ଉଦଘାଟନ ହେଲା ୧୫୦ ବେଡ଼ ବିଶିଷ୍ଟ କୋଭିଡ କେର ସେଣ୍ଟର…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ଇଞ୍ଜିନିଅରିଙ୍ଗ ସ୍କୁଲ ଛକ Women Polytechnic ହୋଷ୍ଟେଲରେ ଉଦଘାଟନ ହେଲା ୧୫୦ ବେଡ଼ ବିଶିଷ୍ଟ କୋଭିଡ କେର ସେଣ୍ଟର ବ୍ରହ୍ମପୁର ବିଧାୟକ, ଜିଲ୍ଲାପାଳ ଏବଂ ମହାନଗର କମିଶନରଙ୍କ ଉପସ୍ଥିତିରେ ଆରମ୍ଭ ହୋଇଛି ରୋଗୀ ସେବା । କୋଭିଡ ରୋଗୀଙ୍କ ସଂଖ୍ୟା ବଢୁଥିବା ବେଳେ ନବୀନ ସରକାର ପରିସ୍ଥିତିକୁ ଅନୁଧ୍ୟାନ କରି ହସ୍ପିଟାଲ ଏବଂ ବେଡ଼ ସଂଖ୍ୟା ବୃଦ୍ଧିକୁ ଗୁରୁତ୍ୱ ଦେଉଥିବା ଜଣାପଡିଛି । ଏଥିପାଇଁ ବ୍ରହ୍ମପୁର ବାସୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ।