ଉଦ୍ୟୋଗୀକରଣ ଦ୍ୱାରା ପିଲାମାନେ ଆତ୍ମବିଶ୍ଵାସୀ ହୋଇପାରିବେ : ଅଜୟ ଦ୍ୱିବେଦୀ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବର୍ତ୍ତମାନର ସମୟରେ ସମଗ୍ର ଦେଶ ତଥା ରାଜ୍ୟର ଅର୍ଥନୀତି କ୍ଷେତ୍ରରେ ଉଦ୍ୟୋଗୀକରଣ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଯୁବପିଢିଙ୍କ ମଧ୍ୟରେ କୌଶଳର ବିକାଶ ନିମନ୍ତେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନାମାନ ପ୍ରଣୟନ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ଭୂଗୋଳ ଓ ଅର୍ଥନୀତି ପୁସ୍ତକରେ ଉଦ୍ୟୋଗୀକରଣକୁ ସ୍ଥାନ ଦେଇଛନ୍ତି । ଯାହାକୁ ପଢିବା ଦ୍ୱାରା ପିଲାମାନେ ଉଦ୍ୟୋଗୀକରଣ ସମ୍ପର୍କରେ ଅବଗତ ହୋଇପାରିବେ । ଏହି ଅବସରରେ ବ୍ରହ୍ମପୁରର ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଟିଏନଟି ସ୍କିଲ ସେଣ୍ଟରର ମୁଖ୍ୟ ଅଜୟ ଦ୍ୱିବେଦୀ ସହରର ବିଭିନ୍ନ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କୁ ନୂଆ ନୂଆ କୌଶଳ ମାଧ୍ୟମରେ ଉଦ୍ୟୋଗୀକରଣର ଗୁର୍ତ୍ତୃତ୍ଵ ସମ୍ପର୍କରେ ଜଣାଇବା ସହ ସେମାନଙ୍କୁ ଶିକ୍ଷା ପ୍ରଦାନ କରିଛନ୍ତି । ଏହାଦ୍ୱାରା ଅଧିକ ନିଯୁକ୍ତକ୍ଷମ ସୃଷ୍ଟି ହେବା ସହିତ ଭାରତ ଏକ ସୁଦୃଢ ଅର୍ଥନୀତିର ଦେଶ ହୋଇପାରିବ । ସେହିପରି ଆଜିର ସମାଜରେ ଲୋକମାନଙ୍କ ନିକଟରେ ନିଜର ମତ ପ୍ରକାଶ କରିବା ଆବଶ୍ୟକ ହୋଇଥିବାବେଳେ ଉଦ୍ୟୋଗୀକରଣ ଦ୍ୱାରା ପିଲାମାନେ ଆତ୍ମବିଶ୍ଵାସୀ ହୋଇପାରିବେ । ଯାହାଦ୍ୱାରା କୌଣସି କାର୍ଯ୍ୟ କରିବା ପୂର୍ବରୁ ସେମାନଙ୍କ ମନରେ ଆସୁଥିବା ଭୟକୁ ଦୂର କରିପାରିବେ ବୋଲି ମାଇଲଷ୍ଟୋନ ଶିକ୍ଷାନୁଷ୍ଠାନ ଠାରେ ଆୟୋଜିତ ଏକ କୌଶଳ ବିକାଶ କାର୍ଯ୍ୟକ୍ରମରେ ଯୋଗଦେଇ ଗ୍ରାମ ତରଙ୍ଗର ଆଂଚଳିକ ମୁଖ୍ୟ ଅଧିକାରୀ ଶ୍ରୀ ଦ୍ୱିବେଦୀ କହିଛନ୍ତି । ଏହି କାର୍ଯ୍ୟକ୍ରମକୁ ୱିସଡ଼ମ ଶିକ୍ଷାନୁଷ୍ଠାନ ପ୍ରୟୋଜକ କରିଥିବାବେଳେ ଏଥିରେ ମାଇଲଷ୍ଟୋନ ଶିକ୍ଷାନୁଷ୍ଠାନର ମୁଖ୍ୟ ଅରବିନ୍ଦ ପାତ୍ରଙ୍କୁ ପ୍ରଶଂସନୀୟ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଏହାସହ ଶିକ୍ଷାନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷାଣୀୟ ଉପକରଣ ସହ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା