ଉଜ୍ଜଳା ସେନିଟାରୀ ନେପ୍କିନ୍ ପ୍ରସ୍ତୁତ ଓ ଯୋଗାଣର ଶୁଭାରମ୍ଭ…

ଜଳେଶ୍ୱର(ସମୃଦ୍ଧ ଓଡିଶା )ଆଜି ଜଳେଶ୍ୱର ବ୍ଲକର ପଶ୍ଚିମବାର୍ଡ ଠାରେ ଥିବା ଜନସେବାକେନ୍ଦ୍ରରେ ଉଜଳା ସେନିଟାରୀ ନାପ୍କିନ୍ ପ୍ରସ୍ତୁତକାରୀ ସଂସ୍ଥାସମଗ୍ର ବ୍ଲକ ଅଂଚଳକୁ ଏହା ଯୋଗାଇବା ଲାଗି ନେଇଥିବା ଆଦେଶର ଓ ପ୍ରସ୍ତୁତ ହୋଇଥିବା ନାପ୍କିନ୍ ଯୋଗାଣର ଶୁଭାରମ୍ଭ ହୋଇଛି । ଏହାକୁ ଲେଖାଶ୍ରୀ ସାମନ୍ତ ସିଂହାର ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଲୋକର୍ପିତ କରିବା ସହିତ ଏହି କାର୍ଯ୍ୟକ୍ରମ ଓଡିଶାର ମହିଳା ମାନଙ୍କୁ ରୋଜଗାରକ୍ଷମ, ସଶକ୍ତ ଓ ସୁସ୍ଥ ରହିବାର ଆଶା ନେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ର୍ଧର୍ମେନ୍ଦ୍ର ପ୍ରଧାନ ଅଣ୍ଟା ଭିଟିଥିବା କହିଥିଲେ । ରାଜ୍ୟର ୩୦ଟି ଜିଲା ଅନ୍ତର୍ଗତ ୯୩ଟି ବ୍ଲକରେ ସାଧାରଣ ସେବାକେନ୍ଦ୍ର ଗୁଡିକରେ ଉଜ୍ଜଳା ସାନିଟାରି ନାପ୍କିନ୍ ତିଆରି ଓ ଯୋଗାଣର ବ୍ୟବସ୍ଥା ହୋଇଥିବା ସେ କହିଥିଲେ । ଆୟୋଜିତ ସଭାରେ ସୁକୁମାର ମିଶ୍ର ଅଧ୍ୟକ୍ଷତା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡିଏନ୍ଓ ନିତିଶ ଚୌରାଶିଆ, ଜିଲା ମ୍ୟାନେଜର ଅରୂପ କୁମାର ପଟନାୟକ, ପଶ୍ଚିମବାର୍ଡ ସରପଂଚ ରାଣୀ ପ୍ରମାଣିକ ବକ୍ତବ୍ୟ ରଖିଥିବା ବେଳେ ଉଜାଳା ସାନିଟାରୀ ନାପ୍କିନ୍ ପ୍ରସ୍ତୁତକାରୀ ନଗେନ୍ଦ୍ର ନାଥ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ସ୍ନେହଲତା ଜେନା, ଚନ୍ଦିକା ଧଳ, ରାଧାରାଣୀ ରାଉଳ, ମଂଜୁଲତା ସାହୁ, କଳ୍ପନା ଜେନା, ସୂଜର୍ଯ୍ୟ ମିଶ୍ର, ସୃଷ୍ଟିଧର ଅଣ୍ଡିଆ ଓ ଅଭିମନ୍ୟୁ ରାଉଳ ପ୍ରମୁଖ ପରିଚଳାନ କରିଥିଲେ । ରିପୋର୍ଟ : ଭୂପତି କୁମାର ପରିଡା