ଉଦ୍ଧାର ହେଲା ଅହିରାଜ ସାପ …

ପାତ୍ରପୁର(ସମୃଦ୍ଧ ଓଡିଶା)ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଅନ୍ତର୍ଗତ ପାଞ୍ଚଆମ୍ବ ଗ୍ରାମରୁ ଏକ ଆଠ ଫୁଟର ଅହିରାଜ ଉଦ୍ଧାର କରାଯାଇଛି । ଗ୍ରାମ ଭିତରେ ଥିବା ଏକ ବନ୍ଧରେ ଗାଧୋଉଥିବା ସମୟରେ କିଛି ଲୋକ ସାପଟି ଦେଖିଥିଲେ। ପରେ ବ୍ରହ୍ମପୁରର ସର୍ପ ଉଦ୍ଧାରକାରୀ ତାରା ପ୍ରସାଦ ଦାସଙ୍କୁ ଏହି ଗ୍ରାମର କିଛି ଯୁବକ ସାପଟି ଅଛି ବୋଲି ଖବର ଦେଇଥିଲେ। ଶ୍ରୀ ଦାସ ତାଙ୍କ ସହଯୋଗୀ ଶ୍ରୀକାନ୍ତ ନାହାକ,ସ୍ୱାଧୀନ କୁମାର ସାହୁ ଓ ସୁଶାନ୍ତ ମହାଙ୍କୁଡଙ୍କ ସହ ସେଠାରେ ପହଞ୍ଚିଥିଲେ। ସେହି ସମୟରେ ସାପଟି ବନ୍ଧ ନିକଟରେ ଥିବା ଏକ ଗଛ ଉପରେ ଚଢ଼ି ଯାଇଥିଲା। ବହୁ ଚେଷ୍ଟା ପରେ ମଧ୍ୟ ସାପଟି ଗଛରୁ ତଳକୁ ଆସି ନଥିଲା ଫଳରେ ସ୍ଥାନୀୟ ଲୋକେ ଗଛଟିକୁ କାଟିଦେଇଥିଲେ । ଦୀର୍ଘ ଦୁଇ ଘଣ୍ଟାର ପରିଶ୍ରମ ପରେ ସାପଟିକୁ ଉଦ୍ଧାର କରାଯାଇଥିଲା। ପରେ ବନ ବିଭାଗ କର୍ମଚାରୀଙ୍କ ସହ ମିଶି ସାପଟିକୁ ଜଙ୍ଗଲରେ ଛଡା ଯାଇଥିଲା।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା