ଆସିକା ସଂକୁଳ ବାର୍ଷିକ କ୍ରୀଡା ସମାରୋହ ୨୦୨୩-୨୪ ଅନୁଷ୍ଟିତ

ହିଞ୍ଜିଳିକାଟୁ(ସମୃଦ୍ଧଓଡିଶା) ହିଞ୍ଜିଳିକାଟୁ ପୌରପରିଷଦର ଆଙ୍କୋରୋଡ଼ା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ରେ ଆସିକା ସଂକୁଳ ସ୍ତରୀୟ କ୍ରୀଡା ସମାରୋହ ଆୟୋଜିତ ହୋଇଥିଲା। ଶ୍ରୀଯୁକ୍ତ k ପୁରୁଷୋତ୍ତମ, ଅଧ୍ୟକ୍ଷ କବିସୂର୍ଯ୍ୟ ନଗର ବିଜ୍ଞାନ ମହାବିଦ୍ୟାଳୟ , ଆସିକା ସଂକୁଳ ପ୍ରମୁଖ ସଭାପତିତ୍ବ କରିଥିଲେ ତାରାପ୍ରସାଦ ଦାଶ ସଭାପତି ଦକ୍ଷିଣ ପୂର୍ବ ସମ୍ଭାଗ , ଓଡ଼ିଶା ଶିକ୍ଷା ବିକାଶ ସମିତି ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ । ଶ୍ରୀ ସରୋଜ କୁମାର ପଟ୍ଟନାୟକ ଗଂଜାମ ବିଭାଗ । ପରିଚାଳନା ସମିତି ସମ୍ପାଦକ E , ରାମପ୍ରସାଦ ପାତ୍ର, ଯୁଗ୍ମ ସଂପାଦକ କାଶୀନାଥ ଷଡ଼ଙ୍ଗୀ, କୋଷାଧ୍ୟକ୍ଷ ସଞ୍ଚୟ କୁମାର ପଣ୍ଡା, ଉପଦେଷ୍ଟା ଅନନ୍ତ ରାମ ପାତ୍ର, ସ୍ଥାନୀୟ ଶିଶୁ ବିଦ୍ୟାମନ୍ଦିର ପ୍ରଧାନ ଆଚାର୍ଯ୍ୟ ଚଣ୍ଡୀ ପ୍ରସାଦ ବେହେରା, ଅତିଥି ମାନଙ୍କୁ ପରିଚୟ ପ୍ରଦାନ କରିଥିଲେ।7ଟି ଶିଶୁ ବିଦ୍ୟାମନ୍ଦିର ଯୋଗ ଦେଇଥିଲେ। ଆସିକା, ପୁରୁଷୋତ୍ତମ ପୁର,ଶିକିରି,ମଉଣ୍ଡମରଏଇ, କୁକୁଡ଼ା ଖଣ୍ଡି,କଙ୍କୋରଡା, କବିସୂର୍ଯ୍ୟ ନଗର, ପ୍ରଧାନ ଆଚାର୍ଯ୍ୟ ମାନେ ଯୋଗ ଦେଇଥିଲେ।31 ଜଣ କ୍ରୀଡା ପରିଚାଳନା ଓ 232 ଜଣ ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ। ପୁରସ୍କାର ବିତରଣ ମୋଟ 180 ଜଣ ଛାତ୍ର ଛାତ୍ରୀ ଙ୍କୁ ଦିଆଗଲା l ସେଥିମଧ୍ୟରୁ ଛାତ୍ର 95 ଜଣ ଓ ଛାତ୍ରୀ 85 ଜଣ ଙ୍କୁ ସାର୍ଟିଫିକେଟ ସହ ପୁରସ୍କାର ବିତରଣ କରାଯାଇଥିଲା l ଏଥିରେ ମୁଖ୍ୟ ଅତିଥି ରୂପେ ଶ୍ରୀ ଉପେନ୍ଦ୍ର କୁମାର ପଣ୍ଡା ଜିଲ୍ଲା ପ୍ରମୁଖ ଗଂଜାମ ଜିଲ୍ଲା ଏବଂ ପରିଚାଳନା ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ସ୍ଥାନୀୟ ଶିଶୁ ବିଦ୍ୟାମନ୍ଦିର ର ଗରୁମା ରିତାଞ୍ଜଳୀ ମିଶ୍ର, ରମା ମହାପାତ୍ର, ରଞ୍ଜିତା ସାହୁ, ସସ୍ମିତା ପଟ୍ଟନାୟକ, ଗୁରୁଜୀ ପ୍ରଦୀପ କୁମାର ପଟ୍ଟନାୟକ, ଟୁନା ବିଷୋୟୀ, ଅରୁଣ କୁମାର ସାମନ୍ତରା, ଲକ୍ଷ୍ମୀ ନାରାୟଣ ସାହୁ, ମନୋରଞ୍ଜନ ଦାସ ଙ୍କ ସମେତ ସମସ୍ତ ଗୁରୁଜୀ ଗୁରୁମା ଙ୍କ ସହଯୋଗ ରେ କ୍ରୀଡା ସମାରୋହ ପରିଚାଳିତ ହୋଇଥିଲା।

ରିପୋର୍ଟ – ରଜତ ପଟ୍ଟନାୟକ