟର ଭାବେ ହିିଂଜିଳାକାଟୁ ଚିକିତ୍ସାଳୟର ପୁରୁଣା କୋଠାରେ ୫୦ ଶର୍ଯ୍ୟା ବିଶିଷ୍ଟ କୋଭିଡ୍ କେୟାର ହଷ୍ପିଟାଲ ଖୋଲାଯାଇଛି । ଜିଲ୍ଲାବାହାରୁ ଆସୁଥିବା ଲୋକଙ୍କ ଉପରେ କଡା ନଜର ରଖାଯିବା ସହିତ ଖଲ୍ଲିକୋଟ ଗୁରାପଲ୍ଲୀ ନିକଟରେ ଏକ ଚେକ୍ ପଏଣ୍ଟମଧ୍ୟ ଖୋଲାଯାଇଛି । ସମସ୍ତ ବିଡିଓ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନେ ବାହାରୁ ରାଜ୍ୟରୁ ଫେରୁଥିବା ସମସ୍ତ ବ୍ୟକ୍ତିଙ୍କ ତଥ୍ୟ ଲିଖିତ ଭାବେ ରଖାଯିବା ସହିତ ସେମାନଙ୍କୁ ନେଗେଟିଭ ରିପୋର୍ଟ ଧରି ଜିଲ୍ଲାକୁ ଆସିବା ନିମନ୍ତେ ବାଧ୍ୟତାମୂଳକ କରାଯାଇଛି । ଛତ୍ରପୁର ରେ ଏକ କୋଭିଡ୍ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି । ଏହା ସହ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ଲକ ଏବଂ ସହରାଂଚଳରେ ଜରୁରୀକାଳୀନ ନମ୍ବର ମଧ୍ୟ ଜାରି କରାଯାଇଛି । ଆସନ୍ତାକାଲିଠୁ କଡାକଡି ଭାବେ ରାଜସ୍ୱ ଓ ପୁଲିସ ବିଭାଗର ଅଧିକାରୀମାନେ ସାମାଜିକ ଦୂରତା, ମାସ୍କ୍ ଉପରେ ଜନସାଧାରଣଙ୍କୁ ସଚେତନତା କରିବା ସହ ଉଲ୍ଲଂଘନକାରୀଙ୍କ ଠାରୁ ଜରିମାନା ଆଦାୟ କରିବାକୁ କୁହାଯାଇଛି । ଜନସାଧାରଣଙ୍କ ଜୀବିକାକୁ ଦୃଷ୍ଟିରେ ରଖି ପରିସ୍ଥିତି ସାଂଘାତିକ ହେଲେ ଲକ୍‌ଡାଉନ୍‌ର ମଧ୍ୟ ପଦକ୍ଷେପ ଜିଲ୍ଲାପାଳ ନେଇପାରନ୍ତି ବୋଲି ଛତ୍ରପୁର ଉପଜିଲ୍ଲାପାଳ ଶ୍ରୀ ପୃଷ୍ଟି ସୂଚନା ଦେଇଛନ୍ତି । ଏଥିସହ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ଏବଂ ଧାର୍ମିକ ଅନୁଷ୍ଠାନ ଗୁଡିକ ନିମନ୍ତେ କୋଭିଡ୍ ନିୟମ ଉପରେ କଟକଣା ଜାରି ହୋଇଛି । ଛତ୍ରପୁର ଉପଖଣ୍ଡସ୍ତର ତାମ୍ପରା ହ୍ରଦ ସ୍ଥଳୀକୁ ପ୍ରତ୍ୟେକ ସୋମବାର ବନ୍ଦ ରଖାଯିବ । ମା ତାରାତାରୀଣଙ୍କ ମନ୍ଦିରକୁ ଭକ୍ତ ଦର୍ଶନ ନିମନ୍ତେ ପ୍ରତ୍ୟେକ ବୁଧବାର ଦିନ ବନ୍ଦ ରହିବ । ଏହି ସାମ୍ବାଦିକ ସମ୍ମିଳନୀରେ ଉପଜିଲ୍ଲାପାଳଙ୍କ ସହ ଆସିଷ୍ଟାଣ୍ଟ କଲେକ୍ଟର ବିକ୍ରମ କୁମାର ଦୋରା ଉପସ୍ଥିତ ରହିଥିଲେ ।