ଉଠା ଜଳସେଚନ ବିଭାଗର ଅବସରପ୍ରାପ୍ତ କର୍ମଚାରୀ ମାନେ ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି…

ପୋଲସରା:ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ମାସକୁ ୯ ହଜାର ଟଙ୍କା ପେନସନ ଦାବି କରି ଉଠା ଜଳସେଚନ ବିଭାଗର ଅବସରପ୍ରାପ୍ତ କର୍ମଚାରୀ ମାନେ ପ୍ରଧାନମନ୍ତ୍ରୀ ଙ୍କ ନିକଟକୁ ପୋଷ୍ଟକାର୍ଡ ପ୍ରେରଣ କରିଛନ୍ତି। ଉଠା ଜଳସେଚନ ବିଭାଗ ରେ ଚାକିରୀ କରି ଅବସର ଗ୍ରହଣ କରିଥିବା ପୋଲସରା ଅଞ୍ଚଳ ର କର୍ମଚାରୀ ମାନେ ଆଜି ସ୍ଥାନୀୟ ରତନି ଠାକୁରାଣୀ ମନ୍ଦିର ଠାରୁ ଏକ ଶୋଭାଯାତ୍ରାରେ ବାହାରି ସବ୍ ପୋଷ୍ଟ ଅଫିସ ଯାଇଥିଲେ। ସେଠାରେ ଅବସରପ୍ରାପ୍ତ କର୍ମଚାରୀ ମାନେ ମାସକୁ ସର୍ବନିମ୍ନ ୯ ହଜାର ଟଙ୍କା ପେନସନ ଦାବି କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଉଦ୍ଦେଶ୍ୟରେ ଚିଠି ପଠାଯାଇଥିଲେ। ପ୍ରଧାନମନ୍ତ୍ରୀ ଙ୍କ ନିକଟକୁ ପ୍ରେରଣ କରିଥିବା ଚିଠି ରେ ସେମାନେ ଅଭିଯୋଗ କରିଛନ୍ତି ଯେ ସେମାନେ ଦିର୍ଘ ବର୍ଷ ପର୍ଯ୍ୟନ୍ତ ଜଳସେଚନ ପରି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରି ଅବସର ନେବା ପରେ ସେମାନଙ୍କୁ ମାସିକ ମାତ୍ର ୭୦୦/୮୦୦ ଟଙ୍କା ପେନସନ ମିଳୁଛି। ଆଜିକାଲି ର ମହଙ୍ଗା ଯୁଗରେ ଏତେ କମ ପେନସନ ରେ ଚଳିବା ସମ୍ପୂର୍ଣ୍ଣ ଅସମ୍ଭବ ଅଟେ। ଏଣୁ ପ୍ରଧାନମନ୍ତ୍ରୀ ଏଥିପ୍ରତି ଦୃଷ୍ଟି ଦେଇ ଅନ୍ତତଃ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସର୍ବନିମ୍ନ ମାସିକ ୯ ହଜାର ଟଙ୍କା ପେନସନ ପ୍ରଦାନ କରନ୍ତୁ ବୋଲି ନିବେଦନ କରିଛନ୍ତି। ଆଜିର ଏହି ପୋଷ୍ଟକାର୍ଡ ଅଭିଯାନରେ ପ୍ରଶାନ୍ତ କୁମାର ଶତପଥୀ ଗଞ୍ଜାମ ଜିଲ୍ଲା ଜେନେରାଲ ସେକ୍ରେଟାରୀ , ଏ ଗୋପୀନାଥ , ରବିନାରାୟଣ ସାବତ ସହ ସମ୍ପାଦକ , ଶିବରାମ ବିଶ୍ୱାଳ , ପଦ୍ମନାଭ ସାହୁ , ବିଜୟ କୁମାର ସାମନ୍ତରା , ବିଜୟ କୁମାର ସାହୁ , ଘନଶ୍ୟାମ ପ୍ରଧାନ , ମୀନକେତନ ସାହୁ , ବାଉରିବନ୍ଧୁ ସାହୁ , ସରସ୍ବତୀ ଦୋରା , ନୀଳମାଧବ ନାୟକ , ସଚ୍ଚିଦାନନ୍ଦ ବେହେରା , ମନୋଜ କୁମାର ସାବତ , ପ୍ରକାଶ ଚନ୍ଦ୍ର ନାୟକ , ଅଙ୍ଗତ କୁମାର ସାହୁ , ଲଷ୍ମୀନାରାୟଣ ପାଢ଼ୀ , ସୁରେନ୍ଦ୍ରନାଥ ସାହୁ , ପ୍ରଫୁଲ୍ଲ ଚନ୍ଦ୍ର ଗୌଡ଼ , ରଘୁନାଥ କୁଣ୍ଡ ଏବଂ ସୁବାଷ ଚନ୍ଦ୍ର ସାହୁ ପ୍ରମୁଖ ଅଂଶଗ୍ରହଣ କରିଥିଲେ।
ରିପୋର୍ଟ-ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା