ଉତ୍ତର ବାଲେଶ୍ୱର ସାମ୍ବାଦିକ ସଂଘର ବୈଠକ ଓ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଉତ୍ତର ବାଲେଶ୍ୱରର ଜଳେଶ୍ୱର, ଭୋଗରାଇ, ବାଲିଆପାଳ, ବସ୍ତା ଅଂଚଳରେ ଥିବା ସାମ୍ବାଦିକ ମାନଙ୍କୁ ନେଇ ଗଠିତ ହୋଇଥିବା ଉତ୍ତର ବାଲେଶ୍ୱର ସାମ୍ବାଦିକ ସଂଘର ଏକ ବୈଠକ ଡେମୁରିଆଠାରେ ଅନୁଷ୍ଠିତ ହୋଇଛି । ପ୍ରତିଷ୍ଠାତା ସଂପାଦକ ଆଇନ୍‌ଜିବୀ ପତିତପାବନ ପ୍ରଧାନଙ୍କ ପୌରହିତ୍ୱରେ ଏ ଅଂଚଳର ସାମ୍ବାଦିକ ମାନଙ୍କ ଦୂରାବସ୍ଥା ଓ ସେମାନଙ୍କୁ ସହଯୋଗ କରି ସମ୍ବାଦ କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବାଲାଗି ଆହ୍ୱାନ ଦିଆଯାଇଥିଲା । ଏଥିରେ ଦିଲ୍ଲିପ କୁମାର ଦାସ, ମନୋଜ କୁମାର ଭୂଆଁ, ଅରୁଣ ଜେନା, ଘନଶ୍ୟାମ ଗିରି, ପ୍ରତିଷ୍ଠାତା ସଭାପତି ଅବନୀ ଚାନ୍ଦ, ଦୀନବଂଧୁ ବେହେରା, ସରିତ ସପନ ପଣ୍ଡା, ସୁଶାନ୍ତ କୁମାର ଦାସ, ସୁବାଶ ଦାସ, ନରନାରାୟଣ ମିଶ୍ର, ବିଶ୍ୱମ୍ବର ଦାସ, ଅମର ମହାନ୍ତି, ମୃତ୍ୟୁଞ୍ଜୟ ଦାସ ପ୍ରମୁଖ ସାମ୍ବାଦିକ, ଅଙ୍ଗନୱାଡି କର୍ମୀ କାଞ୍ଚନ ନନ୍ଦି, ସବିତା ଗିରି, ଆଶା କର୍ମୀ ଛବିରାଣୀ ସାମଲ ପ୍ରମୁଖ ବକ୍ତବ୍ୟ ରଖି ଆର୍ଥୀକ ଅନୁଦାନ ବଡ ନୁହେଁ ବରଂ ସେବା ମନବୃତ୍ତିନେଇ କମା କଲେ ସମାଜର ପ୍ରଗତି ସମ୍ଭବ ବୋଲି କହିଥିଲେ । ଶେଷରେ ୪ଟି ବ୍ଲକରୁ ଆସିଥିବା ପ୍ରତ୍ୟେକ ସାମ୍ବାଦିକ, କେତେକ ଅଙ୍ଗନଓ୍‌ବାଡି କର୍ମୀ, ଆଶା କର୍ମୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଆଗାମୀ ଦିନରେ ଏହି ସଂଘକୁ ଦୃଢ ବଳିଷ୍ଠ କରିବାକୁ ସାମ୍ବାଦିକ ମାନେ ପରାମର୍ଶ ଦେଇଥିଲେ ।