ଆସୁଛି ରଙ୍ଗର ପର୍ବ ହୋଲି:ସମସ୍ତଙ୍କ ମନରେ ଉତ୍ସାହ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଆସୁଛି ରଙ୍ଗର ପର୍ବ ହୋଲି । ପ୍ରେମ ଓ ଭାଇଚାରାର ବାର୍ତ୍ତା ନେଇ ଆସୁଥିବା ଏହି ପର୍ବକୁ ନେଇ ପୁଣି ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସମସ୍ତଙ୍କ ମନରେ ଉତ୍ସାହ । ସେଥିପାଇଁ ଢେଙ୍କାନାଳ ସହରରେ ଆରମ୍ଭ ହେଲାଣି ସଜବାଜ । ସବୁଠି ଖୋଲିଛି ରଙ୍ଗର ପସରା । ସବୁ ବର୍ଷ ଭଳି ଏବର୍ଷ ମଧ୍ୟ ବଜାରକୁ ଆସିଛି ୩ ଜି କଲର । ଲୋକଙ୍କ ମଧ୍ୟରେ ଧିରେ ଧିରେ ସ୍ୱାସ୍ଥ୍ୟକୁ ନେଇ ସଚେତନତା ବୃଦ୍ଧି ପାଉଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ବହୁ ବ୍ୟବସାୟୀ କେମିକାଲ ରଙ୍ଗ କମ୍ ଏବଂ ହର୍ବାଲ୍ ରଙ୍ଗକୁ ଅଧିକ ପ୍ରାଧାନ୍ୟ ଦେଇଥିବା ଦେଖିବାକୁ ମିଳିଛି । ହର୍ବାଲ ରଙ୍ଗର ଦର ୩୦୦ରୁ ୪୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରୀ ହେଉଛି । ଚଳିତବର୍ଷ ଫଗୁ ଛୋଟ ପ୍ୟାକେଟ ୫ ଟଙ୍କାରୁ ୧୦ ଟଙ୍କା ରହିଥିବା ବେଳେ କେଜି ୧୦୦ ଟଙ୍କା ପର୍ଯ୍ୟନ୍ତ ରହିଛି । ସେହିଭଳି ରଙ୍ଗ ୫ ଟଙ୍କାରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ରହିଛି । ପିଚିକାରୀ ୧୦୦ ଟଙ୍କାରୁ ଆରମ୍ଭ କରି ୧୫୦୦ ଟଙ୍କା ପର୍ଯ୍ୟନ୍ତ ରହିଛି । ସେହିପରି ଟୋପି ୫ ଟଙ୍କାଠାରୁ ଆରମ୍ଭ କରି ୨୦୦ ଟଙ୍କା ପର୍ଯ୍ୟନ୍ତ ରହିଛି । କଣ୍ଢେଇ ପିଚିକାରୀ, ପ୍ୟାକେଟ ବେଲୁନ୍ ଓ ୱାଟର୍ ଗନ୍ ଆଦି ଛୋଟ ଛୁଆଙ୍କ ପାଇଁ ରହିଛି । ଚଳିତବର୍ଷ  ହୋଲି ପାଇଁ କିଛି ନୂଆ ଭାବେ ଲାଇଟ୍ ଚଷମା, ନୂଆ ପିଚିକାରି, ଆଇପିଏଲ୍ ପେଷ୍ଟ, ୩ ଡ଼ି ରେଡ଼ିୟମ୍ କଲର, ୮ ଟି ରଙ୍ଗର ସ୍ନୋ ସ୍ପ୍ରେ ଆଦି ବଜାକୁ ଆସିଛି ବୋଲି ବ୍ୟବସାୟୀମାନେ କହିଛନ୍ତି ।

ରିପୋର୍ଟ : ଶୁଭମ କୁମାର ପାଣି