ଉତ୍କଳ ଜନନୀ ସେବା ସଂଗଠନର କାର୍ଯ୍ୟାଳୟ ମାଳଗଡିଆଠାରେ ଉଦ୍‌ଘାଟନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଜଳେଶ୍ୱର ବ୍ଲକ ଅଧିନ ମାଳଗଡିଆଠାରେ ଉତ୍କଳ ଜନନୀ ସେବା ସଂଗଠନର କାର୍ଯ୍ୟାଳୟ ଉଦ୍‌ଘାଟନ ହୋଇଯାଇଛି । ଏଥିରେ ଡିଏସ୍‌ପି ମାନସ ଦେଓ, ସବ୍‌ଜେଲର ଅନୁସୂୟା ଷଡଙ୍ଗୀ, ରାଜୀବ ପରିଡା, ବସନ୍ତ ମହାନା ପ୍ରମୁଖ ସମ୍ମିଳତ ଭାବେ ଉଦ୍‌ଘାଟନ କରିଥିଲେ । ଏଥିରେ ସାମ୍ବାଦିକ ରାଜେଶ ପ୍ରଧାନ, ଗୌରୀ ଶଂକର ଜେନା, ମନୋଜ ଭୂୟାଁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସଭାପତି ହେମନ୍ତ କୁମାର ଜେନା, ଗଗନ ବିହାରୀ ସାହୁ, ମାଧବିକା ଜେନା, ଜ୍ୟୋର୍ତିମୟ ରଣା, ଧରଣୀଧର ଜେନା, ଉମେଶ ଜେନା, କୁମାର ଗଣେଶ, ସୀତାରାମ ଦାସ, କିରଣ ଜେନା, କିର୍ତ୍ତନ ଜେନା, ସେଖ ମିରାଯୁଦ୍ଦିନ, ରାଜୁ ମହାଳିକ, ସବିତା ସ୍ୱାଇଁ, ରଘୁନାଥ ଜେନା, ବିନୋଦ ମାଝି, ଦିଲ୍ଲିପ ଜେନା, ଦିପକ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ : ଭୂପତି ପରିଡା